ନୟାଗଡ଼, (ନୟାଗଡ଼ ଦର୍ପଣ): ଅଖିଳ ବିଶ୍ବ ଗାୟତ୍ରୀ ପରିବାର,ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୂଲ୍ୟରେ ଦିବ୍ଯ ଅଖଣ୍ଡ ଦୀପର ଶତାବ୍ଦୀ ସମାରୋହ ଓ ପରମ ବନ୍ଦନୀୟା ମାତାଜୀ ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତାବ୍ଦୀ ବର୍ଷ ଅବସରରେ ଶାନ୍ତିକୁଞ୍ଜ ହରିଦ୍ବାରରୁ ଆସିଥିବା ଜ୍ଯୋତି କଳସ ରଥ ଆଜି ନୟାଗଡ଼ ବ୍ଳକ୍ ଅନ୍ତର୍ଗତ ଇଟାମାଟି,ପ୍ରତାପପ୍ରସାଦ,ଘଡୁଆଳ, ଦୁର୍ଗାପ୍ରସାଦ, ନୟାଗଡ଼, ମୁକ୍ତାପୁର, ସୁବର୍ଣ୍ଣଦେଇପୁର ଓ ହାଉସିଂବୋର୍ଡରେ ପରିକ୍ରମା କରି ନିଶା ନିବାରଣ ପାଇଁ ସଚେତନତା ଶୋଭାଯାତ୍ରା କରାଯାଇ ଥିଲା। ପରିଶେଷରେ ସନ୍ଧ୍ଯା ୬ଟା ସମୟରେ ନୂଆ ଜୟପୁରରେ ଗାୟତ୍ରୀ ଦୀପ ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଏହି ଜ୍ଯୋତି କଳସ ରଥରେ ଓଡିଶା ରାଜ୍ଯ ଗାୟତ୍ରୀ ପରିବାରର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରତାପ କୁମାର ସ୍ବାଇଁ,ଅନନ୍ତ ବଳିୟାର ସିଂହ ଓ ବିଜୟ କୁମାର ସାହୁ ଅତିଥି ଭାବେ ଯୋଗଦେଇଥିଲେ। ବରିଷ୍ଠ କାର୍ଯ୍ୟକର୍ତ୍ତା ତାରିଣୀ ଚରଣ ମହାରଣା…
Read MoreDay: October 17, 2025
ଓଡ଼ଗାଁ ଅଞ୍ଚଳରୁ ବିଦେଶୀ ମଦ ଦୋକାନରୁ ଚୋରି ଘଟଣାରେ ୭ଗିରଫ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ଅଞ୍ଚଳର ୩ ବିଦେଶୀ ମଦ ଦୋକାନରୁ ଚୋରି ଘଟଣାରେ ୭ ଅଭିଯୁକ୍ତ ଗିରଫ, ୧ ଲକ୍ଷ ୬୦ ହଜାର ଟଙ୍କା ସମେତ ଗୋଟିଏ ଧଳା ରଙ୍ଗର ଟାଟା ଇଣ୍ଡିଗୋ କାର,୪ ଗୋଟି ମଟର ସାଇକେଲ, ୯ ଗୋଟି ସ୍ମାର୍ଟ ଫୋନ, ୨ ଗୋଟି ସାଧା ଫୋନ, କଟୁରୀ ଓ ପେଚକସ ଜବତ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡାପିଠା ସରକାରୀ ଠିପି ଖୋଲା ବିୟର ବାର, ଅପର ପାଶ୍ୱର୍ରେ ଥିବା ସିନେମାହଲ ନିକଟବର୍ତ୍ତୀ ଠିପି ବନ୍ଦ ସରକାରୀ ମଦ ଦୋକାନ ଓ ବାଘୁଆ ସରକାରୀ ମଦ ଦୋକାନରୁ ସିରିଜ ଚୋରି ଘଟଣାରେ ଓଡ଼ଗାଁ ପୁଲିସକୁ ବଡ଼ ସଫଳତା ମିଳିଛି। ଚୋରି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ୭ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବାବେଳେ ସମସ୍ତ ଅଭିଯୁକ୍ତ ଗଞ୍ଜାମ ଅଞ୍ଚଳର…
