ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ଓ ହେଲ୍ଥଭିଲେ ନାଚୁରୋପାଥି ହସ୍ପିଟାଲର ମିଳିତ ସହଯୋଗରେ କ୍ଲବ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। କ୍ଲବ ସଭାପତି ବାସୁଦେବ ସାହୁ ଏହି ଶିବିରକୁ ଉଦ୍ଘାଟନ କରିଥିଲେ।କ୍ଲବ ସମ୍ପାଦକ ଦିଲ୍ଲୀପ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ୫୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯାଇଥିଲା। ଡାଇବେଟିସ୍, ମୋଟାପଣ ଓ ଆଣ୍ଠୁଗଣ୍ଠି ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ରୋଗୀଙ୍କୁ ବିଶେଷ ପରାମର୍ଶ ଦେବା ସହ ବିଭିନ୍ନ ପ୍ରକାରର ଥେରାପି ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଏଭଳି ସ୍ୱାସ୍ଥ୍ୟ ଶିବିରକୁ ଅଧିକ ବ୍ୟାପକ ଭାବେ ଆୟୋଜନ କରାଯିବ ବୋଲି କ୍ଲବ ସଭାପତି ବାସୁଦେବ ସାହୁ କହିଥିଲେ। ହେଲ୍ଥଭିଲେ ହସ୍ପିଟାଲର ଡାକ୍ତର ଓ ସହକର୍ମୀମାନେ ଶିବିରର ପରିଚାଳନା କରିଥିଲେ। ଏହି ଶିବିରରେ ରୋଟାରୀ କ୍ଲବର ବରିଷ୍ଠ ସଦସ୍ୟ ରାଧେଶ୍ୟାମ ମହୋତା,…
Read MoreDay: November 28, 2026
ନୟାଗଡ଼ରେ ରାଜ୍ୟ ସ୍ତରୀୟ ବ୍ରିଜ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ କେ.ସି କ୍ଲବ ଆନୁକୂଲ୍ୟରେ ଦୁଇ ଦିନ ଧରି ଚାଲିବାକୁ ଥିବା ସ୍ବର୍ଗତ ଭଗବାନ ଅଗ୍ରୱାଲ ସ୍ମୃତି ରାଜ୍ୟ ସ୍ତରୀୟ ବ୍ରିଜ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ପ୍ରମୋଦ ପଟ୍ଟନାୟକ, ପୌରପରିଷଦର ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ଓଡିଶା ବ୍ରିଜ ଆସୋସିଏସନର ସଭାପତି ଶୁଭେନ୍ଦୁ ପଟ୍ଟନାୟକ, ସମ୍ପାଦକ ତାପସ ବିଶ୍ୱାଳ, କେ.ସି କ୍ଲବର ସଭାପତି ଭାଗିରଥି ଦାସ, ଉପସଭାପତି ଭବାନୀ ଶଙ୍କର ଦାସ ସମ୍ପାଦକ ସଂଗ୍ରାମ କେଶରୀ ଗୁମାନ ସିଂ, କୋଷାଧକ୍ଷ ସାରଦା ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ। ଖେଳକୁ ଓଡିଶା ବ୍ରିଜ ଆସୋସିଏସନର…
Read More