ଦଶପଲ୍ଲା,(ନୟାଗଡ଼ ଦର୍ପଣ): ପୁରାତନ ଗଡଜାତ ରାଜ୍ୟ ଦଶପଲ୍ଲାର ଭୌଗୋଳିକ ପରିସୀମା, ବାତାବରଣ, ଜଳବାୟୁ, ପ୍ରସିଦ୍ଧ ସ୍ଥାନ, ବାଣିଜ୍ୟ, ଶିକ୍ଷା, ରାଜନୈତିକ ଅବସ୍ଥା, ଗମନାଗମନ, ପର୍ବତମାଳା ଏବଂ ଗାଁର ନାମକରଣକୁ ଆଧାର କରି ଭାରତ ସ୍ବାଧୀନତା ପୂର୍ବରୁ ଅର୍ଥାତ ୧୯୪୦ ମସିହାରେ ଦଶପଲ୍ଲା ଇଷ୍ଟେଟ ସହକାରୀ ଦେୱାନ ନୀଳମଣୀ ବିଷୋୟୀଙ୍କ ପ୍ରଥମ ସଂସ୍କରଣ ଦଶପଲ୍ଲା ଭୂଗୋଳ ପୁସ୍ତିକାର ପ୍ରଥମ ସଂସ୍କରଣ ପ୍ରକାଶ କରିଥିଲେ। ଏହି ପୁସ୍ତକ ‘ଦଶପଲ୍ଲା ଭୂଗୋଳ’ର ୨ୟ ସଂସ୍କରଣ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ‘ଅକ୍ଷ’ ପ୍ରକାଶିନୀ ଆନୁକୂଲ୍ୟରେ ଲେଖକ ଗାଳ୍ପିକ ହାଡିବନ୍ଦୁ ମହାଖୁଡଙ୍କ ଦ୍ୱାରା ଶନିବାର ଦିନ ପ୍ରକାଶ ପାଇଛି । ଏହି ପୁସ୍ତକକୁ ଦଶପଲ୍ଲା ରାଜା ସାହେବ ଦିଗ୍ବିଜୟ ଚନ୍ଦ୍ର ଦେଓଭଞ୍ଜଙ୍କ କର କମଳରେ ରାଜନଅର ଅଭିଷେକ ମହଲରେ ପୁସ୍ତକକୁ ଅନାବରଣ କରିଛନ୍ତି। ଏ ଅବସରରେ ଳେକକ ଶ୍ରୀ ମହାଖୁଡଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ସମୟରେ ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁ, ଶିକ୍ଷକ ବିଘ୍ନେଶ୍ୱର ବେହେରା, ରାମ ନାଟକ କଳାକାର ଅନୀଲ କୁମାର ସିଂହ, ଆଧ୍ୟାତ୍ମିକବାଦୀ ରକେଶ କୁମାର ମହାନ୍ତି, ସମାଜସେବୀ ବ୍ରଜେନ୍ଦ୍ର ପ୍ରସାଦ ଧଳ ଏବଂ ସୁଶାନ୍ତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ଡିସେମ୍ବର – ୨୦୨୫ରେ ଲେଖକ ହାଡିବନ୍ଧୁ ମହାଖୁଡଙ୍କ ଦ୍ୱାରା ୫ଶହ ପୃଷ୍ଠାର ଦଶପଲ୍ଲା ଇତିହାସ ପୂର୍ଣ୍ଣାଙ୍ଗ ପୁସ୍ତକ ପ୍ରକାଶ କରିବାର ଯୋଜନା ରହିଛି ବୋଲି ଶ୍ରୀ ମହାଖୁଡ ରାଜା ସାହେବ ଦିଗ୍ବିଜୟ ଚନ୍ଦ୍ରଙ୍କୁ ସୂଚନା ଦେଇଥିଲେ। ପୂର୍ବରୁ ‘ଦଶପଲ୍ଲ ଇତିହାସ’ ପୁସ୍ତିକାର ଓଡ଼ିଆ ଓ ଇଂରାଜୀ ପୁସ୍ତକ ଅନୁବାଦ କରିଥିବା ଶ୍ରୀ ମହାଖୁଡଙ୍କ ପାଠକୀୟ ଓ ଗବେଷକମାନଙ୍କ ଦ୍ୱାରା ଖୁବ୍ ଆଦୃତି ପ୍ରକାଶ ପାଇଛି।
‘ଦଶପଲ୍ଲା ଭୂଗୋଳ’ ପୁସ୍ତକ ଉନ୍ମୋଚିତ
