ବାର୍ଷଭାନବୀ କବି ପ୍ରଧାନ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନ (ସଂସ୍କୃତ ଭୂଷଣ) କଟକ ଜିଲ୍ଲା ନରସିଂହପୁର ଅଢ଼େଇଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଜେମାଦେଇପୁର ଗ୍ରାମରେ ଜନ୍ମ । ବର୍ତ୍ତମାନ ତାଙ୍କର ବାସସ୍ଥାନ, ନୟାଗଡ଼ ଜିଲ୍ଲାର ଇଟାମାଟି । ଛାତ୍ରଜୀବନରେ କବି ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ସର୍ବଭାରତୀୟ ସଂସ୍କୃତ ପ୍ରତିଯୋଗିତାରେ ସ୍ୱର୍ଣ୍ଣଦକପ୍ରାପ୍ତ । ସେ ଏକାଧାରରେ ଜଣେ କବି, ପଣ୍ଡିତ, ଅନୁବାଦକ, ଗାଳ୍ପିକ, ନାଟ୍ୟକାର, ବକ୍ତା, ପ୍ରବଚକ ଓ ସମାଲୋଚକଭାବେ ପରିଚିତ । ବ୍ୟଙ୍ଗକବିତା ରଚନାକରି ସେ ‘ବ୍ୟଙ୍ଗବାଗୀଶ’ ଉପାଧ୍ରିାପ୍ତ । ସଂସ୍କୃତ ଭାଷାର ସେ ଜଣେ ଉଚ୍ଚକୋଟିର ବାଗ୍ମୀ । ରଣପୁର ମହାବିଦ୍ୟାଳୟର ସଂସ୍କୃତ ବିଭାଗ ପକ୍ଷରୁଲୋକଭାଷା ପ୍ରଚାର ପରିପ୍ରେକ୍ଷୀରେ କବି “ସଂସ୍କୃତ ଭୂଷଣ” ଉପାଧିରେ ଭୂଷିତ । “ସଂସ୍କୃତ କବି”ଭାବରେ କବିଙ୍କର ଅନେକ ଶ୍ଳୋକ, ଗଳ୍ପ, ନାଟକ ଆଦି ଦିଗ୍ଦର୍ଶିନୀ, ପ୍ରିୟମ୍ବଦା, ଲୋକସୁଶ୍ରୀ ଆଦି ସଂସ୍କୃତ ପତ୍ରିକାମାନଙ୍କରେ ପ୍ରକାଶିତ…
Read MoreDay: May 6, 2021
ସମୟର ଡାକ
ସୁଶ୍ରୀ ରଚିତା ପରିଡ଼ା ଜଣେ ଯୁବ ଲେଖିକା ଓ କବୀ । ସେ ନୟାଗଡ଼ ଜିଲ୍ଲା ନୂଆଗାଁରେ ୧୯୯୯ ମସିହା ମାର୍ଚ୍ଚମାସ ୧୫ତାରିଖରେ ଶ୍ରୀଯୁକ୍ତ ଚିତ୍ତରଂଜନ ପରିଡ଼ା ଓ ଶ୍ରୀମତୀ ସାଗରିକା ପରିଡ଼ାଙ୍କ କୋଳମଣ୍ଡନ କରନ୍ତି । ସେ ଗୀତିକବିତା, ପ୍ରବନ୍ଧ ଓ ଗଳ୍ପ ରଚନା କ୍ଷେତ୍ରରେ ଜଣେ ଅନନ୍ୟ ପ୍ରତିଭୂ । ଭାବଭାବନାର ବେଳାଭୂମିରେ ଠିଆହୋଇ ସେ ଦେଖିଛନ୍ତି ଜୀବନର ଚୌହଦୀଭିତରେ ସମାଜରେ ଘଟିଚାଲିଥିବା ଘଟଣାକୁ । ଲେଖିଛନ୍ତି ଓ ଦେଖେଇଛନ୍ତି ଅନନ୍ୟ ଅନୁଭବକୁ ସୃଜନର କାନ୍ଭାସରେ । ବୟସ କମ୍ ହୋଇଥିଲେ ମଧ୍ୟ ରଚିତାଙ୍କ ରଚନାଶୈଳୀ ଜୀବନଧର୍ମୀ ଓ ମାଟିମନସ୍କତାରେ ଭରପୁର । ସେ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ସମୟରୁ କବିତା, ଗଳ୍ପ ଲେଖାରେ ମନୋନିବେଶ କରନ୍ତି । ତାଙ୍କ ଚତୁଃପାଶ୍ୱର୍ରେ ଘଟୁଥିବା ଘଟଣାବଳୀକୁ ସେ ଗଳ୍ପ ଓ କବିତା ମାଧ୍ୟମରେ ପରିସ୍ଫୁଟନ କରନ୍ତି…
