ଓଡ଼ଗାଁ ବନପାଳ ସରିତା ବରାଳଙ୍କୁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ବନପାଳ ପୁରସ୍କାର

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବନାଞ୍ଚଳ ଅଧିକାରିଣୀ ବନପାଳ ସରିତା ବରାଳଙ୍କୁ ବିଶ୍ୱ ବନ ଦିବସ ୨୦୨୪ ପାଇଁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ବନପାଳ ପୁରସ୍କାର ପ୍ରଦାନ। ଜଙ୍ଗଲ ସୁରକ୍ଷା ଓ ପରିଚାଳନା ପାଇଁ ଭୁବନେଶ୍ୱର ଜୟଦେବ ଭବନଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଶଂସା ପତ୍ର ସହ ଦଶ ହଜାର ଟଙ୍କାର ଚେକ ଏବଂ ମେଡାଲ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ସରିତା ବରାଳଙ୍କ କାର୍ଯ୍ୟଦକ୍ଷତା ଓ ଜଙ୍ଗଲ ସୁରକ୍ଷା ପାଇଁ ଉଦ୍ୟମ ପାଇଁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉତ୍ସବରେ ଭାରତୀୟ ପ୍ରଶାସନିକ ସେବା ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମୁଖ୍ୟ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଭାରତୀୟ ବନ ସେବା ପ୍ରଧାନ ମୁଖ୍ୟ ବନସଂରକ୍ଷକ ତଥା ଓଡିଶା ବନବାହିନୀ ମୁଖ୍ୟ ଦେବଦତ୍ତ ବିଶ୍ୱାଳ ଏବଂ ଭାରତୀୟ ବନ ସେବା ପ୍ରଧାନ ମୁଖ୍ୟ ସଂରକ୍ଷକ ତଥା ବନପ୍ରାଣୀ ତତ୍ୱବାଧାରକ ସୁଶାନ୍ତ ନନ୍ଦ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବନ ସଂରକ୍ଷଣ ସହିତ କିପରି ପରିବେଶର ସୁରକ୍ଷା କରାଯାଇପାରିବ ଯଦ୍ୱାରା ଜଳବାୟୁ ପରିବର୍ତ୍ତନରେ ସହାୟକ ହୋଇପାରିବ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭାରତୀୟ ବନ ସେବା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ପ୍ରଫୁଲ୍ଲ ମଲ୍ଲିକ ପରିଚାଳନା କରିଥିଲେ।

Related posts