ନୟାଗଡ଼ର ଭୌଗଳିକସ୍ଥିତି

ନୟାଗଡ଼ ସହର ଏକଦା ନୟାଗଡ଼ ଗଡ଼ଜାତ ରାଜ୍ୟର ରାଜଧାନୀ ରହିଥିଲା । ଏହି ରାଜ୍ୟ ୧୯ଂ-୫୩’ ଓ ୨୦ଂ-୨୦’ଉତ୍ତର ଅକ୍ଷାଂଶ ଓ ୮୪ଂ-୪୮’ ଓ ୮୫ଂ-୧୫’ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ । ନୟାଗଡ଼ ରାଜ୍ୟର ଉତ୍ତର ପଶ୍ଚିମ ଅଞ୍ଚଳରେ ସାପୁଆ – ମୁଣ୍ଡା ଓ ହାତିମୁଣ୍ଡା ପର୍ବତମାଳା ଅବସ୍ଥିତ । ପଶ୍ଚିମ ଭାଗରେ ଶୂଳିଆ ପର୍ବତ ବହୁ ଅଞ୍ଚଳ ବ୍ୟାପି ରହିଅଛି । ପୂର୍ବ ଅଞ୍ଚଳରେ ଶୁକରମଲ୍ଲ ପର୍ବତ ବିଦ୍ୟମାନ । ନୟାଗଡ଼ ସହର ସମୁଦ୍ର କୂଳରୁ ପ୍ରାୟ ୪୫ ମାଇଲ ଦୂରରେ ଅବସ୍ଥିତ । ମାତ୍ର ପ୍ରାଚୀର ସଦୃଶ ପର୍ବତମାଳା ରହି ସାମୁଦ୍ରିକ ବାୟୁ ପ୍ରଭାବରେ ବାଧା ଦେଉଛି । ନୟାଗଡ଼ ରାଜ୍ୟର ଉଚ୍ଚତମ ପର୍ବତ ଶୁଳିଆର ଶିଖର ସମୁଦ୍ର ପତ୍ତନଠାରୁ ୨୨୩୯ ଫୁଟ ଉଚ୍ଚରେ ରହିଅଛି । ଶୁକରମଲ୍ଲ ପର୍ବତର ଶିଖର ୧୪୩୨ ଫୁଟ ଓ ହାତୀ ମୁଣ୍ଡା ପର୍ବତ ଶିଖର ୧୫୭୨ ଫୁଟ ଅଟେ । ସମଗ୍ର ନୟାଗଡ଼ ରାଜ୍ୟ କୁସୁମୀ ନଦୀ ଅବବାହିକା ଅନ୍ତର୍ଗତ । କୁସୁମୀ ମହାନଦୀର ଉପନଦୀ ।
ଦୁଆଣ୍ଟ, ଡାହୁକା, ନାଗଝର, ଶୁଳିଆ ନଦୀ କୁସୁମୀର ପ୍ରଧାନ ଉପନଦୀ । କୁସୁମୀ ଓ ଡ଼ାହୁକା ନଦୀ କୂଳବର୍ତ୍ତୀ ଅଞ୍ଚଳ ଅତ୍ୟନ୍ତ ଉର୍ବର ଓ ନୟାଗଡ଼ର ଶସ୍ୟ ଭଣ୍ଡାର କହିଲେ ଅତ୍ୟୁକ୍ତି ହେବନାହିଁ ।

Related posts