ନୟାଗଡ଼ ଇତିହାସ

ପୂର୍ବତନ ନୟାଗଡ଼ ଦେଶୀୟ ରାଜ୍ୟ ଓଡ଼ିଶା ଗଡ଼ଜାତ ମଧ୍ୟରେ ଅନ୍ତର୍ଭୁକ୍ତ ।
ଭାରତ ଇଂରେଜମାନଙ୍କର ଅଧିନ ହେବା ପରେ ଏହି ରାଜ୍ୟ ପୁରୀ ଜିଲ୍ଲାର ଏକ ଅଂଶ ରହିଥିଲା । ବର୍ତ୍ତମାନ ଏହା ନୟାଗଡ଼ ଜିଲ୍ଲାର ଅଂଶ ଅଟେ ।

ନୟାଗଡ଼ ରାଜ୍ୟ ସ୍ଥାପନ ପୂର୍ବର ରାଜନୈତିକ ପରିସ୍ଥିତି

ନୟାଗଡ଼ ରାଜ୍ୟ ରେବା ରାଜବଂଶର ସୂର୍ଯ୍ୟମଣିଙ୍କ ଦ୍ୱାରା ତ୍ରୟୋଦଶ ଶତାବ୍ଦୀରେ ସ୍ଥାପିତ ହେବା ପୂର୍ବରୁ ଏହି ଅଞ୍ଚଳ ମୂଖ୍ୟତଃ ବାଙ୍କୀ, ରଣପୁର, ବୌଦ୍ଧ, ଘୁମୁସର ରାଜ୍ୟର ଅଂଶ ଥିଲା । ଅଧିକ ଭାଗ ରଣପୁର ରାଜ୍ୟ ଅଧିନରେ ରହିଥିଲା । ଏହା ବ୍ୟତୀତ ଇଟାମାଟି ଠାରୁ ଦିଘିରି ଅଞ୍ଚଳ ଯାଏଁ ଓଡ଼ିଶା ରାଜାଙ୍କର ଅଧିନସ୍ଥ ରହିଥିଲା । ମହିପୂର, ବାହାଡ଼ାଝୋଲା, ନୂଆଗାଁ ଇତ୍ୟାଦି ମାଳ ଅଞ୍ଚଳରେ ସ୍ଥାନୀୟ ଦଳପତି ବା ଗଡ଼ତିଆମାନେ ଶାସନ କରୁଥିଲେ । ସେମାନଙ୍କ ଉପରେ ଘୁମୁସର, ବୌଦ୍ଧ ବା ରଣପୁର ରାଜାଙ୍କର ପ୍ରତ୍ୟକ୍ଷ କର୍ତ୍ତୃତ୍ୱ ନଥିଲା । ଏହି ମାଳ ଅଞ୍ଚଳ ଦୁର୍ଗମ ଥିବା ହେତୁ ବହିଃଆକ୍ରମଣର ଭୟ ନଥିଲା । ଦଳପତି ବା ଗଡ଼ତିଆମାନେ ସ୍ଥାନୀୟ ପ୍ରଜାମାନଙ୍କର ସମ୍ମତିକ୍ରମେ ଶାସନ କରୁଥିଲେ । ନୟାଗଡ଼ ରାଜ୍ୟର ଦକ୍ଷିଣ ପୂର୍ବ ଅଞ୍ଚଳ ଯଥା- ଲାଠି ଡ଼ା, ଗୋଡ଼ି ଡ଼ା, ଶରଣକୁଳ ଥାନା, ଓଡ଼ଗାଁ ଥାନାର ପୂର୍ବଭାଗ ରଣପୁର ରାଜ୍ୟରେ ଅନ୍ତର୍ଭୁକ୍ତ ଥିଲା । ଓଡ଼ଗାଁ ଥାନାର ଦକ୍ଷିଣ ଭାଗ ଘୁମୁସର ରାଜ୍ୟ ଓ ନୂଆଗାଁ ଥାନାର ଅଧିକାଂଶ ଭାଗ ବୌଦ୍ଧ ରାଜ୍ୟର ଅଂଶ ରହିଥିଲା । ବାଲୁଗାଁର ଉତ୍ତରବର୍ତ୍ତୀ ଅଞ୍ଚଳ ବାଙ୍କୀ ରାଜ୍ୟର ଅଂଶ ରହିଥିଲା । ନୟାଗଡ଼ ସହର ଚତୁଃପାର୍ଶ୍ୱରେ ସ୍ଥାନୀୟ ଗଡ଼ତିଆମାନେ ଶାସନ କରୁଥିଲେ । ଇଟାମାଟି, ପଣ୍ଡୁସର ଅଞ୍ଚଳ ଓଡ଼ିଶା ରାଜାଙ୍କର ଅଧିନରେ ରହିଥିଲା । ନୟାଗଡ଼ ରାଜ୍ୟର ସ୍ଥାପନକର୍ତ୍ତା ସୂର୍ଯ୍ୟମଣି ସିଂହ ବୁନ୍ଦେଲଖଣ୍ଡ ଅଞ୍ଚଳର ରେବା ରାଜବଂଶ ସମ୍ଭୁତ । ବର୍ତ୍ତମାନ ରେବା ଅଞ୍ଚଳ ମଧ୍ୟପ୍ରଦେଶ ଅନ୍ତର୍ଗତ । ଏଣୁ ଏହି ପରିପ୍ରେକ୍ଷୀରେ ରେବା ରାଜବଂଶର ଇତିହାସ ସମ୍ବନ୍ଧରେ ଆଲୋଚନା ଆବଶ୍ୟକ ।

