ରଣପୁର: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ସେଥିପାଇଁ ଦେଖାଯାଉଛି ଅମ୍ଳଜାନର ଅଭାବ । ବାୟୁମଣ୍ଡଳ ରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ସନ୍ତୁଳିତ ହେଉଅଛି। ରଣପୁର ତହସିଲର ରଣପୁର, ବାଉଁଶଗଡ ଓ ରାଜସୁନାଖଳା ରାଜସ୍ୱ ଅଂଚଳରେ ରାସ୍ତାକଡ ମାନଙ୍କରେ ଶହ ଶହ ଇଟାଭାଟି ଦେଖାଯାଉଛି । ଇଟାଭାଟି ଗୁଡିକରୁ ବାହାରୁଥିବା ଧୂଆଁ ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବଢିବାରେ ଲାଗିଛି । ଯାହାଫଳରେ ଆଖ ପାଖ ଅଂଚଳରେ ଛୋଟ ଶିଶୁଙ୍କ ସମେତ ବୁଢା ବୁଢି ମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗ କରୁଛନ୍ତି । ରାଜସ୍ୱ କର୍ମଚାରୀ ମାନେ ଲୋକ ଦେଖାଣିଆ ଇଟାଭାଟି ମାଲିକଙ୍କ ନିକଟକୁ ଆସି କିଛି ଫାଇନ୍ ଆଦାୟ କରିବା ବଦଳରେ ପକେଟ ଗରମ କରି ଚୁପ୍ ଚାପ୍ ଚାଲି ଯାଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।
ରଣପୁର ଅଞ୍ଚଳରେ ଇଟାଭାଟି ଯୋଗୁଁ ବାୟୁମଣ୍ଡଳ ଦୂଷିତ