Read Moreସେଇ ଦରପୋଡ଼ା କାଠ
ପଙ୍କରୁ କମଳ ଏବଂ ଶୁକ୍ତିରୁ ମୌକ୍ତିକ ଉଦ୍ଭବ ହେଲାଭଳି ନୟାଗଡ଼ ଜିଲ୍ଲା, ଓଡ଼ଗାଁ ମଣ୍ଡଳ ଅନ୍ତର୍ଭୁକ୍ତ ଦଣ୍ଡୋର ଭଳି ଏକ ଅଖ୍ୟାତ ପଲ୍ଲୀରେ ୧୯୭୮ମସିହା ଜୁନ୫ତାରିଖରେ ପିତା ଶ୍ରୀଯୁକ୍ତ ସୁବାସ ବିଶୋଇ ଓ ମାତା ରତନି ବିଶୋଇଙ୍କ କୋଳମଣ୍ଡନ କରନ୍ତି ଯୁବ ଲେଖକ ଶାନ୍ତନୁ ବିଶୋଇ ।ପରିବାରର ବୋଝ, ଦାରିଦ୍ର୍ୟର କଷାଘାତ, ବନ୍ଧୁରମୟ ଜୀବନର ଚଲାପଥ ଅତିକ୍ରାନ୍ତ କରି ସେ ତର୍ଜମା କରିଛନ୍ତି ନିଜର ତଥା ପ୍ରତିବେଶୀମାନଙ୍କର ଜୀବନଶୈଳୀକୁ । ତନ୍ନତନ୍ନ କରି ବିଶ୍ଳେଷଣ କରନ୍ତି ପ୍ରତ୍ୟେକ ଗ୍ରାମୀଣ ମଣିଷ ଜୀବନ ବଞ୍ôଚବାର ରାହାକୁ । ମଧ୍ୟସ୍ଥତା ବିହୀନ ଜୀବନ ଯାତ୍ରାରେ ଗ୍ରାମୀଣ ସଂସ୍କୃତି ଭିତରୁ ଖୋଜି ପାଇଛନ୍ତି ଅନେକ ଘଟଣା, ଅଘଟଣା ଓ ଦୁର୍ଘଟଣା, ଆଉ ତନ୍ମଧ୍ୟରୁ ଖୋଜି ପାଇଛନ୍ତି ଅନେକ ସାକାରାତ୍ମକ ଭାବଧାରା ।ଉକ୍ତ ଭାବଧାରା ପାରିଜାତ ପୁଷ୍ପର ଗୋଟଏି ଗୋଟଏି ସମ୍ମଳି ତି…
Read Moreସ୍ୱର୍ଗକୁ ବାଟ
ଶ୍ରୀଯୁକ୍ତ ହରିଶ୍ ପ୍ରଧାନ(ଗୀତିକଳ୍ପ) ଆମ ସମୟର ଓଡ଼ିଆ ଗୀତିକବିତା ପରିମଣ୍ଡଳରେ ଜଣେ ଅନନ୍ୟ ପ୍ରତିଭା । ଛନ୍ଦ ଓ ଲାବଣ୍ୟ ସହ ପ୍ରାକୃତିକ ଓ ନୈସର୍ଗୀକଶୋଭାରାଜି, ମାନବୀୟ ସମ୍ବେଦନ, ଦାର୍ଶନିକ ଦୃଷ୍ଟିଭଙ୍ଗୀ ତଥା ପ୍ରୀତିମୟତା ତାଙ୍କ ରଚନାର ବୈଶିଷ୍ଟ୍ୟ । ନିଜର ସୃଜନାତ୍ମକ ସୃଷ୍ଟି ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରାମନୋନୀତ ହୋଇ ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ଓ ପ୍ରତିଭା ସମ୍ମାନରେ ସମ୍ମାନୀତ ହେବା ସହ ଅନେକ ସାରସ୍ୱତ ଅନୁଷ୍ଠାନରୁ ବହୁ ଉପାଧିରେ ସେବିଭୂଷିତ । ଓଡ଼ିଶାର ସମସ୍ତ ଲବ୍ଧପ୍ରତିଷ୍ଠିତ କଙଋଶିଳ୍ପୀମାନଙ୍କ କଙଋରେ ହରିଶ୍ ପ୍ରଧାନ(ଗୀତିକଳ୍ପ)ଙ୍କ ଗୀତସବୁ କ୍ୟାସେଟ୍, ଦୂରଦର୍ଶନ ଓ ଆକାଶବାଣୀରେ ପ୍ରସାରିତହୋଇ ଯଥେଷ୍ଟ ଆଦୃତି ଲାଭ କରିାରିଛି । ତାଙ୍କଦ୍ୱାରା ରଚିତ ନୟାଗଡ଼ ପୁରାଣ, ନୟାଗଡ଼ ଜ୍ଞାନ, ଭୂତ ସହିତ ରାତିଏ, ଅମ୍ଳାନ ସ୍ୱାକ୍ଷର ଆଦି ପୁସ୍ତକ ବେଶ୍ଆଦୃତ ହୋଇପାରିଛି ପାଠକମାନଙ୍କ ମଧ୍ୟରେ ।…