Read Moreନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଗୋପବନ୍ଧୁ ଏକାଡେମୀ ପକ୍ଷରୁ ନିମନ୍ତ୍ରଣ,
ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କୁ ପଢ଼ାଇବେ ପାଠ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଏକାଡେମୀରେ ତାଲିମ ନେଉଥିବା ପ୍ରଶିକ୍ଷାର୍ଥୀଙ୍କୁ ପାଠ ପଢ଼ାଇବା ପାଇଁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କୁ ଏକାଡେମୀ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ଆସନ୍ତା ୨୨ ତାରିଖ ୨୦୨୨ ମସିହା ବ୍ୟାଚ୍ ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କୁ ୨ଟି ପିରିୟଡ଼ ପାଠ ପଢ଼ାଇବା ପାଇଁ ଡେପୁଟି ଡାଇରେକ୍ଟରଙ୍କ ପକ୍ଷରୁ ଚିଠି କରାଯାଇଛି। ପଞ୍ଚାୟତ ରାଜ ବ୍ୟବସ୍ଥାରେ ଉପରେ ଶୀଯୁକ୍ତ ପଟ୍ଟନାୟକଙ୍କ ଦୀର୍ଘଦିନର ଅଭିଜ୍ଞତା ଓ ଜ୍ଞାନ ରହିଛି । ଏଥିପାଇଁ ତାଙ୍କୁ ଗୋପବନ୍ଧୁ ଏକାଡେମୀ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ପୂର୍ବରୁ ମଧ୍ୟ ସେ ଗୋପବନ୍ଧୁ ଏକାଡେମୀରେ ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କୁ ପାଠ ପଢ଼ାଇଛନ୍ତି। ନୟାଗଡ଼ ଜିଲ୍ଲାର ଜଣେ ବିଚକ୍ଷଣ ରାଜନେତା ଭାବେ ଜଣାଶୁଣା ଶ୍ରୀଯୁକ୍ତ ପଟ୍ଟନାୟକ ଜଣେ ଲୋକପ୍ରିୟ ମଣିଷ ଭାବେ ଜଣାଶୁଣା।
Read Moreଆଜି ଦିନକୁ ରମା ଏକାଦଶୀ କଣ ପାଇଁ କୁହାଯାଏ
ରମା ଏକାଦଶୀ ବା ରମ୍ଭା ଏକାଦଶୀ ର ହିନ୍ଦୁ ଧର୍ମରେ ବହୁତ ମାନ୍ୟତା ରହିଛି। ଏହି ଏକାଦଶୀ ପାଳନ କଲେ ଏ ଜନ୍ମ ର ସମସ୍ତ ପାପ ନଷ୍ଟ ହୋଇଥାଏ ଏବଂ ମୄତ୍ୟୁ ପରେ ବିଷ୍ଣୁ ଲୋକ ପ୍ରାପ୍ତ ହୁଏ ବୋଲି ମାନ୍ୟତା ଅଛି। ରମା ଏକାଦଶୀ ଦିନ ଭଗବାନ ବିଷ୍ଣୁ ଙ୍କ ସହିତ ମାତା ଲକ୍ଷ୍ମୀ ଙ୍କ ପୂଜନ ମଧ୍ୟ କରାଯାଉଥିବାରୁ ଏହାକୁ ଅତ୍ୟନ୍ତ ପବିତ୍ର କୁହାଯାଏ। ଏହି ପର୍ବ ଧନଦା ତ୍ରୟୋଦଶୀ ର ଦୁଇ ଦିନ ପୂର୍ବରୁ କାର୍ତ୍ତିକ କୄଷ୍ଣ ପକ୍ଷ ଏକାଦଶୀ ଦିନ ପଡେ। ଏହି ଏକାଦଶୀ ପାଳନ କଲେ ବାଜପେୟ ଯଗ୍ଙ୍ୟ ର ଫଳ ମିଳିଥାଏ। ll ରମା ଏକାଦଶୀ ର ପୂଜା ବିଧି ll ରମା ଏକାଦଶୀ ପାଳନ କରୁଥିବା ଭକ୍ତ ଗୋଟିଏ ଦିନ ପୂର୍ବରୁ ନିୟମ ରେ…
Read More