ନୟାଗଡ଼ରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ୨୦୨୬ର ପିପିଟି ରାଉଣ୍ଡ ଅନୁଷ୍ଠିତ

୬ଜଣ ପ୍ରତିଭାଶାଳୀ ପ୍ରତିଯୋଗୀ ରାଜ୍ୟସ୍ତରୀୟ ଯୁବ ଉତ୍ସବକୁ ମନୋନୀତ ନୟାଗଡ଼,(ନୟାଗଡ଼ ଦର୍ପଣ): ଯୁବପିଢ଼ିଙ୍କ ମଧ୍ୟରେ ସୃଜନଶୀଳତା, ନେତୃତ୍ୱ ଦକ୍ଷତା ଓ ନୂତନ ଚିନ୍ତାଧାରାର ବିକାଶ ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ରାଜ୍ୟ ଯୁବ ଓ କ୍ରୀଡ଼ା ବିଭାଗର ମିଳିତ ଉଦ୍ୟମରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ-୨୦୨୬ର ପିପିଟି (PPT) ରାଉଣ୍ଡ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତାର ବିଷୟବସ୍ତୁ ଥିଲା ‘ସ୍ଥାୟୀ ଶିଳ୍ପାୟନ ଓ ସମ୍ପଦ-ଆଧାରିତ ବିକାଶ’। ବିକଶିତ ଭାରତ କୁଇଜ୍ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଯୋଗ୍ୟତା ହାସଲ କରିଥିବା ମନୋନୀତ ପ୍ରତିଯୋଗୀମାନେ ଜିଲ୍ଲା ଚାମ୍ପିୟନଶିପ୍‌ର ଏହି ପର୍ଯ୍ୟାୟରେ ବ୍ୟକ୍ତିଗତ ଭାବେ ପାୱାରପଏଣ୍ଟ ଉପସ୍ଥାପନା ମାଧ୍ୟମରେ ନିଜ ନିଜର ଚିନ୍ତାଧାରା ଓ ମତାମତ ଉପସ୍ଥାପନ କରିଥିଲେ। ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଯୁବ ସଂଗଠନର ପ୍ରତିନିଧିମାନେ ଏଥିରେ ଭାଗ ନେଇଥିଲେ।ପ୍ରତିଯୋଗିତାର ବିଚାରକ ଭାବେ…

Read More

ଗୋଡିପଡ଼ା ସର୍ଦ୍ଦାର ପଟେଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା

୬୩ଟି ବିଜ୍ଞାନଭିତ୍ତିକ ପ୍ରକଳ୍ପ ଓ ମଡେଲ ପ୍ରଦର୍ଶନ, କୃତୀ ଛାତ୍ରଛାତ୍ରୀ ପୁରସ୍କୃତ ଗୋଡିପଡ଼ା, (ନୟାଗଡ଼ ଦର୍ପଣ): ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା ଓ ନୂତନ ଉଦ୍ଭାବନର ମନୋଭାବ ସୃଷ୍ଟି କରିବା ଲକ୍ଷ୍ୟରେ ସର୍ଦ୍ଦାର ପଟେଲ ସରକାରୀ ଉଚ୍ଚ ବିଦ୍ୟାଳୟ, ଗୋଡିପଡ଼ାଠାରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ମହାଆଡ଼ମ୍ବର ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି।ଏହି ବିଜ୍ଞାନ ମେଳାରେ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରି ୬୩ଟି ବିଭିନ୍ନ ବିଜ୍ଞାନଭିତ୍ତିକ ପ୍ରକଳ୍ପ ଓ ମଡେଲ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ନୂତନ ଚିନ୍ତାଧାରା ଓ ଉଦ୍ଭାବନମୂଳକ ପ୍ରୟାସ ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।କାର୍ଯ୍ୟକ୍ରମରେ ଗୋଡିପଡ଼ା ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ, ପୂର୍ବତନ ସମିତି ସଭ୍ୟ ବସନ୍ତ କୁମାର ମହାନ୍ତି, ଆଙ୍କୁଲାଇ ସରକାରୀ ଉଚ୍ଚ ବିଦ୍ୟାଳୟ, ମାନଧାତାପୁରର ପ୍ରଧାନଶିକ୍ଷକ ପ୍ରଦ୍ୟୁମ୍ନ କୁମାର ନନ୍ଦ, ଶରଣକୁଳ…

Read More

ଭକ୍ତିସଙ୍ଗୀତ ପ୍ରତିଯୋଗିତା ସିଜିନ-୪, ୨୨ରେ ଗଣିଆ ବ୍ଲକ ଅଡିସନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପ୍ରୟାସରେ ‘ସଙ୍ଗୀତଧାରା’, ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ସିଜିନ-୪ ପ୍ରତିଯୋଗିତାର ବ୍ଳକସ୍ତରୀୟ ଅଡିସନ ଗଣିଆରେ ଆସନ୍ତା ୨୨ ତାରିଖ ରବିବାର ଦିନ ଗଣିଆ ବ୍ଲକ ଶିକ୍ଷକ ଭବନରେ ପୂର୍ବାହ୍ନରେ ୧୧ଟା ସମୟରେ ବିନା ବାଦ୍ୟଯନ୍ତ୍ରରେ ପ୍ରତିଯୋଗୀ ମାନଙ୍କ ଅଡିସନ ନିଆଯିବ। ଏଥିରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ପ୍ରତିଯୋଗିତାରେ ଭାଗ ନେଇ  ପାରିବେ। ପ୍ରତିଯୋଗୀ ମାନେ ସକାଳ ୧୦ଟାରେ  ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ନାମ ପଞ୍ଜିକରଣ କରିବେ। ଏନେଇ ‘ସଙ୍ଗୀତଧାରା’ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବରିଷ୍ଠ ସଦସ୍ୟ ତଥା କଣ୍ଠଶିଳ୍ପୀ ନବକିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ।  ନିଷ୍ପତ୍ତି ଅନୁଯାୟୀ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି…

Read More