Read Moreନାୟିକାର ନାଁ ଲୁସି
ଓଡ଼ିଆ ନାଟ୍ୟ ସାହିତ୍ୟରେ ଚର୍ଚ୍ଚିତ ନାଟ୍ୟକାର ଅଧ୍ୟାପକ ରାମଚନ୍ଦ୍ର ମିଶ୍ର ୧୯୭୦ ଦଶକରୁ ନାଟକ ରଚନା କ୍ଷେତ୍ରରେ ନିଜକୁ ନିମଗ୍ନ ରଖି ଓଡ଼ିଆ ନାଟ୍ୟସାହିତ୍ୟକୁ କରିଛନ୍ତି ଋଦ୍ଧିମନ୍ତ । ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ମିଶ୍ରଙ୍କ ନାଟକଗୁଡ଼ିକ ନାଟ୍ୟଧର୍ମୀ, ନାଟ୍ୟପ୍ରେମୀ ଓ ସମାଲୋଚକଙ୍କଦ୍ୱାରାବେଶ୍ ଆଦୃତି ଲାଭ କରିାରିଛି । ଶୈଳୀ, ପାତ୍ରଚୟନ, ସଂଳାପ ଓ କାହାଣୀ ଦୃଷ୍ଟିରୁ ନାଟ୍ୟକାର ମିଶ୍ରଙ୍କ ସମସ୍ତ ନାଟକ ସ୍ୱତନ୍ତ୍ରତା ଦାବି କରନ୍ତି ।‘ନାୟିକାର ନାଁ ଲୁସି’ ନାଟକଟି ସମସ୍ତଙ୍କୁ ଛୁଇଁବ ନିଶ୍ଚିତ ।ଦର୍ପଣ ପବ୍ଲିକେଶନ
Read Moreନୟାଗଡ଼ ଜ୍ଞାନ
ନୟାଗଡ଼ ଗଡ଼ଜାତର ତ୍ରୈକାଳିକ ମହିମମୟ ବିସ୍ତୃତି ପ୍ରଖ୍ୟାପନ ଏକ ବିଜ୍ଞାପନ ନୁହେଁ । ଭୂମି-ସଂପ୍ରୀତିବୋଧ ଓ ଐତିହ୍ୟ-ଅସ୍ମିତାର ପୃଷ୍ଠଭୂମିରେ ଜୀବନ୍ୟାସର ସଂସ୍ଥିତି ଅନ୍ୱେଷଣର ପରିପଥରେ ନୟାଗଡ଼ ପଞ୍ଚଭୂତରେ ଏକ ସମ୍ମିଶ୍ରିତ ଚିତ୍ରାର୍ପିତ ଦନ୍ତକଥା ନୁହେଁ । ଧର୍ମୀୟ, ସାଂସ୍କୃତିକ ଓ ନୃତାତ୍ତ୍ୱିକ ପରିଶୀଳନ କ୍ଷେତ୍ରରେ ଏହାର ସମୁଜ୍ୱଳତା ପରିଲକ୍ଷଣୀୟ । ମହାକାଳର ଚୋରାବାଲିରେ କେତେ ବିଲୁପ୍ତି ମଧ୍ୟରେ ବି ଆଲୋକର ଏକ ପ୍ରତୀକ-ସ୍ଥିତି ହେଉଛି ନୟାଗଡ଼ । ରାଜା, ମହାରାଜା, ସ୍ଥପତି, ଭାସ୍କର, କବି-ପୁରୁଷ, ଦାର୍ଶନିକ ବର୍ଗର ବିଭୂତିରେ ନୟାଗଡ଼ ଏକ ଭିନ୍ନ ଚେତନାର ନୈମିଷାରଣ୍ୟ । ଏହା ସହିତ ଜଡ଼ିତ କେତେ ଉପକଥା, ପ୍ରବଚନ, ପ୍ରବାଦ, ରୂଢ଼ି, ଢଗଢମାଳି ଓ ଅତୀତକା । ସାଧରଣ ମଣିଷର ଆବେଗ, ପ୍ରବେଗ, ସଂବେଗ, ନୟାଗଡ଼ ମାଟିର ସ୍ୱପ୍ନ ଓ କଳ୍ପନାରେ ସଦାସର୍ବଦା ଆଣନ୍ତି ବିଭୋରତା ଓ କର୍ମ ପ୍ରବଣତାର…
Read Moreପଦ୍ୟ ନିର୍ମାଲ୍ୟ
