ନୟାଗଡ଼ରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠାପାଇଁ ଦାବୀ

କୃଷିମନ୍ତ୍ରୀ ଥିବା ସମୟରେ ଖୋଲି ଦିଅନ୍ତୁ ଏକ କୃଷି ମହାବିଦ୍ୟାଳୟ

ନୟାଗଡ଼:- ନୟାଗଡ଼ରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ସାଧାରଣରେ ଦାବି ହେଉଛି । ଏଠାରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ନେଇ ଅନେକ ପ୍ରାସଙ୍ଗିକତା ରହିଛି । ଉଲ୍ଲେଖନୀୟ ଯେ ଏଠାରେ ରାଜ୍ୟର ପ୍ରଥମ ଡାଲି ଗବେଷଣା କେନ୍ଦ୍ର ସହର ମଧ୍ୟରେ ରହିଥିବାବେଳେ ଅନୁରୂପ ଭାବେ ରାଜ୍ୟର ପ୍ରଥମ ଆଖୁ ଗବେଷଣା କେନ୍ଦ୍ର ବାଲୁଗାଁ ପଞ୍ଚାୟତ ପାଣିପୋଇଲାଠାରେ ରହିଛି । ଡାଲି ଗବେଷଣା କେନ୍ଦ୍ରର ପୂର୍ବରୁ ୩୯ଏକର ଜମି ରହିଥିଲା । ଏବେ ସେଥିମଧ୍ୟରୁ ୧୯ଏକର ଡାଲି ଗବେଷଣା କେନ୍ଦ୍ର ଅଧିନରେ ଥିଲାବେଳେ ଅବିଶିଷ୍ଟ ୨୦ଏକର ଜମିରେ କୃଷି, ଉଦ୍ୟାନ ଏବଂ ମୂତ୍ତିକା ସଂରକ୍ଷଣ ବିଭାଗର ବିଭିନ୍ନ ଅଫିସ ଚାଲିଛି । ତେଣୁ ଏଠାରେ ଥିବା ସମୁଦାୟ ୩୯ଏକର ଜମି କୃଷି ମହାବିଦ୍ୟାଳୟ ଖୋଲିବା ନିମନ୍ତେ ଏକ ଉତ୍କୃଷ୍ଠ ସ୍ଥାନ ଅଟେ । ସହରର ମଧ୍ୟ ଭାଗରେ ରହିଥିବା ସ୍ଥାନରେ ଏହି ମହାବିଦ୍ୟାଳୟ ଖୋଲାଗଲେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଭିଭାବକ ସମସ୍ତ ସୁବିଧା ସୁଯୋଗ ପାଇପାରିବେ । ଏମିତି ଦେଖିବାକୁ ଗଲେ ଆଖୁ, ଧାନ ଏବଂ ସାରୁ ଚାଷ ନିମନ୍ତେ ରାଜ୍ୟ ଓ ଜାତୀୟସ୍ତରରେ ନୟାଗଡ଼ର ସୁନାମ ରହିଛି । ତେଣୁ ନୟାଗଡ଼ ସମେତ ପଡ଼ୋଶୀ ଜିଲ୍ଲାମାନଙ୍କରେ କୃଷି କାର୍ଯ୍ୟକୁ ଅଧିକ ବିକଶିତ, ତ୍ୱରାନ୍ୱିତ ଏବଂ ଲୋକାଭିମୁଖୀ କରିବା ପାଇଁ ଏଠାରେ ଏହି ମହାବିଦ୍ୟାଳୟ ସ୍ଥାପନର ଆବଶ୍ୟକତା ରହିଛି । ତେଣୁ ଜିଲ୍ଲାବାସୀଙ୍କ ଆବେଗ ଓ ସମ୍ମାନକୁ ବିଚାରକୁ ନେଇ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯଥାଶୀଘ୍ର ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।k

Related posts