ମୋବାଇଲ୍ ଯନ୍ତ୍ର

ମାନସ ରଞ୍ଜନ ନାୟକ
ଭାଇରେ ଏ କି ଯୁଗ ହେଲା,
ମୋବାଇଲି ଯନ୍ତ୍ର କାହୁଁ ଅଇଲା!
ପିଲାଠାରୁ ବୁଢା ପୁରୁଷଠୁ ନାରୀ
ଭେଣ୍ଡିଆ ଟୋକାଙ୍କୁ ପାଗଳ କଲା ।ା ଘୋଷା ।ା
ସବୁ ଏବେ ହୋଇଛି ପର
ମୋବାଇଲି ଏକା ନିଜର
ଶୋଇଲେ, ବସିଲେ, ଝାଡାପ୍ରସା ଗଲେ
ପାଖୁ ଛାଡନ୍ତିନି ଆଜିକା ପିଲା ।ା୧।।
ଇୟର୍‌୍‌କର୍ଡ କାନରେ ମାଡି
ଗଫିଗଫି ଚଲାନ୍ତି ଗାଡି
ଲକ୍ଷ୍ୟଭ୍ରଷ୍ଟ ହୋଇ ଆକ୍ସିଡେଂଟ କରି
ଭିଆଣ କରନ୍ତି ତୁଛା ଝାମେଲା ।ା୨।।
ସ୍କୁଲ୍ କଲେଜ ଛାତ୍ରଛାତ୍ରୀ
ସୁବିଧାରେ ପାଇଲେ ସାଥୀ
ରାତିରେ ନଶୋଇ ଚାଟିଂ କରନ୍ତି
ପାଠପଢା ତାଙ୍କ ଚୁଲିକି ଗଲା ।ା୩।।
ନୂଆ ବୋହୂ କୋଣରେ ରହି ପୂର୍ବ ସ୍ମୃତି ମନେ ପକାଇ
ପୂରୁଣା ପ୍ରେମିକ ସାଥେ ଗଫୁଗଫୁ
ସୁବିଧା ଦେଖିକି ଛୁ.. ମାରିଲା ।ା୪।।
କାଲି ଜନ୍ମ ହୋଇବା ଛୁଆ କାନ୍ଦଇ ଯେବେ କୁଆଁକୁଆଁ
ମା କ୍ଷୀର ଦେଲେ ତୁନି ହୁଏ ନାହିଁ
ମୋବାଇଲି ଶୁଣି ଶୁଅଇ ଭଲା ।ା୫।।
ଯନ୍ତ୍ର ନୁହେଁ ଜାଲଟେ ଏତ ବିଛାଇଛି ସାରା ଜଗତ
ଗୋଟିଏ ଜାଲରେ ସଭିଙ୍କୁ ଛନ୍ଦିଣ
ଏକାଠି କରିଣ କରୁଛି ପାଲା ।ା୬।।
ଜାଲେ ସର୍ବେ ହୋଇଣ ବନ୍ଧା ବୁଡିବୁଡି କରନ୍ତି ଧନ୍ଦା
ସମୟ ଆସିବ ସବୁ ଧରାହେବ
ଶୁଖିଲାରେ ମୀନ ଯେହ୍ନେ ଘାଇଲା ।ା୭।।
କେଡେକେଡେ କଠିନ କାର୍ଯ୍ୟ ମୋବାଇଲି କଲା ସହଜ
ତାସାଥେ ସହଜ ହେଲା ଅପରାଧ
ଅପରାଧିପାଇଁ ବଢିଆ ହେଲା ।ା୮।।
ମଣିଷର ସୁବିଧା ପାଇଁ ମୋବାଇଲି ଉଦ୍ଭବ ହୋଇ
ଅତି ସୁବିଧାରୁ ଆଳସ୍ୟ ଜନମେ
ଅସୁବିଧା ତହୁଁ ବଳିଣ ଗଲା ।ା୯।।
ମୋବାଇଲି ଯେବେ ନଥିଲା ମଣିଷକି ବଂଚି ନଥିଲା ?
ମାନସ କହଇ ମୋବାଇଲି ବିନା
ଚଳିବା ମୁସ୍କିଲ ଏବେ ହୋଇଲା ।ା୧୦।।
ଡିଆରଡିଏ ରୋଡ଼, ନୟାଗଡ଼
ମୋ- ୯୭୭୭୬୧୭୭୦୨

Related posts