କବି ଉମେଶ ଚନ୍ଦ୍ର ମହାପାତ୍ର ୧୯୫୦ ମସିହା ଏପ୍ରଲ୍ ଏକ ତାରିଖ ଦିନ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ବିନାୟକପୁର ଶାସନରେ ଜନ୍ମ ଗ୍ରହଣ କରିଥିଲେ । କବି ଶ୍ରୀଯୁକ୍ତ ମହାପାତ୍ର ନିଜ ଗାଁ ସ୍କୁଲରେ ଶିଶୁ ଶ୍ରେଣୀଠାରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ି ନୟାଗଡ଼ କଲେଜରୁ ବି.ଏ. ପାସ୍ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାରରୁ ରାଜନୀତି ବିଜ୍ଞାନରେ ଏମ୍.ଏ. ପାସ୍ କରି ଶରଣକୁଳ କଲେଜରେ ଅଧ୍ୟକ୍ଷ ଭାବେ ଦୀର୍ଘ ନଅ ବର୍ଷ ଧରି କାମ କରିଥିଲେ । କଲେଜ ଗଠନରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ ମିରଟ ବିଶ୍ୱବିଦ୍ୟାଳୟରୁ ଏମ୍.ଫିଲ୍. ପାସ୍ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ରଣପୁର ମହାବିଦ୍ୟାଳୟରେ ୧୧ବର୍ଷ ଧରି ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟଭାବେ କାମ କରିଥିଲେ ଏବଂ କିଛିଦିନ ପାଇଁ ରଣପୁର ମହାବିଦ୍ୟାଳୟରେ ଅଧ୍ୟକ୍ଷଭାବେ କାମ କରିଥିଲେ…
Read Moreକର୍କଟ ରୋଗରେ ସ୍ୱାମୀଙ୍କ ମୃତ୍ୟୁ ପରେ ଲଷ୍ମୀପ୍ରିୟାଙ୍କୁ ମିଳିଲା ସହାୟତା
ଗଣିଆ: ଗଣିଆ ଦଶିପୁର ଗ୍ରାମର ଜଣେ ପରିବାର ମୁଖ୍ୟଙ୍କ କର୍କଟରେ ମୃତ୍ୟୁ ପରେ ଛୋଟ ଛୋଟ ଝିଅଙ୍କୁ ନେଇ ମୃତକଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଅଭାବରେ ଦିନ କାଟୁଥିବା ବେଳେ ମିଳିଲା ସହାୟତାର ହାତ। କର୍କଟରେ ପରିବାର ମୁଖ୍ୟଙ୍କ ମୃତ୍ୟୁ ପରେ ଲଷ୍ମୀପ୍ରିୟା ଅଭାବ ଅନଟନରେ ଚଳୁଥିବା ସମ୍ପର୍କରେ ଏକ ଦୈନିକ ଖବର କାଗଜରେ ଖବର ପ୍ରକାଶିତ ହେବା ପରେ ବିଭିନ୍ନ ସଂଗଠନ, ସାମାଜିକ କର୍ମୀ ଓ ଗ୍ରାମବାସୀ ଉକ୍ତ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି। ଏହି କ୍ରମରେ ଗଣିଆ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ବ୍ଲକ ଅଧକ୍ଷ ଶେଷଦେବ ସ୍ବାଇଁ, ସାମାଜିକ କର୍ମୀ ଅଜୟ କୁମାର ଲେଙ୍କା ଓ ଦଣ୍ଡଧର ଦାସ ପ୍ରମୁଖ ଦଶୀପୁର ଗ୍ରାମରେ ପହଞ୍ଚି ଯୋଗାଡ଼ କରିଥିବା ୨୦ ହଜାର ଟଙ୍କା ଅର୍ଥ ମୃତକଙ୍କ ପତ୍ନୀକୁ…
Read Moreଏହି ଉପାୟରେ ବଢ଼ାନ୍ତୁ ନିଜର ରୋଗ ପ୍ରତିରୋଧକ ଶକ୍ତି: ଆୟୁଷ ମନ୍ତ୍ରଣାଳୟର ଉପାୟ
