ନୟାଗଡ଼, (ନୟାଗଡ଼ ଦର୍ପଣ): ସାରା ଓଡିଶା ରେ +୨ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଯାଇଅଛି। ସେହି ସମୟେ ଏବିଭିପି ନୟାଗଡ଼ର ଦେଖିବାକୁ ମିଳିଛି ଏକ ସୁନ୍ଦର ପ୍ରୟାସ, ଯେଉଁଥିରେ ନୟାଗଡ଼ ସ୍ୱୟଂଶାସିତ ମହବିଦ୍ୟାଳୟ ଏବଂ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ପରୀକ୍ଷାର୍ଥୀ ଙ୍କ ପ୍ରବେଶ ସମୟରେ ବିଦ୍ୟାର୍ଥୀମାନଙ୍କୁ ଚନ୍ଦନ ଲଗାଇ ପରୀକ୍ଷା ପାଇଁ ଶୁଭକାମନା ଏବଂ ଉଜ୍ବଳ ଭବିଷ୍ୟତ ମନାସିଛନ୍ତି ବିଦ୍ୟାର୍ଥୀ ପରିଷଦ ର କାର୍ଯ୍ୟକର୍ତ୍ତା ମାନେ। ଏବଂ ଏହି ଅଭିନଵ ପ୍ରୟାସ ନିମନ୍ତେ ସ୍ଥାନୀୟ ବ୍ୟକ୍ତି,ଅଭିଭାବକ ଏବଂ ଅଧ୍ୟାପକ ମାନଙ୍କ ମଧ୍ୟ ପ୍ରଶଂସା ସାଉଁଟି ପାରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୟାଗଡ଼। ଏହି ସମସ୍ତ କାର୍ଯ୍ୟ କୁ ତ୍ୱରାନ୍ଵୀତ କରାଇଥିଲେ ଜିଲ୍ଲା ସଂଯୋଜକ ତଥା ଏସ.ଡବ୍ଲୁ.ସି ସଦସ୍ୟ ସୌମ୍ୟ ରଂଜନ ସାହୁ,ସହ ସମ୍ପାଦକ ଲକ୍ଷ୍ମୀନାରାୟଣ ପାଣଗ୍ରାହୀ, ଗଗନ ନାୟକ ଖେଲୋ ଭାରତ, ରାଷ୍ଟ୍ରୀୟ କଳା ମଞ୍ଚ ନଗର ସଂଯୋଜିକା ଲୋପାମୁଦ୍ରା ବିଶ୍ଵାଳ, ନଗର କାର୍ଯ୍ୟକାରିଣୀ ପ୍ରଭାତୀ ପାତ୍ର,ନଗର ସହ ସମ୍ପାଦିକା ଜ୍ୟୋତି ନାୟକ ଇତ୍ୟାଦି। ଏବଂ ଏହି ସମୟେ ବିଦ୍ୟାର୍ଥୀ ଙ୍କ ମନରେ ରାଷ୍ଟ୍ରୀୟ ଚେତନା ନିମନ୍ତେ ଶିକ୍ଷା ଜୀବନ ପାଇଁ ଏବଂ ଜୀବନ ଦେଶ ପାଇଁ ଏହି ବାର୍ତ୍ତା ଦେଇ ପରୀକ୍ଷାର୍ଥୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ ସମସ୍ତ କାର୍ଯ୍ୟକର୍ତ୍ତା ମାନେ।

