ନୟାଗଡ଼,(ନୟାଗଡ଼ ଦର୍ପଣ): ୧୯୯୦ମସିହାରେ ଗଠିତ ନୟାଗଡ଼ ରୋଟାରୀ କ୍ଳବ ଗଠନ ପର ରୋଟାରୀ ଆନ୍ତର୍ଜାତିକ ସଂସ୍ଥା, ଆମେରିକା, ନୟାଗଡ଼ରେ ଆଉ ଏକ ନୂତନ ରୋଟାରୀ କ୍ଳବ ଗଠନ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି। ରୋଟାରୀ କ୍ଳବ ଅଫ ନୟାଗଡ଼ ଏକ୍ସିଲେନ୍ସିର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ରୋଟାରୀ ଅଫିସରୁ ରୋଟାରୀ କାର୍ଯ୍ୟକାରୀ ସମ୍ପାଦକ ବରିଷ୍ଠ ରୋଟାରୀଆନ ସୁଶାନ୍ତ କୁମାର ମହାପାତ୍ରଙ୍କ ଠାରୁ ଅନୁମତି ପତ୍ର ଗ୍ରହଣ କରିଛନ୍ତି। ସମାଜସେବୀ ଶ୍ରୀଯୁକ୍ତ ପଟ୍ଟନାୟକ କୁହନ୍ତି “ରୋଟାରୀ” ଏବଂ ସେବା ତାଙ୍କ ଜୀବନ। ଏଥି ସହିତ ନୂତନ ରୋଟାରୀ କ୍ଳବ ପାଇଁ ସେ ଦୈନିକ ସମୟଦେବେ ବୋଲି ପ୍ରକାଶ କରିଛନ୍ତି।
ନୟାଗଡ଼ରେ ଆଉ ଏକ ରୋଟାରୀ କ୍ଳବ ଗଠନ ନିମନ୍ତେ ରୋଟାରୀ ସଂସ୍ଥାର ଅନୁମତି ପ୍ରଦାନ
