କୁରାଳରେ ଏକଦିବସୀୟ ଯଜ୍ଞ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକର ମନ୍ଦିର ମାଳନୀ ଗ୍ରାମ କୁରାଳ ରେ ଆଜି ମାଆ ରାମଚଣ୍ଡୀ ଙ୍କ ପ୍ରାଙ୍ଗଣରେ ଏକଦିବସୀୟ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।କୁରାଳ ବୈଦିକ ବ୍ରାହ୍ମଣ ସମାଜର ସଭାପତି ସୁଶାନ୍ତ କୁମାର ମିଶ୍ର,ସମ୍ପାଦକ ଜଗନ୍ନାଥ ମିଶ୍ର,କୋଷାଧ୍ୟକ୍ଷ ତପନ କୁମାର ତ୍ରିପାଠୀ ଏବଂ କୁରାଳ ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲାର ପ୍ରାୟ ୧୫ ଟି ଶାସନ ରୁ ମୋଟ ୧୫୭ ଜଣ ବୈଦିକବ୍ରାହ୍ମଣ ଯୋଗଦେଇଥିଲେ।ସମସ୍ତ ବ୍ରାହ୍ମଣ ଙ୍କୁ ଅର୍ଚ୍ଚନା କରାଯାଇ ବସ୍ତ୍ର ଓ ଦକ୍ଷିଣାଦ୍ୱାରା ବରଣ କରାଯାଇଥିଲା।ମୁଖ୍ୟ ଆଚାର୍ଯ୍ୟ ସନ୍ତୋଷ କୁମାର ତ୍ରିପାଠୀ ଙ୍କ ଦ୍ୱାରା ପ୍ରଥମେ ସୂର୍ଯ୍ୟ ପୂଜା ଓ ପୀଠ ପୂଜା ସମ୍ପାଦନ କରାଯାଇଥିଲା।ଗ୍ରାମବାସୀ ଙ୍କ ତରଫରୁ ମୃଦଙ୍ଗ, ଘଣ୍ଟ,କାହାଳୀ ଓ ହୁଳହୁଳି ସହିତ ସମସ୍ତ ବ୍ରାହ୍ମଣ ମାନେ କୁରାଳ ଗ୍ରାମ ପରିକ୍ରମା କରିଥିଲେ।ପ୍ରତ୍ୟେକ ସାହିରେ ପୁରୁଷ…

Read More

ସ୍ବାଧୀନତା ଦିବସରେ ଚମ୍ପାଗଡ ଉନ୍ନୀତ ମଧ୍ଯ ଇଂରାଜୀ ବିଦ୍ୟାଳୟ ରେ ଜାତୀୟ ପତାକା ପ୍ରତି ଅବହେଳା ଓ ଅସମ୍ମାନ ଅଭିଯୋଗ

ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ଅନ୍ତର୍ଗତ ଚମ୍ପାଗଡ ଉନ୍ନୀତ ମଧ୍ଯ ଇଂରାଜୀ ବିଦ୍ୟାଳୟ ରେ ଅଗଷ୍ଟ ମାସ ୧୫ ତାରିଖ ଦିନ ୮୦ ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକା ପ୍ରତି ଅସମ୍ମାନ ଓ ଅବହେଳା କରାଯାଇଥିବା ଅଭିଯୋଗ ଆସିଛି ।ବିଦ୍ୟାଳୟ ପରିସରରେ ଅଗଷ୍ଟ ୧୫ ତାରିଖରେ ଜାତୀୟ ପତାକା ଉତ୍ତୋଳନ କରଯାଇଥିଲା । ତେବେ ନିୟମ ଅନୁଯାୟୀ ଉତ୍ସବ ଶେଷ ହେବା ପରେ ନିର୍ଦ୍ଧାରିତ ସମୟରେ ପତାକା କୁ ସମ୍ମାନର ସହ ଅବତରଣ କରାଯିବାର ନିୟମ ରହିଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାତୀୟ ପତାକା ଟି ଉତ୍ତୋଳିତ ଅବସ୍ଥାରେ ରହିଥିବା ଲୋକଲୋଚନକୁ ଆସିଥିଲା । ଏପରିକି ସ୍ଥାନୀୟ ଯୁବକମାନେ ଏହାକୁ କ୍ୟାମେରାରେ କଏଦ କରିଛନ୍ତି, ଯାହା ଜିପିଏସ୍ ଫଟୋ ରୁ ସ୍ପଷ୍ଟ ଭାବରେ ଅଭିଯୋଗର ସତ୍ୟତା ବାରି…

Read More

ସ୍ୱାଧୀନତା ଦିବସରେ ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ସ୍ୱାଧୀନତା ଦିବସ ଅବସରରେ ନୟାଗଡ଼ ରୋଟାରୀ କ୍ଲବ ତରଫରୁ ସ୍ଥାନୀୟ ରକ୍ତଭଣ୍ଡାର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ବାସୁଦେବ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ନୟାଗଡ଼ ଏସ୍‌ପି ଶ୍ରୀ ଶୁଭେନ୍ଦୁ ପାତ୍ର, ସିଡିଏମ୍‌ଓ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଏବଂ ତହସିଲଦାର ରାଜେଶ କେଶରୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ଏଭଳି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ରୋଟାରୀ କ୍ଲବର ସଭାପତି ବାସୁଦେବ ସାହୁ, ସମ୍ପାଦକ ଦିଲ୍ଲୀପ ମିଶ୍ର, ଉପ ସଭାପତି ଜି ରଶ୍ମିରାଜ, ଯୁଗ୍ମ ସଂପାଦକ ଦେବାଶିଷ ପଟ୍ଟନାୟକ,…

Read More