କର୍କଟ ରୋଗରେ ସ୍ୱାମୀଙ୍କ ମୃତ୍ୟୁ ପରେ ଲଷ୍ମୀପ୍ରିୟାଙ୍କୁ ମିଳିଲା ସହାୟତା

ଗଣିଆ: ଗଣିଆ ଦଶିପୁର ଗ୍ରାମର ଜଣେ ପରିବାର ମୁଖ୍ୟଙ୍କ କର୍କଟରେ ମୃତ୍ୟୁ ପରେ ଛୋଟ ଛୋଟ ଝିଅଙ୍କୁ ନେଇ ମୃତକଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଅଭାବରେ ଦିନ କାଟୁଥିବା ବେଳେ ମିଳିଲା ସହାୟତାର ହାତ। କର୍କଟରେ ପରିବାର ମୁଖ୍ୟଙ୍କ ମୃତ୍ୟୁ ପରେ ଲଷ୍ମୀପ୍ରିୟା ଅଭାବ ଅନଟନରେ ଚଳୁଥିବା ସମ୍ପର୍କରେ ଏକ ଦୈନିକ ଖବର କାଗଜରେ ଖବର ପ୍ରକାଶିତ ହେବା ପରେ ବିଭିନ୍ନ ସଂଗଠନ, ସାମାଜିକ କର୍ମୀ ଓ ଗ୍ରାମବାସୀ ଉକ୍ତ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି। ଏହି କ୍ରମରେ ଗଣିଆ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ବ୍ଲକ ଅଧକ୍ଷ ଶେଷଦେବ ସ୍ବାଇଁ, ସାମାଜିକ କର୍ମୀ ଅଜୟ କୁମାର ଲେଙ୍କା ଓ ଦଣ୍ଡଧର ଦାସ ପ୍ରମୁଖ ଦଶୀପୁର ଗ୍ରାମରେ ପହଞ୍ଚି ଯୋଗାଡ଼ କରିଥିବା ୨୦ ହଜାର ଟଙ୍କା ଅର୍ଥ ମୃତକଙ୍କ ପତ୍ନୀକୁ ପ୍ରଦାନ କରିଥିଲେ । ଲକ୍ଷ୍ମୀପ୍ରିୟାଙ୍କର ବଡ ଝିଅକୁ ଭୁବନେଶ୍ୱରର ଏକ ଘରୋଇ ଛାତ୍ରୀ ନିବାସରେ ରଖି ପାଠ ପଢାଇବା ପାଇଁ ଅଧ୍ୟକ୍ଷ ଶ୍ରୀଯୁକ୍ତ ସ୍ୱାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

Related posts