ସମୟର ଡାକ

ସୁଶ୍ରୀ ରଚିତା ପରିଡ଼ା ଜଣେ ଯୁବ ଲେଖିକା ଓ କବୀ । ସେ ନୟାଗଡ଼ ଜିଲ୍ଲା ନୂଆଗାଁରେ ୧୯୯୯ ମସିହା ମାର୍ଚ୍ଚମାସ ୧୫ତାରିଖରେ ଶ୍ରୀଯୁକ୍ତ ଚିତ୍ତରଂଜନ ପରିଡ଼ା ଓ ଶ୍ରୀମତୀ ସାଗରିକା ପରିଡ଼ାଙ୍କ କୋଳମଣ୍ଡନ କରନ୍ତି । ସେ ଗୀତିକବିତା, ପ୍ରବନ୍ଧ ଓ ଗଳ୍ପ ରଚନା କ୍ଷେତ୍ରରେ ଜଣେ ଅନନ୍ୟ ପ୍ରତିଭୂ । ଭାବଭାବନାର ବେଳାଭୂମିରେ ଠିଆହୋଇ ସେ ଦେଖିଛନ୍ତି ଜୀବନର ଚୌହଦୀଭିତରେ ସମାଜରେ ଘଟିଚାଲିଥିବା ଘଟଣାକୁ । ଲେଖିଛନ୍ତି ଓ ଦେଖେଇଛନ୍ତି ଅନନ୍ୟ ଅନୁଭବକୁ ସୃଜନର କାନ୍‌ଭାସରେ । ବୟସ କମ୍ ହୋଇଥିଲେ ମଧ୍ୟ ରଚିତାଙ୍କ ରଚନାଶୈଳୀ ଜୀବନଧର୍ମୀ ଓ ମାଟିମନସ୍କତାରେ ଭରପୁର । ସେ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ସମୟରୁ କବିତା, ଗଳ୍ପ ଲେଖାରେ ମନୋନିବେଶ କରନ୍ତି । ତାଙ୍କ ଚତୁଃପାଶ୍ୱର୍ରେ ଘଟୁଥିବା ଘଟଣାବଳୀକୁ ସେ ଗଳ୍ପ ଓ କବିତା ମାଧ୍ୟମରେ ପରିସ୍ଫୁଟନ କରନ୍ତି । ତାଙ୍କର ଏହି ପ୍ରବନ୍ଧ ଓ ଗଳ୍ପ ସଂକଳନ ‘ସମୟର ଡାକ’ ପୁସ୍ତକଟି ପାଠକୀୟ ଆଦୃତି ଲାଭକରିବ ବୋଲି ଆଶା ଓ ବିଶ୍ୱାସ ।
ଦର୍ପଣ ପବ୍ଲିକେଶନ

Related posts