ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ କୋମଣ୍ଡ ଆଞ୍ଚଳିକ ସାଧନକେନ୍ଦ୍ର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କୋମଣ୍ଡ ଠାରେ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ସଭା ଗୋବିନ୍ଦ ଚନ୍ଦ୍ର ଦଳେଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ସରପଞ୍ଚ ଦିପୀକା ସେଠୀ, ସ୍ୱତନ୍ତ୍ର ଅତିଥି ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜକିଶୋର ସାହୁ,ମୁଖ୍ୟବକ୍ତା ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରଘୁନାଥ ମଲିକ, ସମ୍ମାନିତ ଅତିଥି ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ବଟକୃଷ୍ଣ ପଣ୍ଡା, ଶେଷଦେବ ସାହୁ,ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପରିଷଦର ସଭାପତି ରାମେଶ୍ୱର ପଣ୍ଡା, ସଚ୍ଚିଦାନନ୍ଦ ଦାସ, ସୁକାନ୍ତ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସିମାଞ୍ଚଳ ପ୍ରଧାନ,ପୂର୍ବତନ ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକ, ପୂର୍ବତନ ପରିଚାଳନା କମିଟି ଅଧ୍ୟକ୍ଷ ପବିତ୍ର ମୋହନ ପ୍ରଧାନ ଆସନ ଅଳଂକୃତ କରିଥିଲେ।ଅବସର ଗ୍ରହଣ କରିଥିବା ଶିକ୍ଷକ ମାଗେତା ବେହେରା ଏବଂ ଚନ୍ଦ୍ରମଣି ନାୟକଙ୍କ ବିଷୟରେ ଅତିଥି ମାନେ ପ୍ରଶଂସା ଗାନ କରି ଶିକ୍ଷକ ଦ୍ୱୟଙ୍କ ଭବିଷ୍ୟତ ନିରାମୟ ଜୀବନ ପାଇଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରିଥିଲେ।
ସମ୍ବର୍ଦ୍ଧନା ସଭା ପରେ ବିଦ୍ୟାଳୟର ଶିକ୍ଷକ ବିଦ୍ୟାଧର ସାହୁ, ଶ୍ରୀଧର ସାହୁ, କୃଷ୍ଣଚନ୍ଦ୍ର ଆଲଟିଆ, ବିଶ୍ୱଜିତ୍ ଦ୍ୱିବେଦୀ, ଉର୍ମିଳା ମୁର୍ମୁ, ପୁଷ୍ପଲତା ବେହେରା,ଅଭିଭାବକ,ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନେ ଶିକ୍ଷକ ଦୁହିଁଙ୍କୁ ସମ୍ମାନର ସହିତ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇଥିଲେ । ଶୋଭାଯାତ୍ରାରେ ଗ୍ରାମର ଦ୍ୱାରେଦ୍ୱାରେ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଶିକ୍ଷକ ଦୁହିଁଙ୍କର ପଦବନ୍ଦନା କରୁଥିବା ଦେଖିବାକୁ ମିଳିଥିଲା । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର, ଶିକ୍ଷକ ରଞ୍ଜନ କୁମାର ଦାଶ, କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସ୍ୱର୍ଣ୍ଣଲତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଆଞ୍ଚଳିକ ସାଧନକେନ୍ଦ୍ର ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।ସେହିପରି ଅନୁରୂପ ଭାବରେ ଆଜି ଓଡ଼ଗାଁ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ପଟ୍ଟନାୟକ ଶିକ୍ଷକତା କାର୍ଯ୍ୟରୁ ସେବା ନିବୃତ୍ତ ହୋଇଛନ୍ତି। ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ବଟକୃଷ୍ଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଓଡ଼ଗାଁ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ
କମଳିନୀ ବେହେରା,ରଘୁନାଥ ମଲ୍ଲିକ,ଅବସର ପ୍ରାପ୍ତ ଶିକ୍ଷକ ପିତବାସ ସାହୁ, ବୈକୁଣ୍ଠନାଥ ମିଶ୍ର, ଶ୍ରୀମନ୍ତ ମହାରଣା, ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା ମଞ୍ଚାସୀନ ହୋଇ ପ୍ରଭାତୀ ପଟ୍ଟନାୟକଙ୍କ ଶିକ୍ଷକତା ଜୀବନର ଅନୁଭୁତି ସମ୍ପର୍କରେ ଆଲୋକପାତ କରିଥିଲେ । ସେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ବେଶ୍ ଜଣାଶୁଣା ।ଉକ୍ତ ସଭାରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ଅବଶିଷ୍ଟ ଜୀବନ ସୁସ୍ଥ ଓ ନୀରୋଗ ରହିବା ପାଇଁ ପ୍ରାର୍ଥନା କରିଥିଲେ। ଉପସ୍ଥିତ ଅଭିଭାବକ, ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପହାର ଓ ଉପଢ଼ୌକନ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ନରେଶ ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।