ତିନିଦିନରେ ପହଞ୍ଚିଲା ଆମରଣ ଅନଶନ, ଭେଟିଲେ ବିଧାୟକ ଏବଂ ତହସିଲଦାର

ରାଜସୁନାଖଳା,(ନୟାଗଡ଼ ଦର୍ପଣ): ତିନିଦିନରେ ଏନ ଏ ସି ଦାବିରେ ଅନଶନ। ଅନଶନକାରୀ ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନ ଙ୍କୁ ଭେଟିଲେ ରଣପୁର ବିଧାୟକ ଏବଂ ତହସିଲଦାର। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ଦାବି ନେଇ ତିନିଦିନ ହେବ ଆମରଣ ଅନଶନ ଜାରି ରଖିଛନ୍ତି ସାମ୍ବାଦିକ ତଥା ସମାଜସେବୀ ଆର୍ତତ୍ରାଣ ପ୍ରଧାନ। ମଙ୍ଗଳବାର ଠାରୁ ଚାଲିଥିବା ଏହି ଅନଶନ କୁ ସ୍ଥାନୀୟ ଅଞ୍ଚଳ ର ବିଭିନ୍ନ ସ୍ବେଛାସେବୀ ସଂଗଠନ, ସାମାଜିକ କର୍ମୀ, ଯୁବବର୍ଗ, ବରିଷ୍ଠ ନାଗରିକ ସାମ୍ବାଦିକ ସମର୍ଥନ ଜଣାଇଛନ୍ତି। ଆଜି ଦିନସାରା ଅନଶନସ୍ଥଳ ରେ ଭିଡ଼ ଲାଗି ରହିଛି। ଦିନକୁ ଦିନ ସ୍ଥାନୀୟ ଲୋକଙ୍କ ଭିତରେ ସରକାର ଙ୍କ ପ୍ରତି ଆକ୍ରୋଶ ତଥା ପ୍ରତିବାଦ ର ସ୍ୱର ମଜବୁତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ପହଞ୍ଚି ନିର୍ବାଚନ ପରେ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ମିଳିବ ଏବଂ ଏପର୍ଯ୍ୟାୟ ଚୂଡାନ୍ତ ସ୍ଥରରେ ପହଂଚିଥିବା ସୂଚନା ଦେଇଥିଲେ। ଏବଂ 5ଟି ଅଧ୍ୟକ୍ଷ ନିର୍ବାଚନ ପରେ ଏନେଇ ଘୋଷଣା କରିବେ ବୋଲି କହିଥିଲେ ବିଧାୟକ। ଅନଶନ କୁ ସମର୍ଥନ ସହ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ପାଇଁ ଏନେଇ ସେ ଉଦ୍ୟମ ଚଳାଇଥିବା କହିଥିଲେ।

ତେବେ ଜିଲ୍ଲା ପ୍ରଶାସନର ପ୍ରତିଶୃତି ପରେ ଯାଇ ଆମରଣ ଅନଶନରୁ ଉଠିବେ ବୋଲି ଅନଶନକାରୀ ଶ୍ରୀ ପ୍ରଧାନ କହିଥିଲେ। ତେବେ ବୁଧବାର ରଣପୁର ତହସିଲଦାର ପହଞ୍ଚି ଲିଖିତ ପ୍ରତିଶୃତି ଦେବେ ବୋଲି କହିଥିଲେ। ମାତ୍ର ଜିଲ୍ଲାପାଳ କିମ୍ବା ଉପ ଜିଲ୍ଲାପାଳ ପହଞ୍ଚି ପ୍ରତିଶୃତି ଦେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି କହିଥିଲେ ଶ୍ରୀ ପ୍ରଧାନ। ତେବେ ଅନଶନକାରୀ ଶ୍ରୀ ପ୍ରଧାନ ଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ତାଙ୍କର ରକ୍ତଚାପ ଉଚ୍ଚ ରହିଥିବା ବେଳେ ଗ୍ଲୁକୋଜ ଲେବଲ କମିଥିବା ଡାକ୍ତର ସୂଚନା ଦେଇଛନ୍ତି। ଆଜି ଅନଶନ ସ୍ଥଳରେ ଆଞ୍ଚଳିକ ବିକାଶ ପରିଷଦ ର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଙ୍କ ସମେତ ସ୍ବେଛାସେବୀ ଶାନ୍ତନୁ କୁମାର ସାହୁ ପ୍ରମୁଖ ସମର୍ଥନ ଜଣାଇ ଦୀର୍ଘ ସମୟ ଧରି ବସି ରହିଥିଲେ।

Related posts