ମାଇଁ ଭାରତ ନୟାଗଡ଼ ଓ ସେବା ଉତ୍ସବ ସମିତି ପକ୍ଷରୁ ୧୦୦ତମ ସଂସ୍କରଣ ରବିବାର ସାଇକେଲ୍ ଶୋଭାଯାତ୍ରା ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସଣ୍ଡେ ଅନ ସାଇକେଲ ଶୋଭାଯାତ୍ରାରେ ୧୦୦ତମ ସଂସ୍କରଣ ଅବସରରେ ଶରଣକୂଳରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ନୟାଗଡ଼ ମାଇଁ ଭାରତ ଓ ସେବା ଉତ୍ସବ ସମିତି ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରବିବାର ସକାଳୁ ଶିଖରପୁର ଛକଠାରୁ ପ୍ରସିଦ୍ଧ ଶ୍ରୀ ଲଡୁବାବାଙ୍କ ପୀଠ ପର୍ଯ୍ୟନ୍ତ ଏକ ସାଇକେଲ୍ ଶୋଭାଯାତ୍ରା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୁବକମାନେ ଉତ୍ସାହର ସହିତ ଯୋଗଦେଇ ସାଇକେଲ୍ ଚାଳନା ମାଧ୍ୟମରେ ଶାରୀରିକ ସୁସ୍ଥତା, ପରିବେଶ ସୁରକ୍ଷା ଓ ପ୍ରଦୂଷଣମୁକ୍ତ ସମାଜ ଗଠନର ବାର୍ତ୍ତା ପ୍ରଦାନ କରିଥିଲେ।ସାଇକେଲ୍ ଚାଳନା ଏକ ଉତ୍ତମ ବ୍ୟାୟାମ ହେବା ସହିତ ଏହା ଇନ୍ଧନ ସଞ୍ଚୟ ଓ ପରିବେଶ ସୁରକ୍ଷାରେ ମଧ୍ୟ ସହାୟକ ହୋଇଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରବୀନ୍ଦ୍ର ମହାପାତ୍ର, ମାଗୁଣି ପ୍ରଧାନ,  କ୍ରୀଡା ଶିକ୍ଷକ ଦାମୋଦର ସାହୁ , ସାମାଜିକ କର୍ମୀ କାବୁଲି ଗାଣ, ଯୁବ ସାମାଜିକ କର୍ମୀ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଆଜିର କାର୍ଯ୍ୟକ୍ରମକୁ ଖେଳ ଇଣ୍ଡିଆ କୋଚ ସୁଶାନ୍ତ କୁମାର ଜେନା, ସେବା ଉତ୍ସବ ସମିତି ସଦସ୍ୟ ସୋମ୍ୟା ସୟମ ପ୍ରଭା, ବର୍ଷା ପ୍ରିୟଦର୍ଶିନୀ, ଗୁଲସନ କୁମାର ଦାସ, ସତ୍ୟନାରାୟଣ ବେହେରା, ଏବଂ ଜାତୀୟ ଯୁବ ସ୍ବେଛାସେବୀ ପରମେଶ୍ୱର ସାହୁ, ଦୀପକ କୁମାର ନାୟକ ଏବଂ ସୂର୍ଯ୍ୟକାନ୍ତ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ l

Related posts