ସେଇ ଦରପୋଡ଼ା କାଠ

ପଙ୍କରୁ କମଳ ଏବଂ ଶୁକ୍ତିରୁ ମୌକ୍ତିକ ଉଦ୍ଭବ ହେଲାଭଳି ନୟାଗଡ଼ ଜିଲ୍ଲା, ଓଡ଼ଗାଁ ମଣ୍ଡଳ ଅନ୍ତର୍ଭୁକ୍ତ ଦଣ୍ଡୋର ଭଳି ଏକ ଅଖ୍ୟାତ ପଲ୍ଲୀରେ ୧୯୭୮ମସିହା ଜୁନ
୫ତାରିଖରେ ପିତା ଶ୍ରୀଯୁକ୍ତ ସୁବାସ ବିଶୋଇ ଓ ମାତା ରତନି ବିଶୋଇଙ୍କ କୋଳମଣ୍ଡନ କରନ୍ତି ଯୁବ ଲେଖକ ଶାନ୍ତନୁ ବିଶୋଇ ।
ପରିବାରର ବୋଝ, ଦାରିଦ୍ର‌୍ୟର କଷାଘାତ, ବନ୍ଧୁରମୟ ଜୀବନର ଚଲାପଥ ଅତିକ୍ରାନ୍ତ କରି ସେ ତର୍ଜମା କରିଛନ୍ତି ନିଜର ତଥା ପ୍ରତିବେଶୀମାନଙ୍କର ଜୀବନଶୈଳୀକୁ । ତନ୍ନତନ୍ନ କରି ବିଶ୍ଳେଷଣ କରନ୍ତି ପ୍ରତ୍ୟେକ ଗ୍ରାମୀଣ ମଣିଷ ଜୀବନ ବଞ୍ôଚବାର ରାହାକୁ । ମଧ୍ୟସ୍ଥତା ବିହୀନ ଜୀବନ ଯାତ୍ରାରେ ଗ୍ରାମୀଣ ସଂସ୍କୃତି ଭିତରୁ ଖୋଜି ପାଇଛନ୍ତି ଅନେକ ଘଟଣା, ଅଘଟଣା ଓ ଦୁର୍ଘଟଣା, ଆଉ ତନ୍ମଧ୍ୟରୁ ଖୋଜି ପାଇଛନ୍ତି ଅନେକ ସାକାରାତ୍ମକ ଭାବଧାରା ।
ଉକ୍ତ ଭାବଧାରା ପାରିଜାତ ପୁଷ୍ପର ଗୋଟଏି ଗୋଟଏି ସମ୍ମଳି ତି ପାଖଡୁ । ସଦୃଶ ସୃଷ୍ଟ ି କରଛି ି ଲେଖକଙ୍କ ପ୍ରଥମ ଗଳ୍ପ ସଂକଳନ \”ସେଇ ଦରପୋଡା଼ କାଠ’ । ସୁନ୍ଦର ଶବ୍ଦାବଳୀ, ଭାଷା ଅଳଙ୍କରଣ ସହିତ ସମାଜକୁ ଦିଗ୍‌ଦର୍ଶନ ଦେଲାଭଳି ଗଳ୍ପ ଖଞ୍ଜି ପୁସ୍ତକଟିକୁ କରିଛନ୍ତି ରୁଦ୍ଧିମନ୍ତ ।
ଆଶାକରୁ ବସନ୍ତର ମୃଦୁମଳୟ ଭଳି \”ସେଇ ଦରପୋଡ଼ା କାଠ’ ପୁସ୍ତକଟି ସମସ୍ତ ପାଠକଙ୍କ ହୃଦୟ କନ୍ଦରକୁ କୋମଳ ସ୍ପର୍ଶ ଦେଇ ସୁମଧୁର ସୁବାସରେ ପ୍ଲାବିତ କରିାରିବ ।
-ଦର୍ପଣ ପବ୍ଲିକେଶନ –

Related posts

One Thought to “ସେଇ ଦରପୋଡ଼ା କାଠ

  1. ସାନ୍ତନୁ ବିଶୋଇ

    ସୁନ୍ଦର ପ୍ରୟାସ।
    ଦର୍ପଣ ପବ୍ଲିକେଶନ ଓ ନୟାଗଡ଼ ଦର୍ପଣ ପାକ୍ଷିକ ପତ୍ରିକାକୁ ତାର ମହନୀୟ ଓ ଜନସେବା କାର୍ଯ୍ୟ କାର୍ଯ୍ୟ ପାଇଁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି।
    ଜୟ ଜଗନ୍ନାଥ।
    🌹🙏🌹

Comments are closed.