ନୟାଗଡ଼ ଇନର୍ ହୁଇଲ କ୍ଲବ ପକ୍ଷରୁ “ବିଶ୍ଵ ଜନସଂଖ୍ୟା ଦିବସ” ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ଵ ଜନସଂଖ୍ୟା ଦିବସ ଉପଲକ୍ଷେ ଇନର ହୁଇଲ କ୍ଲବ ପକ୍ଷରୁ ତ୍ରିନାଥ ଛକ ନିକଟସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲବର ସଭାପତି ସ୍ନିଗ୍ଧାରାଣୀ ପଟ୍ଟନାୟକ, ସମ୍ପାଦକ ରଶ୍ମିତା ଚୌଧୁରୀ, ଏଡିଟର ମମତାଜ ବେଗମ ତତ୍ ସହିତ କ୍ଳବର ସମସ୍ତ ସଦସ୍ୟାଙ୍କ ଉପସ୍ଥିତିରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତି ରହିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଶ୍ଵ ଜନସଂଖ୍ୟା ଦିବସକୁ ନେଇ ଏକ ତର୍କ ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ପ୍ରତିଯୋଗିତା ସଭାରେ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ ମହାପାତ୍ର ସମ୍ପର୍ଣ୍ଣ ରୁପେ ସହଯୋଗ କରି ନୟାଗଡ଼ ଇନର ହୁଇଲ କ୍ଲବର ସଦସ୍ୟମାନଙ୍କ ଏହିପରି କାର୍ଯ୍ୟକୁ ଭୁରିଭୁରି ପ୍ରଶଂଶା କରିଥିଲେ। ପରିଶେଷରେ କ୍ଲବ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Related posts