ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ଏବଂ ଓକେସିଏଲ୍ର ମିଳିତ ଉଦ୍ୟମରେ ପିଏମ୍ଶ୍ରୀ ଏନ୍ଏସି ସରକାରୀ ହାଇସ୍କୁଲରେ ଏକ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) କ୍ଷମତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସୁରେନ୍ଦ୍ର ଖଣ୍ଡା ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିବା ବେଳେ ରୋଟାରୀ କ୍ଲବର ସଭାପତି ଶ୍ରୀ ବାସୁଦେବ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ରୋଟାରିଆନ୍ ଧୀରେନ୍ଦ୍ର କୁମାର ପଟ୍ଟନାୟକ ଏଆଇର ବ୍ୟବହାର ଓ ଉପଯୋଗିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଏଆଇ କିପରି ସେମାନଙ୍କ ଦକ୍ଷତା ବୃଦ୍ଧି, ପରୀକ୍ଷା ପ୍ରସ୍ତୁତି ଏବଂ ଭବିଷ୍ୟତରେ କ୍ୟାରିୟର ଗଠନରେ ସହାୟକ ହୋଇପାରିବ, ସେ ସମ୍ପର୍କରେ ଏକ ଉପସ୍ଥାପନା ମାଧ୍ୟମରେ ଆଲୋକପାତ କରିଥିଲେ। ଏହି ଅବସରରେ ଓକେସିଏଲ୍ର ସଂଯୋଜକ ଶ୍ରୀ ଅଜୟକାନ୍ତ ପୃଷ୍ଟି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ…
Read More