ପଦ୍ୟ ନିର୍ମାଲ୍ୟ

କବି ଉମେଶ ଚନ୍ଦ୍ର ମହାପାତ୍ର ୧୯୫୦ ମସିହା ଏପ୍ରଲ୍ ଏକ ତାରିଖ ଦିନ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ବିନାୟକପୁର ଶାସନରେ ଜନ୍ମ ଗ୍ରହଣ କରିଥିଲେ । କବି ଶ୍ରୀଯୁକ୍ତ ମହାପାତ୍ର ନିଜ ଗାଁ ସ୍କୁଲରେ ଶିଶୁ ଶ୍ରେଣୀଠାରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ି ନୟାଗଡ଼ କଲେଜରୁ ବି.ଏ. ପାସ୍ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାରରୁ ରାଜନୀତି ବିଜ୍ଞାନରେ ଏମ୍‌.ଏ. ପାସ୍ କରି ଶରଣକୁଳ କଲେଜରେ ଅଧ୍ୟକ୍ଷ ଭାବେ ଦୀର୍ଘ ନଅ ବର୍ଷ ଧରି କାମ କରିଥିଲେ । କଲେଜ ଗଠନରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ ମିରଟ ବିଶ୍ୱବିଦ୍ୟାଳୟରୁ ଏମ୍‌.ଫିଲ୍‌. ପାସ୍ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ରଣପୁର ମହାବିଦ୍ୟାଳୟରେ ୧୧ବର୍ଷ ଧରି ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟଭାବେ କାମ କରିଥିଲେ ଏବଂ କିଛିଦିନ ପାଇଁ ରଣପୁର ମହାବିଦ୍ୟାଳୟରେ ଅଧ୍ୟକ୍ଷଭାବେ କାମ କରିଥିଲେ । ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୧୧ବର୍ଷ କାମ କରି ରାଜନୀତି ବିଜ୍ଞାନ ବିଭାଗରୁ ମୁଖ୍ୟଭାବେ ବରିଷ୍ଠ ରିଡର ହୋଇ ଅବସର ଗ୍ରହଣ କରିଥିଲେ । ଅବସର ପରେ କଣ୍ଟାବାଞ୍ଜି ସେଣ୍ଟ୍ ଜାଭିୟର ହାଇସ୍କୁଲ୍‌ରେ ୧ବର୍ଷ ଧରି ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ବାର୍ଦ୍ଧକ୍ୟ ଉପନୀତ ହୋଇ ମଧ୍ୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ମାଲକାନଗିରିର ଅଧ୍ୟକ୍ଷଭାବରେ ୪ବର୍ଷ କାର୍ଯ୍ୟ କରିଥିଲେ । ଅନେକ ଦିନର ଆଶା ଏବଂ କବିତା ଲେଖିବାର ଇଚ୍ଛାକୁ ଏଇ କବିତା ପୁସ୍ତକରେ ପ୍ରକାଶିତ କରିବା ପାଇଁ ଯତ୍‌ପରୋନାସ୍ତି ଚେଷ୍ଟା କରିଛନ୍ତି । ଆପଣମାନେ ଏହାକୁ ପଢ଼ି ନିଶ୍ଚିତ ଆନନ୍ଦ ଅନୁଭବ କରିବେ ବୋଲି ଆଶା ।
ଦର୍ପଣ ପବ୍ଳିକେଶନ

Related posts