ବାର୍ଷଭାନବୀ

ବାର୍ଷଭାନବୀ କବି ପ୍ରଧାନ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନ (ସଂସ୍କୃତ ଭୂଷଣ) କଟକ ଜିଲ୍ଲା ନରସିଂହପୁର ଅଢ଼େଇଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଜେମାଦେଇପୁର ଗ୍ରାମରେ ଜନ୍ମ । ବର୍ତ୍ତମାନ ତାଙ୍କର ବାସସ୍ଥାନ, ନୟାଗଡ଼ ଜିଲ୍ଲାର ଇଟାମାଟି । ଛାତ୍ରଜୀବନରେ କବି ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ସର୍ବଭାରତୀୟ ସଂସ୍କୃତ ପ୍ରତିଯୋଗିତାରେ ସ୍ୱର୍ଣ୍ଣଦକପ୍ରାପ୍ତ । ସେ ଏକାଧାରରେ ଜଣେ କବି, ପଣ୍ଡିତ, ଅନୁବାଦକ, ଗାଳ୍ପିକ, ନାଟ୍ୟକାର, ବକ୍ତା, ପ୍ରବଚକ ଓ ସମାଲୋଚକଭାବେ ପରିଚିତ । ବ୍ୟଙ୍ଗକବିତା ରଚନାକରି ସେ ‘ବ୍ୟଙ୍ଗବାଗୀଶ’ ଉପାଧ୍ରିାପ୍ତ । ସଂସ୍କୃତ ଭାଷାର ସେ ଜଣେ ଉଚ୍ଚକୋଟିର ବାଗ୍ମୀ । ରଣପୁର ମହାବିଦ୍ୟାଳୟର ସଂସ୍କୃତ ବିଭାଗ ପକ୍ଷରୁ
ଲୋକଭାଷା ପ୍ରଚାର ପରିପ୍ରେକ୍ଷୀରେ କବି “ସଂସ୍କୃତ ଭୂଷଣ” ଉପାଧିରେ ଭୂଷିତ । “ସଂସ୍କୃତ କବି”ଭାବରେ କବିଙ୍କର ଅନେକ ଶ୍ଳୋକ, ଗଳ୍ପ, ନାଟକ ଆଦି ଦିଗ୍‌ଦର୍ଶିନୀ, ପ୍ରିୟମ୍ବଦା, ଲୋକସୁଶ୍ରୀ ଆଦି ସଂସ୍କୃତ ପତ୍ରିକାମାନଙ୍କରେ ପ୍ରକାଶିତ । ସେହିଭଳି ଅନେକ ମନଛୁଆଁ କବିତା, ଭଜନ, ଜଣାଣ ଓ କ୍ଷୁଦ୍ରଗଳ୍ପ ବିଭିନ୍ନ ଓଡ଼ିଆ ପତ୍ରତ୍ରିକାରେ ସ୍ଥାନୀତ ହୋଇପାରିଛି ।
ରାଧାକୃଷ୍ଣଙ୍କୁ ନେଇ ଓଡ଼ିଆ ସାହିତ୍ୟରେ ଅନେକ କାବ୍ୟକବିତା ରଚନା କରାଯାଇଛି । “ବାର୍ଷଭାନବୀ” କାବ୍ୟ କବିଙ୍କର ଅନବଦ୍ୟ ସୃଷ୍ଟି । ବ୍ରିଲମ୍ଭଶୃଙ୍ଗାରରସ ବର୍ଣ୍ଣନା କ୍ଷେତ୍ରରେ ଏହା ଏକ ଗବେଷଣାଲବ୍ଧ ସାର୍ଥକ ରଚନା । ପ୍ରତ୍ୟେକ ପଦରେ ନୂତନ ନୂତନ ସ୍ୱାଦ ଅନୁଭବ କରିହୁଏ । ମୁକ୍ତକଛନ୍ଦ ପ୍ରୟୋଗରେ କବି ସିଦ୍ଧହସ୍ତ । ପାଠକଲେ ମନେହୁଏ ସହୃଦୟପାଠକ ଏକ ଅଲୌକିକ ଭାବରାଜ୍ୟରେ ବିଚରଣ କରୁଛନ୍ତି । ସର୍ବଭାରତୀୟ ପୁସ୍ତକମାନଙ୍କ
ମଧ୍ୟରେ “ବାର୍ଷଭାନବୀ” ପରି ପୁସ୍ତକଟିଏ ସମସ୍ତ ପୁସ୍ତକାଳୟ ମଣ୍ଡନ କରିାରିବ ବୋଲି ଆଶାକରାଯାଏ ।
ଦର୍ପଣ ପବ୍ଲିକେଶନ

Related posts