ନୟାଗଡ଼, (ନୟାଗଡ଼ ଦର୍ପଣ): ମାର୍ଚ୍ଚ ଏକୋଇଶି ବିଶ୍ୱ କବିତା ଦିବସ ଅବସରରେ ନୟାଗଡର ସମସ୍ତ ସାହିତ୍ୟାନୁଷ୍ଠାନର ଆବାହକତ୍ୱରେ ଶିଶୁ ସାହିତ୍ୟିକା ଡ.ସୁକାନ୍ତି ମହାନ୍ତି ତଥା ବାର୍ଷଭାନବିର ଲେଖକ ସ୍ବର୍ଗତ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନଙ୍କ ବାସଭବନ “ଚନ୍ଦ୍ରକାନ୍ତି ନିଳୟ” ଇଟାମାଟି ଠାରେ ବିଶିଷ୍ଟ ସାହିତ୍ୟାନୁରାଗୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କବିତା ଆସର ଆୟୋଜିତ ହୋଇଥିଲା।
ଏପରିକି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଓ ବେଗୁନିଆ ବ୍ଲକ୍ରୁ ଅନେକ କବି କବୟିତ୍ରୀ ଯୋଗଦେଇ କବିତା ପାଠ ଓ ଅଣୁଗଳ୍ପ ପଠନ କରିଥିଲେ। ଆଜିର ଆସରରେ କବି ନିର୍ମଳ ଚନ୍ଦ୍ର ଶୂରଦେଓ, ନାଟ୍ୟକାର ପ୍ରଧାନୀ ବୃନ୍ଦାବନ ମହାପାତ୍ର, କବୟିତ୍ରୀ ବସିରନ ବିବି, କବି ଗୋଦାବରୀଶ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ସେହିପରି କବି ଗୋଲଖ ବିହାରୀ ନାୟକ, କବି ଦାମୋଦର ସାହୁ, କବି ସୁଦର୍ଶନ ପ୍ରଧାନ, କବି ନିରାକାର ସ୍ବାଇଁ, କବି ଗୋଦାବରୀ ବସନ୍ତିଆ, କବି ଅନୁବାଦକ ଗୁଣନିଧି ମହାପାତ୍ର, କବି ରଞ୍ଜନ ରଶ୍ମି ଜେନା, କବି ମହମ୍ମଦ ଆଜାଦ, କବି ଗୋପୀନାଥ ସେଠୀ, ଦେବେନ୍ଦ୍ର ପରମଗୁରୁ, ଗୋପୀନାଥ ପରିଡ଼ା, କବୟିତ୍ରୀ ସଂଘମିତ୍ରା ସ୍ବାଇଁ, ମମତା ମଞ୍ଜରୀ ଦେବୀ, ହରପ୍ରିୟା ଦ୍ୱିବେଦୀ ପ୍ରମୁଖ ଆସରରେ ଯୋଗଦେଇ ସାହିତ୍ୟ ଆଲୋଚନା ଓ କବିତା ପାଠରେ ଭାଗନେଇଥିଲେ।
ଏହି ଉତ୍ସବରେ ପାଖାପାଖି ଷାଠିଏ ଜଣ କବି କବୟିତ୍ରୀ ଯୋଗଦେଇ କବିତା ପାଠ କରିଥିଲେ।ଡ. ସୁରେଶ ବରାଡଙ୍କ କବିତା ସଂକଳନ ‘ଜୀବନ ସୌରଭ’ ଓ ବରିଷ୍ଠ କବି ଲୋକନାଥ ମିଶ୍ର ଭରଦ୍ୱାଜଙ୍କ କବିତା ସଙ୍କଳନ ‘ବ୍ୟଥିତ କୃଷ୍ଣ’ ଏହି ଅବସରରେ ଉନ୍ମୋଚିତ ହୋଇଥିଲା। କବୟିତ୍ରୀ ଅଧ୍ୟାପିକା ନୀଳିମା ନନ୍ଦ ଓ ସୌଦାମିନି ସ୍ବାଇଁ କବିତା ସଂଯୋଜନା କରିଥିବା ବେଳେ ଗାଳ୍ପିକ ଡ. ଆଶୁତୋଷ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ପ୍ରତିବର୍ଷ ବିଶ୍ୱ କବିତା ଦିବସ ଆୟୋଜନ କରୁଥିବା କବୟିତ୍ରୀ ଡ.ସୁକାନ୍ତି ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସଂପାଦକ ଶେଖ୍ ଅବଦୁଲ୍ ଖାଲିକ୍ କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।