ରାଜସୁନାଖଳା, (ନୟାଗଡ଼ ଦର୍ପଣ): ରାଜସୁନାଖଳା କୁ ଏନ ଏ ସି ମାନ୍ୟତା ଦାବିରେ ଆମରଣ ଅନଶନ। ଦୁଇ ଦିନ ଧରି ଅବ୍ୟାହତ ରହିଛି ଅନଶନ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରା ଯାଇ ନ ଥିବାରୁ ଆମରଣ ଅନଶନ ରେ ବସି ରହିଛନ୍ତି ଯୁବ ସମାଜସେବୀ ଆର୍ତତ୍ରାଣ ପ୍ରଧାନ। ରାଜ୍ୟ ସରକାର ଦୁଇ ଦୁଇ ଥର ରାଜ୍ୟର ଅନେକ ସ୍ଥାନକୁ ଏନ ଏ ସି ମାନ୍ୟତା ଦେଇଥିଲେ। ମାତ୍ର ଜିଲ୍ଲାର ଦ୍ୱିତୀୟ ବୃହତମ ସହରାଞ୍ଚଳ ରାଜସୁନାଖଳା କୁ ଏହି ମାନ୍ୟତା ରୁ ବଞ୍ଚିତ କରିଥିବା ଅଭିଯୋଗ ହୋଇଛି। ନୟାଗଡ଼ ଶରଣକୁଳ ଏବଂ ବୋଲଗଡ଼ ଭଳି କମ ସହରାଞ୍ଚଳ ସ୍ଥାନକୁ ଏହି ମାନ୍ୟତା ମିଳିଥିବା ବେଳେ ରାଜସୁନାଖଳା କୁ କାହିଁକି ଉପେକ୍ଷା ବୋଲି ପ୍ରଶ୍ନ କରିଛନ୍ତି ଆର୍ତତ୍ରାଣ। ଏନେଇ ମୁଖ୍ୟମନ୍ତ୍ରୀ ଙ୍କୁ ପୂର୍ବରୁ ସ୍ମାରକ ପତ୍ର ପ୍ରଦାନ କରି ଦାବି ପୂରଣ ହେବାଯାଏଁ ଅନଶନ ଜାରି ରହିବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ। ତେବେ ଏହି ଆନ୍ଦୋଳନ କୁ ସ୍ଥାନୀୟ ଅଞ୍ଚଳର ସମସ୍ତ ବର୍ଗର ବ୍ୟକ୍ତିମାନେ ସମର୍ଥନ ଦେଉଥିବା ଦେଖିବାକୁ ମିଳିଛି। ତେବେ ଅନଶନ ସ୍ଥଳରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ପହଞ୍ଚି ଆର୍ତତ୍ରାଣ ଙ୍କୁ ଭେଟି ପ୍ରତିଶୃତି ଦେଇଛନ୍ତି।ମାତ୍ର ଶ୍ରୀ ପ୍ରଧାନ ପ୍ରଶାସନିକ ପ୍ରତିଶୃତି ମିଳିବା ପରେ ଯାଇ ଅନଶନ ରୁ ଉଠିବାକୁ ଜିଦ ଧରି ବସିଛନ୍ତି।
ରାଜସୁନାଖଳାକୁ ଏନଏସି ମାନ୍ୟତା ଦାବିରେ ଦ୍ୱିତୀୟ ଦିନରେ ପହଞ୍ଚିଲା ଆମରଣ ଅନଶନ
