ନୟାଗଡ଼ରେ ଘରୋଇ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଉପରେ ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ, କ୍ଲିନିକ୍ ସିଲ୍

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ଖଣ୍ଡପଡ଼ା ରୋଡ୍‌ରେ ଥିବା ଏକ ଘରୋଇ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଯାଞ୍ଚ ପରେ କ୍ଲିନିକ୍‌କୁ ସିଲ୍ କରାଯାଇଛି। ଏହି ଘଟଣା ନୟାଗଡ଼ରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ, ଖଣ୍ଡପଡ଼ା ରୋଡ୍‌ରେ ଅବସ୍ଥିତ ‘ନିରୋଗ କ୍ଲିନିକ୍’ରେ ଅଲଟ୍ରାସାଉଣ୍ଡ ମେସିନ୍ ଚଳାଇବା ପାଇଁ ରବିବାର ଯେଉଁ ସ୍ୱୀକୃତିପ୍ରାପ୍ତ ଡାକ୍ତରଙ୍କ ନାମ ପଞ୍ଜୀକୃତ ଥିଲା, ସେହି ଡାକ୍ତରଙ୍କ ପରିବର୍ତ୍ତେ ଶୁକ୍ରବାର ଦିନ ସ୍ୱୀକୃତି ପ୍ରାପ୍ତ ଡାକ୍ତର ରୋଗୀଙ୍କ ଅଲଟ୍ରାସାଉଣ୍ଡ କରୁଥିବା ଅଭିଯୋଗ ସ୍ୱାସ୍ଥ୍ୟ ବିଭାଗ ପାଖରେ ପହଞ୍ଚିଥିଲା। ଅଭିଯୋଗକୁ ଆଧାର କରି ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ୱାଇଁଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ କ୍ଲିନିକ୍‌ରେ ଚଢ଼ାଉ କରିଥିଲେ। ଯାଞ୍ଚ ବେଳେ ବିଭିନ୍ନ ଦସ୍ତାବିଜ ଯାଞ୍ଚ କରାଯିବା ସହ ଅଲଟ୍ରାସାଉଣ୍ଡ ମେସିନ୍‌କୁ ଯାଞ୍ଚ କରାଯାଇଥିଲା।…

Read More

ନୟାଗଡ଼ କଲେଜ ପାଇଁ ଗୌରବ ଆଣିଲେ ରିତ୍ୟୁଷା ମିଶ୍ର, ସିପିଇଟି-୨୦୨୬ରେ ରାଜ୍ୟ ଟପ୍ପର ହେଲେ ରିତ୍ୟୁଷା

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିପିଇଟି-୨୦୨୬ ପ୍ରବେଶିକା ପରୀକ୍ଷାର ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ମେଧାବୀ ଛାତ୍ରୀ ରିତ୍ୟୁଷା ମିଶ୍ର ସମଗ୍ର ରାଜ୍ୟରେ ସର୍ବାଧିକ ନମ୍ବର ରଖି ରାଜ୍ୟ ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। ରିତ୍ୟୁଷାଙ୍କ ଏହି ଉଲ୍ଲେଖନୀୟ ସଫଳତା ନୟାଗଡ଼ ଜିଲ୍ଲା ସହ ମହାବିଦ୍ୟାଳୟ ପାଇଁ ଗର୍ବର ବିଷୟ ପାଲଟିଛି। ତାଙ୍କ ସଫଳତା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ରାଉତ, ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ରବୀନ୍ଦ୍ର କୁମାର ବେହେରାଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ତାଙ୍କୁ ଶୁଭେଚ୍ଛା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି। ରିତ୍ୟୁଷା ମିଶ୍ର ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି…

Read More