ଲକଡାଉନକୁ କଡ଼ାକଡ଼ି କଲା ଗଣିଆ ପୋଲିସ

ଗଣିଆ: କରୋନାର ଦ୍ୱିତୀୟ ଲହରକୁ ରୋକିବା ପାଇଁ ସରକାରଙ୍କ ଗାଇଡ଼ଲାଇନକୁ ମାନି ଚଳିତ ବର୍ଷର ପ୍ରଥମ ଲକଡାଉନକୁ ଗଣିଆରେ କଡ଼ାକଡ଼ି କରାଯାଇଥିଲା। ଗଣିଆ ପୋଲିସ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନ କରିଥିବା ବେଳେ ସାମାଜିକ ଦୂରତା ରଖି ନିଜ ନିଜର ସଉଦା କିଣିବା ପାଇଁ ସକାଳ ୬ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଗ୍ରୋସରି, ପରିବା ଦୋକାନ ଖୋଲା ଯାଇଥିଲା। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଗଣିଆ ବଜାର ସମେତ ମୁଖ୍ୟ ମୁଖ୍ୟ ସ୍ଥାନମାନଙ୍କରେ ପୋଲିସ ବନ୍ଧୁ ସଜାଗ ଥିଲେ।
    ସୂଚନା ଅନୁସାରେ, ମେ ୫ରୁ ୧୯ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ରହିବ ଏହି ସମୟରେ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିବ। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି।

ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ମଧ୍ୟ ଗଣିଆ ବଜାରରେ ସମସ୍ତ କୃଷିକାର୍ଯ୍ୟ, ଗୃହ ନିର୍ମାଣ ତଥା ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିଲା ଆଉ ଚା’ ଜଳଖିଆ, ଡ୍ରେସ ପୋଷାକ, ସେଲୁନ, ବିୟୁଟି ପାର୍ଲର ଆଦି ଦୋକାନ ସବୁ ବନ୍ଦ ଥିଲା।

Related posts