ନୟାଗଡ଼,(ନୟାଗଡ଼ ଦର୍ପଣ): ଆମେ ଅଛୁ ଆପଣମାନେ ନିର୍ଭୟରେ ରୁହନ୍ତୁ। ନୟାଗଡ଼ ପୋଲିସର ଫ୍ଲାଗ ମାର୍ଚ୍ଚରୁ ଏମିତି କିଛି ବାର୍ତ୍ତା ମିଳୁଥିବା ନଜରକୁ ଆସିଥିଲା। ପାଖେଇ ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନକୁ ନେଇ ସରଗରମ ଗାଁ ଠୁ ସହର। ଆଉ ଏଭଳି ସ୍ଥିତିରେ ନୟାଗଡ଼ ଟାଉନ ଥାନା ପୋଲିସର ଫ୍ଲାଗ ମାର୍ଚ୍ଚ। ନୟାଗଡ଼ ଟାଉନ ପୋଲିସ ଆଜି ସନ୍ଧ୍ୟା ୫ଟା ସମୟରେ ନୟାଗଡ଼ ସିନ୍ଦୁରିଆରୁ ବାହାରି ଟ୍ରାଫିକ ଛକ, ଖଣ୍ଡପଡ଼ା ରୋଡ଼ ବଲାଙ୍ଗୀ ବନ୍ଧ, ପୁରୁଣା ସହର, ଓଡ଼ଗାଁ ଛକ, ତ୍ରିନାଥ ଛକ ଓ କଲେଜ ପର୍ଯ୍ୟନ୍ତ ଟାଉନ ଥାନା ଅଧିକାରୀ ରଶ୍ମିରଂଜନ ମହାପାତ୍ରଙ୍କ ନେତୃତ୍ୱରେ ଫ୍ଲାଗ ମାର୍ଚ୍ଚ କରିଛି। ଏଥିରେ ସମସ୍ତ ପୋଲିସ କର୍ମଚାରୀ ସାମିଲ ହୋଇଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ନୟାଗଡ଼ ସହରରେ ପୋଲିସର ଏହି ଫ୍ଲାଗ ମାର୍ଚ୍ଚ ଅପରାଧିକ କାର୍ଯ୍ୟକଳାପ ଉପରେ ନିଶ୍ଚୟ ରୋକ ଲଗାଇବ। ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବା ଏବଂ ଜନସାଧାରଣଙ୍କୁ ଭରସା ପ୍ରଦାନ କରିବା ଏହାର ମୁଖ୍ୟ ଉଦେଶ୍ୟ ବୋଲି ଜଣାପଡ଼ିଛି।
Related posts
-
ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ସମିତିର ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ସମିତିର ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ... -
ନୟାଗଡ଼ ଜିଲ୍ଳାରେ ସକାଳ ୭ରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଭାରୀଯାନରେ ପରିବହନ ନିଷିଦ୍ଧ
ନୟାଗଡ଼, (ନୟାଗଡ଼ ଦର୍ପଣ): ମୋଟର ଯାନ ଆକ୍ଟ ୧୯୮୮(୫୯)ର ସେକ୍ସନ ୧୧୫ ଏବଂ ଓଡ଼ିଶା ମୋଟରଯାନ ରୁଲ ୧୯୯୩ର ରୁଲ ୧୭୩... -
ସରକାରୀ ଆଇ.ଟି.ଆଇ ନୟାଗଡ଼ରେ ଆଇନ ସଚେତନତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଶିକ୍ଷା ଗ୍ରହଣ ଯେପରି ଗୁରୁତ୍ଵପୂର୍ଣ୍ଣ, ସେହିପରି ସଠିକ ବିଷୟ ଚୟନ, ଅଧିକାର, କର୍ତ୍ତବ୍ୟ ଓ ଆଇନଗତ ଜ୍ଞାନ ମଧ୍ୟ...