ରଣପୁରରେ ମିଳୁନି କୋଭିଡ ଟୀକା

ରଣପୁର: ସାରା ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୟାଭୟ ରୂପ ନେଇ ଆସୁଥିବା ବେଳେ ସେଥିରୁ ବାଦ୍ ପଡିନି ରଣପୁର ଅଞ୍ଚଳ । କିନ୍ତୁ କରୋନା ସଂକ୍ରମଣରୁ ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଟିକାକରଣ କରାଯାଉଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳରେ ଟିକାକରଣ ବନ୍ଦ ହୋଇ ଯାଇଛି । ଯାହା ଫଳରେ ସାଧାରଣ ଲୋକମାନେ ହନ୍ତସନ୍ତ ହେଉଛନ୍ତି। କରୋନା ଦ୍ୱିତୀୟ ସଂକ୍ରମଣରେ ଏ ଯାବତ୍ ୬୫୦୦ବ୍ୟକ୍ତିଙ୍କୁ କରୋନା ପରୀକ୍ଷଣ କରାଯାଇଅଛି । ସମୁଦାୟ ୩୭୭ଜଣଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଇଅଛି ।
ସେଥି ମଧ୍ୟରୁ ୨୦୨ଜଣ କରୋନାରେ ଆକ୍ଟିଭ୍ ଥିବା ଜଣାପଡିଛି । ଏ ପର୍ଯ୍ୟନ୍ତ ରଣପୁରକୁ ୧୭୮୮୬ ଟିକା ଆସିଅଛି । ପ୍ରଥମ ଡୋଜ୍ ୧୬୮୩୬ ଜଣ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ୧୦୫୦ ଜଣ ନେଇଛନ୍ତି। ଯାହାଫଳରେ ୧୫୦୦୦ ରୁ ଉର୍ଦ୍ଧ ବ୍ୟକ୍ତି ପ୍ରଥମ ଡୋଜ୍ ନେଇ ଦୁଇ ମାସ ବିତିବାକୁ ବସିଥିବା ବେଳେ ଦ୍ୱିତୀୟ ଡୋଜ୍ ଟିକାର ଅଭାବ ଦେଖାଦେଇଛି । ଏ ସଂର୍ପକେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତି ପ୍ରସାଦ ମିଶ୍ରଙ୍କ କୁହନ୍ତି ରାଜ୍ୟରୁ ଯେଉଁ ଟିକା ଆସୁଅଛି ତାହା ଆବଶ୍ୟକତା ଠାରୁ ବହୁତ୍ କମ୍ । ଦିନକୁ ୩୦୦୦ ଟିକା ଆବଶ୍ୟକ ଥିବା ବେଳେ ଆସୁଛି ମାତ୍ର ୩୦୦ ।

Related posts