ରେବା ରାଜବଂଶ

ରେବା ରାଜବଂଶ ସମ୍ପର୍କରେ ନିମ୍ନଲିଖିତ ତଥ୍ୟ ଶ୍ରୀ ପ୍ରାଣକୃଷ୍ଣ ଆଚାର୍ଯ୍ୟଙ୍କ ଲିଖିତ ‘ସଂକ୍ଷିପ୍ତ ଓଡ଼ିଶା ଓ ନୟାଗଡ଼ ଇତିହାସ’ରୁ ନିମ୍ନୋକ୍ତ ତଥ୍ୟ ଜଣାପଡ଼େ–
ରେବା ସହର ବର୍ତ୍ତମାନ ରେବା ଜିଲ୍ଲାର ରାଜଧାନୀ । ଏହା ଏଲ୍ଲାହାବାଦର ଦକ୍ଷିଣସ୍ଥ ମଧ୍ୟପ୍ରଦେଶର ଉତ୍ତର ସୀମାବର୍ତ୍ତୀ ଜିଲ୍ଲା । ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରକାଶିତ ରେବା ଗେଜେଟିଅରକୁ ଭିତ୍ତିକରି ରେବାର ବଘେଲ ବଂଶୀୟ ମାନଙ୍କର ଇତିହାସ ବିଷୟରେ ତଥ୍ୟ ନିମ୍ନରେ ପ୍ରଦତ୍ତ ହେଲା- ୭ମ ଶତାଦ୍ଦୀର ଶେଷ ୨୫ ବର୍ଷରେ କାଲଚୁରୀ ବା ଚେଦୀମାନେ ରେବା ଅଞ୍ଚଳକୁ ଆସିଥିଲେ । ଏହି ଅଞ୍ଚଳରେ ସେମାନେ ଦ୍ୱାଦଶ ଶତାବ୍ଦୀ ଯାଏଁ ଶାସନ କରୁଥିଲେ । କ୍ରମେ ସେମାନେ ଦୁର୍ବଳ ହେଲେ ଓ ରେବା ଅଞ୍ଚଳ ଚନ୍ଦେଲମାନେ ଅଧିକାର କଲେ । ଚନ୍ଦେଲ ରାଜା ମଦନ ବର୍ଦ୍ଧନ(୧୧୨୯-୧୧୬୩)କାଲଚୁରୀ ରାଜା ନରସିଂହ ଦେବଙ୍କୁ ପରାସ୍ତ କଲେ । ବଘେଲ ବଂଶୀୟମାନେ ପୂର୍ବେ ଗୁଜୁରାଟର ଭୀମପଲ୍ଲୀ ବା ବ୍ୟାଘ୍ର ଲ୍ଲୀ ଅଞ୍ଚଳ ଅଧିକାର କରିଥିଲେ । ବ୍ୟାଘ୍ର ୍ରାୟ ଏକ ବାଳକରୁ ବଘେଲ ବଂଶର ଉତ୍ପତ୍ତି । ଏହି ବାଳକ କବୀରଙ୍କର କୃ ।ରୁ ଗୁଜୁରାଟର ସୁଲାଙ୍କି ବା ଚାଲୁକ୍ୟ ରାଜବଂଶ ସମ୍ଭୁତ । ରେବା ଅଞ୍ଚଳକୁ ବ୍ୟାଘ୍ରଦେବ ନାମକ ବଘେଲରାଜା ଗୁଜୁରାଟରୁ ତ୍ରୟୋଦଶ ଶତାବ୍ଦୀରେ ଆସିଥିଲେ । ସେତେବେଳେ ବଘେଲମାନେ ଗୁଜୁରାଟର ନିଜ ଅଞ୍ଚଳସହ ରେବାର