ନୟାଗଡ଼ ପୁରାଣ

ହରିଷ ଗୀତିକଳ୍ପ ଆମ ସମୟର ଓଡ଼ିଆ ଗୀତିକବିତା ପରିମଣ୍ଡଳରେ ଜଣେ ଅନନ୍ୟ ପ୍ରତିଭା। ଛନ୍ଦ ଓ ଲାବଣ୍ୟ ସହ ପ୍ରାକୃତିକ ଓ ନୈସର୍ଗିକ ଶୋଭାରାଜି, ମାନବୀୟ ସମ୍ବେଦନ, ଦାର୍ଶନିକ ଦୃଷ୍ଟିଭଙ୍ଗୀ ତଥା ପ୍ରୀତିମୟତା ତାଙ୍କ ରଚନାର ବୈଶିଷ୍ଟ୍ୟ। ନିଜର ସୃଜନାତ୍ମକ ସମୃଦ୍ଧ ସୃଷ୍ଟି ପାଇଁ ଓଡିଶା ସରକାରଙ୍କ ଦ୍ୱାରା ମନୋନୀତ ହୋଇ ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ଓ ପ୍ରତିଭା ସମ୍ମାନରେ ସମ୍ମାନୀତ ହେବା ସହ ଅନେକ ସାରସ୍ୱତ ଅନୁଷ୍ଠାନରୁ ବହୁ ଉପାଧିରେ ସେ ବିଭୂଷିତ। ଓଡ଼ିଶାର ସମସ୍ତ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ମାନଙ୍କ କଣ୍ଠରେ ହରିଶ୍ ପ୍ରଧାନ (ଗୀତିକଳ୍ପ)ଙ୍କ ଗୀତସବୁ କ୍ୟାସେଟ, ଦୂରଦର୍ଶନ ଓ ଆକାଶବାଣୀରେ ପ୍ରସାରିତ ହୋଇ ଯଥେଷ୍ଟ ଆଦୃତି ଲାଭ କରିପାରିଛି।
“ନୟାଗଡ଼ ପୁରାଣ (ରଳବ ଖଣ୍ଡ)” ହରିଶ୍ ଗୀତିକଳ୍ପଙ୍କ ଏକ ଅଭିନବ ପ୍ରୟାସ। ପୁରାଣ କିମ୍ବଦନ୍ତୀ, ଲୋକକଥା ପରମ୍ପରା ତଥା ଐତିହାସିକ ତଥ୍ୟ ଆଧାରିତ ଏହି କାବ୍ୟଗ୍ରନ୍ଥଟି ବେଶ ଅନ୍ତରଙ୍ଗ ଓ ଆତ୍ମୀୟତାବୋଧରେ ବାନ୍ଧିରଖିପାରିବ ପାଠକ ଓ ଶ୍ରୋତାମାନଙ୍କୁ।

ପ୍ରକାଶକ
ଦର୍ପଣ ପବ୍ଲିକେଶନ

Related posts