ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନର ଶୁଭାରମ୍ଭ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦର ସୃଜନ ସମ୍ମିଳନୀ କକ୍ଷରେ “ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ” ଏକ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ସୁଶାନ୍ତ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଶାନ୍ତ କୁମାର ଦାସ ସ୍ୱାଗତ ଭାଷଣ ରଖିଥିଲେ।

ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ଆଜି ନୟାଗଡ଼ ଜିଲ୍ଲାରେ ଶୁଭାରମ୍ଭ ହୋଇଛି । ଏହି ଅଭିଯାନ ଅକ୍ଟୋବର ୧୦ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୯ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଗ୍ରାମାଞ୍ଚଳରେ ଏହି କାର୍ଯ୍ୟକ୍ରମର ସଚେତନତା କାର୍ଯ୍ୟକ୍ରମ କରାଯିବ। ଏହି ଅଭିଯାନର କ୍ଷତିକାରକ ପ୍ରଭାବ ବିଷୟରେ ଜନସଚେତନତା ବୃଦ୍ଧି କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଯାହାକି ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଅନୁପାଳନକୁ ବୃଦ୍ଧି କରିବା ପାଇଁ ୱାଲ ପେଣ୍ଟିଙ୍ଗ କରାଯିବା, କୋଟପା-୨୦୦୩ ଏବଂ ପେକା-୨୦୧୯ ବଳରେ ଟିମମାନେ ରେଡ୍ କରିବା, ସାମାଜିକ ଗଣମାଧ୍ୟମର ପ୍ରସାରକୁ ବୃଦ୍ଧି କରିବା ଏବଂ ୩୦ଗୋଟି ଆଇ.ଇ.ସି.(IEC) କାର୍ଯ୍ୟକ୍ରମ କରାଯିବା ସହ ୨୦ଟି ଗ୍ରାମକୁ ତମାଖୁ ମୁକ୍ତ ଗ୍ରାମ କରିବା ପାଇଁ ପ୍ରୟାସ ଜାରି ରଖିବାକୁ ସ୍ଥିର କରାଯାଇଛି। ତମାଖୁ ଛାଡ଼ିବା ପାଇଁ ଦେୟମୁକ୍ତ ନମ୍ବର -୧୮୦୦-୧୧-୨୩୫୬ ଫୋନ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।

Related posts