ଖଣ୍ଡପଡ଼ା, (ନୟାଗଡ଼ ଦର୍ପଣ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଖଣ୍ଡପଡ଼ା ନଗର ତରଫରୁ ପଠାଣି ସାମନ୍ତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏବିଭିପି କାର୍ଯ୍ୟକର୍ତ୍ତାମାନଙ୍କ ପକ୍ଷରୁ କୁହାଯାଇଛି ଯେ, ପରୀକ୍ଷା ଜୀବନର ଏକ ମହତ୍ୱପୂର୍ଣ୍ଣ ପର୍ବ ହେଲେ ମଧ୍ୟ ଏହା ଭବିଷ୍ୟତର ସଫଳତାର ଏକମାତ୍ର ମାନଦଣ୍ଡ ନୁହେଁ। ଆତ୍ମବିଶ୍ୱାସ, ନିୟମିତ ପଢ଼ିବା ଓ ସକାରାତ୍ମକ ଚିନ୍ତାଧାରା ସହିତ ପରୀକ୍ଷା ଦେଲେ ନିଶ୍ଚୟ ଭଲ ଫଳାଫଳ ମିଳିବ। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ସହ-ସଂଯୋଜକ ଶ୍ରୀ ମଙ୍ଗୁଳି ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁଶ୍ରୀ ସନ୍ତୋଷିନି ମନ୍ତ୍ରୀ, ଖଣ୍ଡପଡ଼ା ନଗର ସମ୍ପାଦକ ଶ୍ରୀ ଭାଗବତ ପ୍ରଧାନ ଓ ଭାବଗ୍ରାହୀ ପ୍ରଧାନ ଉପସ୍ଥିତ ଥିଲେ। ଶେଷରେ ଏବିଭିପି ପକ୍ଷରୁ ସମସ୍ତ ପରୀକ୍ଷାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରାଯାଇଛି ଏବଂ ଶାନ୍ତ ମନୋଭାବ ସହ ପରୀକ୍ଷା ଦେଇ ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଆହ୍ୱାନ ଜଣାଯାଇଛି।

