ଝିଅଟିଏ ମୁଁ ଝିଅଟିଏ

ଝିଅଟିଏ ମୁଁ ଝିଅଟିଏ
              ମୁଁ ଆସନ୍ତା କାଲିର ସ୍ବପ୍ନ ଟିଏ
ମୁଁ ପ୍ରଗତି ପଥର ଧାରାଟିଏ
              ଝିଅଟିଏ ମୁଁ ଝିଅଟିଏ

ନଦଳି ପାଦରେ ମୋତେ
              ନମାରି ମାତୃଗର୍ଭରୁ ସତେ
ଦୁନିଆକୁ ଆଣ ଆଲୋକ ଦେଖାଅ
             ଦେଖ ମୁଁ ସୁନ୍ଦର ପରୀ ଟିଏ

ଝିଅଟିଏ ମୁଁ ଝିଅଟିଏ
               ମୁଁ ଭବିଷ୍ୟତର ରତ୍ନଟିଏ

ଉଚ୍ଚାକାଂକ୍ଷୀ ମୁଁ ଉଚ୍ଚାମନା
                ନିଜେ ଜଳି ଅନ୍ୟ ପାଇଁ ଦିଏ ଆଶ୍ବାସନା
ପ୍ରତିପୋଷଣ ପ୍ରତିପାଳନ ଦ୍ବାହିରେ
                 ମୁଁ ସଫଳ ନେତ୍ରୀ ଟିଏ

ଝିଅଟିଏ ମୁଁ ଝିଅଟିଏ
                 ମୁଁ ସଫଳ ଧାତ୍ରୀ ଟିଏ

ପରିସ୍ଥିତିର ମୁଁ ସଫଳ ଦାୟିତ୍ଵ ସମ୍ପର୍ଣ୍ଣା
                ମୁଁ ଜାୟା ଜନନୀ ଭଗିନୀ ମୋରୂପ ଅନନ୍ୟା

ଝିଅଟିଏ ମୁଁ ଝିଅଟିଏ ମୁଁ ସୁନ୍ଦର ଗଳ୍ପ ଟିଏ

                 ମିନତି ମଙ୍ଗଳ, ନୟାଗଡ଼

Related posts