ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କୃଷି ବିଭାଗ ତଥା ପ୍ରକଳ୍ପ ନିର୍ଦେଶକ “ଆତ୍ମା ” ଆନୁକୂଲ୍ୟରେ ଓଡଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ରେ କ୍ଷୁଦ୍ର ଶସ୍ୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇସାରିଛି। ମୁଖ୍ୟ ଅତିଥିଭାବେ ଓଡଗାଁ ବ୍ଲକ କୃଷି ବିଭାଗର ଯାନ୍ତ୍ରିକ ପରିଚାଳକ ଶରତ ଚନ୍ଦ୍ର ଚୌଧୁରୀ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅବନ୍ତୀ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ଓ ମାତୃମଞ୍ଚ ସଭ୍ୟା ମାନଙ୍କୁ ନେଇ ଉଦଘାଟିତ ହୋଇସାରିଛି। ଏହି ଯୋଜନାରେ ଇକୋ ସଲ୍ୟୁସନ ବେସରକାରୀ ସଂସ୍ଥା ଉକ୍ତ ବିଦ୍ୟାଳୟର ୨୫୮ଜଣ ଛାତ୍ର ଛାତ୍ରୀଙ୍କ ପାଇଁ ମାଣ୍ଡିଆରେ ପ୍ରସ୍ତୁତ ମାଣ୍ଡିଆ ଵାଲସା, ମାଣ୍ଡିଆ ଗଜା, ମାଣ୍ଡିଆ ସେଓ, ମାଣ୍ଡିଆ ଦହି ବୁନ୍ଦି ଭଳି ମାଣ୍ଡିଆରେ ପ୍ରସ୍ତୁତ ବିଭିର୍ଣ୍ଣ ଖାଦ୍ୟ ମାଗଣାରେ ବଣ୍ଟନ କରାଯାଇଥିଲା।

ବର୍ତ୍ତମାନ ମନୁଷ୍ୟ ମାନଙ୍କର ଚାଓ ମିନ, ବରଗର, ପିଜ଼ା ଭଳି ଶରୀରକୁ ରୋଗାଗ୍ରସ୍ତ କାରି ଖାଦ୍ୟଭ୍ୟାସ ଠାରୁ ଦୂରରେ ରହି ଶରୀରକୁ ଅଧିକ ପୁଷ୍ଟି ଯୁକ୍ତ ଖାଦ୍ୟ ମାଣ୍ଡିଆକୁ ନିତ୍ୟ ଖାଦ୍ୟ ପଦାର୍ଥ ଭାବେ ବ୍ୟବହାର କରିବାକୁ ଅତିଥିମାନେ ବ୍ୟକ୍ତ କରିଥିଲେ। କାରଣ ଏହି ମାଣ୍ଡିଆ ଅଧିକ କ୍ୟାଲସିୟମ, ଗ୍ଲୁଟିନ, ର୍ଲୌହଯୁକ୍ତ ହୋଇଥିବାବେଳେ ମନୁଷ୍ୟ ର ବୃକକ ଓ ଯକୃତର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହିତ କୋଲେଷ୍ଟ୍ରଲ ହ୍ରାସ କରିବାରେ ବହୁତ ସହାୟ ହୋଇଥାଏ। ସେଥିପାଇଁ ରାଜ୍ୟ ସରକାର ଶିଶୁବାଟିକା ଠାରୁ ଦଶମ ଶ୍ରେଣୀ ପିଲାଙ୍କୁ ସପ୍ତାହରେ ତିନିଦିନ ମାଣ୍ଡିଆରେ ପ୍ରସ୍ତୁତ ଲଡ଼ୁକୁ ମଧ୍ୟାହ୍ନ ଭୋଜନରେ ସାମିଲ କରିଛନ୍ତି। ଏହା ଏକ ଜନାଭିମୁଖୀ କାର୍ଯ୍ୟକ୍ରମ ହୋଇଥିବାରୁ ବିଦ୍ୟାଳୟରେ ଯୋଗ ଦେଇଥିବା ମା ମାନେ ନିଜ ପିଲାଙ୍କୁ ଅଭ୍ୟାସ କରାଇଲେ ସରକାରୀ ଯୋଜନା ବହୁତ ଫାଇଦା ମିଳିପାରିବ ବୋଲି ପିଲାମାନଙ୍କୁ ମାତୃମଞ୍ଚ ସଭ୍ୟା ମାନେ କହିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ସାହୁ ପରିଚାଳନା କରିଥିବାବେଳେ ଖେଳ ଶିକ୍ଷକ ଆଲୋକ ନାୟକ, ରାଧାଗୋବିନ୍ଦ ନାୟକ, ସୂଯ୍ୟମଣି ନାୟକ, ଖୋଗେଶ୍ୱର ବେହେରା, ଶିକ୍ଷୟିତ୍ରୀ ପଦ୍ମିନୀ ନାୟକ ସହଯୋଗ କରିଥିଲେ।

