ଇଟାମାଟିରେ ସାଇ ସିଦ୍ଧି ଫାଉଣ୍ଡେସନ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ

ଇଟାମାଟି, (ନୟାଗଡ଼ ଦର୍ପଣ): ସାଇସିଦ୍ଧି ଫାଉଣ୍ଡେସନ ତରଫରୁ ଆୟୋଜିତ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର ନୟାଗଡ଼ ବ୍ଲକ ଇଟାମାଟି ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱାସ୍ଥ୍ୟ ଶିବିରରେ ପ୍ରାୟ ୩୦୦ରୁ ଅଧିକ ଲୋକଙ୍କୁ ମାଗଣାରେ ଔଷଧ ସହ ନିଶୁଳ୍କ ଫିସିଓଥେରାପି ସେବା ଯୋଗାଇ ଦିଆଯାଇଥିଲା। ଆଗାମୀ ଦିନରେ ସାଇସିଦ୍ଧି ଫାଉଣ୍ଡେସନ ତରଫରୁ ଯଥାସମ୍ଭବ ଜନସେବା ମୂଳକ କାର୍ଯ୍ୟ ହାତକୁ ନିଆଯିବ ବୋଲି ସାଇସିଦ୍ଧି ଫାଉଣ୍ଡେସନର ଫାଉଣ୍ଡର ସାଇ ଶୁଭମ୍ କହିଛନ୍ତି। ମେଡ଼ିସିନ ବିଭାଗ ଡାକ୍ତର ବିଶ୍ୱଜିତ୍ ମହାନ୍ତି, ଶିଶୁ ବିଭାଗ ଡାକ୍ତର ଶୁଭ ସନ୍ଦୀପ ମହାନ୍ତି, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଦିଲ୍ଲିପ ନାୟକ,  ସର୍ଜରୀ ବିଭାଗ ଡାକ୍ତର ଅଂଶୁମାନ ରଥଙ୍କ  ଭଳି ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ଚିକିତ୍ସା କରାଯାଇଥିଲା। ଦିବ୍ୟରଞ୍ଜନ ମିଶ୍ରଙ୍କ ଦ୍ଵାରା ଫିଜିଓଥେରାପି ସେବା ପ୍ରଦାନ କରାଯାଇଥିଲା। ଫାର୍ମାସୀ ମନୋଜ କୁମାର ପଣ୍ଡାଙ୍କ ସହଯୋଗରେ ଔଷଧ ବିତରଣ କାର୍ଯ୍ୟ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଇଟାମାଟି ଶିକ୍ଷା ଓ ବୈଷୟିକ ମିହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ସରପଞ୍ଚ ପ୍ରାର୍ଥୀନୀ ସ୍ଵପ୍ନେଶ୍ୱରି ସେଠୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଦାମ ସାର, ଭାଗୀରଥି ବାଇ, ବିଜୟ କୁମାର ସାଥୁଆ, ନବ ସାର, ଦୁର୍ଯ୍ୟୋଧନ ବେହେରା, ଟୁନା ସାହୁ, ସଚ୍ଚିକାନ୍ତ ସାଥୁଆ ପ୍ରମୁଖ ଉପସ୍ଥିତ ଥିଲେ। ୫୦ରୁ ଉର୍ଦ୍ଧ୍ୱ ଫାଉଣ୍ଡେସନର ସଦସ୍ଯ ସହଯୋଗକରିଥିଲେ। ଏହି ସ୍ୱାସ୍ଥ୍ୟ ଶିବିରକୁ ଅଧକ୍ଷ ସାଇ ଶୁଭମ, ଉପଦେଷ୍ଟା ବିଶ୍ୱଜିତ୍ ପତି, ବିକାଶ ଦାସ, ସ୍ବାଧୀନ କୁମାର ସାହୁ, ରୁଦ୍ରମାଧବ ଦାସ, ତାପସ ସାହୁ, ଜ୍ଞାନୀ ଦେବାଶିଷ, ମହାବୀର ପ୍ରଧାନ, ସୌମ୍ୟ ସାହୁ ପ୍ରଫୁଲି, ରୁଦ୍ର, ଟୁଟୁ ଅର୍ଜୁନ ସହଯୋଗ କରିଥିଲେ। ସାଇସିଦ୍ଧି ଫାଉଣ୍ଡେସନ ପକ୍ଷରୁ ପ୍ରତି ତିନିମାସରେ ଥରେ ଏହିଭଳି କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ମିଳିଛି। ଫାଉଣ୍ଡେସନର ସଦସ୍ୟ ସ୍ୱାସ୍ଥ୍ୟ ଶିବିର ଭଳି ଏକ ସୁନ୍ଦର୍ ପଦକ୍ଷେପ ନେଇଥିବାରୁ ଅଞ୍ଚଳବାସୀ ଖୁବ ପ୍ରଶଂସା କରିଛନ୍ତି।

Related posts