କରୋନା ଭୂତାଣୁ ଠାରୁ ନିଜକୁ ରକ୍ଷା କରିବାକୁ ବିଶେଷଜ୍ଞ ବିଭିନ୍ନ ପରାମର୍ଶ ଦେଉଛନ୍ତି। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅନେକ ନିୟମାବଳୀ ପାଳନ କରାଯାଉଛି। ଏହାବ୍ୟତୀତ ସଂକ୍ରମଣକୁ ଏଡାଇବାକୁ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅନେକ ଉପାୟ ଜଣାଇଛନ୍ତି। ଏଭଳି ସମୟରେ ଆୟୁଷ ମନ୍ତ୍ରାଳୟ ଦ୍ୱାରା ବିଭିନ୍ନ ଉପାୟ ଜାରି କରାଯାଇଛି।– ନିୟମିତ ଉଷୁମ ପାଣି ପିଅନ୍ତୁ। ଏହାସହ ଉଷୁମ ପାଣିରେ ଅଳ୍ପ ଲୁଣ ଓ ହଳଦୀଗୁଣ୍ଡ ପକାଇ ଗାରଗେଲ କରନ୍ତୁ।– ଘରେ ପ୍ରସ୍ତୁତ ସତେଜ ଖାଦ୍ୟ ଖାଆନ୍ତୁ। ଯେଉଁ ଖାଦ୍ୟ ସହଜରେ ହଜମ ହୋଇପାରୁ ଥିବ। ଏହାସହ ଖାଦ୍ୟରେ ହଳଦୀ, ଜିରା, ଅଦା, ଧନିଆରେ ପ୍ରୟୋଗ କରିବା ସହ ଅଁଳାର ନିୟମିତ ସେବନ କରନ୍ତୁ।ପ୍ରତିଦିନ ୩୦ ମିନିଟ ଯାଏଁ ଯୋଗ , ପ୍ରାଣାୟାମ, ଧ୍ୟାନ କରିବା ସହ ୭ ରୁ ୮ ଘଣ୍ଟା ନିଶ୍ଚୟ ଶୁଅନ୍ତୁ।–…
Read Moreରଣପୁର ଅଞ୍ଚଳରେ ଇଟାଭାଟି ଯୋଗୁଁ ବାୟୁମଣ୍ଡଳ ଦୂଷିତ
ରଣପୁର: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ସେଥିପାଇଁ ଦେଖାଯାଉଛି ଅମ୍ଳଜାନର ଅଭାବ । ବାୟୁମଣ୍ଡଳ ରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ସନ୍ତୁଳିତ ହେଉଅଛି। ରଣପୁର ତହସିଲର ରଣପୁର, ବାଉଁଶଗଡ ଓ ରାଜସୁନାଖଳା ରାଜସ୍ୱ ଅଂଚଳରେ ରାସ୍ତାକଡ ମାନଙ୍କରେ ଶହ ଶହ ଇଟାଭାଟି ଦେଖାଯାଉଛି । ଇଟାଭାଟି ଗୁଡିକରୁ ବାହାରୁଥିବା ଧୂଆଁ ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବଢିବାରେ ଲାଗିଛି । ଯାହାଫଳରେ ଆଖ ପାଖ ଅଂଚଳରେ ଛୋଟ ଶିଶୁଙ୍କ ସମେତ ବୁଢା ବୁଢି ମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗ କରୁଛନ୍ତି । ରାଜସ୍ୱ କର୍ମଚାରୀ ମାନେ ଲୋକ ଦେଖାଣିଆ ଇଟାଭାଟି ମାଲିକଙ୍କ ନିକଟକୁ ଆସି କିଛି ଫାଇନ୍ ଆଦାୟ କରିବା ବଦଳରେ ପକେଟ ଗରମ କରି ଚୁପ୍ ଚାପ୍ ଚାଲି ଯାଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।
Read More