ଏହି ଉପାୟରେ ବଢ଼ାନ୍ତୁ ନିଜର ରୋଗ ପ୍ରତିରୋଧକ ଶକ୍ତି: ଆୟୁଷ ମନ୍ତ୍ରଣାଳୟର ଉପାୟ

କରୋନା ଭୂତାଣୁ ଠାରୁ ନିଜକୁ ରକ୍ଷା କରିବାକୁ ବିଶେଷଜ୍ଞ ବିଭିନ୍ନ ପରାମର୍ଶ ଦେଉଛନ୍ତି। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅନେକ ନିୟମାବଳୀ ପାଳନ କରାଯାଉଛି। ଏହାବ୍ୟତୀତ ସଂକ୍ରମଣକୁ ଏଡାଇବାକୁ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅନେକ ଉପାୟ ଜଣାଇଛନ୍ତି। ଏଭଳି ସମୟରେ ଆୟୁଷ ମନ୍ତ୍ରାଳୟ ଦ୍ୱାରା ବିଭିନ୍ନ ଉପାୟ ଜାରି କରାଯାଇଛି।
– ନିୟମିତ ଉଷୁମ ପାଣି ପିଅନ୍ତୁ। ଏହାସହ ଉଷୁମ ପାଣିରେ ଅଳ୍ପ ଲୁଣ ଓ ହଳଦୀଗୁଣ୍ଡ ପକାଇ ଗାରଗେଲ କରନ୍ତୁ।
– ଘରେ ପ୍ରସ୍ତୁତ ସତେଜ ଖାଦ୍ୟ ଖାଆନ୍ତୁ। ଯେଉଁ ଖାଦ୍ୟ ସହଜରେ ହଜମ ହୋଇପାରୁ ଥିବ। ଏହାସହ ଖାଦ୍ୟରେ ହଳଦୀ, ଜିରା, ଅଦା, ଧନିଆରେ ପ୍ରୟୋଗ କରିବା ସହ ଅଁଳାର ନିୟମିତ ସେବନ କରନ୍ତୁ।
ପ୍ରତିଦିନ ୩୦ ମିନିଟ ଯାଏଁ ଯୋଗ , ପ୍ରାଣାୟାମ, ଧ୍ୟାନ କରିବା ସହ ୭ ରୁ ୮ ଘଣ୍ଟା ନିଶ୍ଚୟ ଶୁଅନ୍ତୁ।
– ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ନିୟମିତ ଖାଲି ପେଟରେ ଚମନପ୍ରସ୍‍ , ହଳଦୀ ମିଶ୍ରିତ ଖିର ନିୟମିତ ପିଅନ୍ତୁ।
– ତୁଳସୀ, ଡାଲଚିନି, ଅଦା, ଗୋଲମରିଚ ପାଣିରେ ପକାଇ ଭଲ ଭାବେ ଫୁଟାନ୍ତୁ। ଏହାପରେ ଏହାକୁ ଛାଣି ଦିନକୁ ଥରେ ନିଶ୍ଚୟ ପିଅନ୍ତୁ।ସ୍ୱାଦ ପାଇଁ ଆପଣ ଏଥିରେ ଗୁଡ, କିସମିସ କିମ୍ବା ଗୁଜୁରାତି ମଧ୍ୟ ପକାଇ ପ୍ରସ୍ତୁତ କରିପାରିବେ।
– ନଡିଆର ନିୟମିତ ବ୍ୟବହାର କରନ୍ତୁ।
– ଦିନକୁ ୨ ରୁ ୩ ଥର ବାମ୍ଫ (ଷ୍ଟିମ) ନିଅନ୍ତୁ।
-ଲବଙ୍ଗ ଓ ମହୁକୁ ମିଶାଇ ସେବକ କରନ୍ତୁ ଏହା ଗଳା ଜନିତ ବହୁ ସମସ୍ୟା ଦୂର କରିଥାଏ।
ଜୁଆଣି ଓ ପୁଦିନାପତ୍ରକୁ ଉଷୁମ ପାଣିରେ ପକାଇ ଏହାର ବାଷ୍ପକୁ ଦିନକୁ ଥରେ କିମ୍ବା ୨ ଥର ବ୍ୟବହାର କରନ୍ତୁ।

Related posts