ଗୋରୁ ମାଲିକଙ୍କୁ ଦଶପଲ୍ଲା ଏନଏସିର ଚେତାବନୀ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଦେଇ ଯାଇଛି ୫୭ନଂ. ଜାତୀୟ ରାଜପଥ। ଏଥି ସହିତ ଦାପଲ୍ଲା ଏନଏସିରେ ଅନେକ ବଜାର ବି ରହିଛି। ସୁବଠି ଗୋରୁମାନଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ଗୋରୁ ପଲ ରାସ୍ତାଘାଟରେ ଶୋଇ ରହୁଥିବା ଓ ଅବାଧ ବିଚରଣ କରୁଥିବାରୁ ପ୍ରତ୍ୟହ ଦୁର୍ଘଟଣା ଘଟୁଛି। ଏନେଇ ଏନଏସି ନିକଟରେ ବାରମ୍ବାର ଅଭିଯୋଗ ହେବା ପରେ ଏନଏସି ପକ୍ଷରୁ ଗୋରୁମାଲିକମାନଙ୍କୁ ତାଗିଦ କରାଯାଇଛି। କାରଣ କ୍ଷୁଧାର୍ତ୍ତ ଗୋରୁମାନଙ୍କୁ ଖାଇବାକୁ ନ ଦେଇ ମାଲିକମାନେ ଦୁହିଁବା ପରେ ରାସ୍ତା ଉପରକୁ ଛାହି ଦେଉଛନ୍ତି। ଲୋକେ ଖାଦ୍ୟ ସାମଗ୍ରୀ ସାଇକେଲରେ ରଖି ବଜାର କଲାବେଳେ ଗୋରୁମାନେ ଆସି ଖାଇ ଦେଉଛନ୍ତି। ଏଭଳି ସ୍ଥଳେ ଗୋରୁ ଏବଂ ଲୋକମାନେ ଅକଥନୀୟ ଦୁର୍ଦ୍ଦଶା ଗୋକୁଛନ୍ତି। ଏଣେ ଦୁର୍ଘଟଣାରେ ଲୋକେ ଆହତ ହେଉଥିବାବେଳେ ବସ୍‌ ଓ ଟ୍ରକ ଧକ୍କାରେ ଗୋରୁମାନେ ମଧ୍ୟ ଆହତ ହେଉଥିବା ନଜୀର ରହିଛି। ତେଣୁ ଗୋରୁ ମାଲିକମାନେ ସେମାନଙ୍କ ଗୋରୁମାନଙ୍କର ଯତ୍ନ ନନେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏନଏସି ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ତାଗିଦ କରାଯାଇଛି।

Related posts