କିଛି ଅଞ୍ଚଳ (ବଘେଲ ଖଣ୍ଡ) ଅଧିକାର କରିଥିଲେ । ୧୨୯୯ରେ ବଘେଲମାନେ ଗୁଜୁରାଟରୁ ଆଲ୍ଲାଉଦ୍ଦିନ ଖିଲିଜିଙ୍କର ଆକ୍ରମଣ ହେତୁ ସମ୍ପୂର୍ଣ୍ଣରୁପେ ବିତାଡ଼ିତ ହେଲେ । ଗୁଜୁରାଟର ପ୍ରଥମ ଜ୍ଞାତ ବଘେଲ ରାଜା ଧବଳଥିଲେ । ତାଙ୍କ ପରେ ତାଙ୍କ ପୁତ୍ର ଅର୍ଣ୍ଣୋରାଜ ରାଜା ହେଲେ ।
ଗୁଜୁରାଟରେ ଶାସନ କରୁଥିବା ଅନ୍ୟ ବଘେଲ ରାଜାମାନଙ୍କର ନାମ ଅଜ୍ଞାତ । ଗୁଜୁରାଟରେ ପୂର୍ବେ ଚାଲୁକ୍ୟ ମାନଙ୍କର ଅଧିନରେ ବଘେଲମାନେ ସାମନ୍ତ ରାଜାରୂପେ ଶାସନ କରୁଥିଲେ । ଶେଷ ଚାଲୁକ୍ୟ ରାଜା ତ୍ରୀଭୁବନ ଦେବ ଅପୁତ୍ରିକ ହୋଇ ମୃତ୍ୟୁ ଲାଭ କଲାପରେ ବଘେଲମାନେ ସ୍ୱାଧୀନ ରାଜା ହେଲେ । ତ୍ରୟୋଦଶ ଶତାବ୍ଦୀରେ ଯେଉଁ ବଘେଲ ରାଜା ବ୍ୟାଘ୍ରଦେବ ରେବାରେ ପ୍ରବେଶ କରିଥିଲେ ଓ ରେବାର ରାଜା ହୋଇଥିଲେ ସୂର୍ଯ୍ୟମଣି ଓ ଚନ୍ଦ୍ରମଣି ତାଙ୍କର ସନ୍ତାନ ହୋଇଥିବେ । ବ୍ୟାଘ୍ରଦେବଙ୍କର ବହୁ ପୁତ୍ର ଥିବାରୁ ରେବାର ଗଡ଼ ନାମକ ସ୍ଥାନରେ ସ୍ଥାନୀୟ ଶାସକ ଭାବରେ ସୂର୍ଯ୍ୟମଣି ଓ ଚନ୍ଦ୍ରମଣି ନିଯୁକ୍ତ ହୋଇଥିବା ସମ୍ଭବ । ପରେ ସେଠାରୁ କୌଣସି କାରଣରୁ ବିତାଡ଼ିତ ହୋଇ ଓଡ଼ିଶାରେ ପ୍ରବେଶ କରିଥିବା ସ୍ପଷ୍ଟ । ଗଡ଼ ନାମକ ସ୍ଥାନ ଏବେ ରେବା ଜିଲ୍ଲାରେ ରହିଅଛି । ଏଣୁ ନୟାଗଡ଼ ଆସି ରଳବରେ ଗଡ଼ ସ୍ଥାପନ କରିଥିଲେ । ସେମାନଙ୍କ ବଂଶଧର ବାଘା ସିଂହ ଋକ୍ଷୀ ପର୍ବତ ପାଦଦେଶରେ ନୂତନ ଗଡ଼ ନିର୍ମାଣ କରି ନୟାଗଡ଼ ନାମ ଦେଲେ । ନୟା ଏକ ହିନ୍ଦୀ ଶବ୍ଦ । ଏଣୁ ହିନ୍ଦୀଭାଷୀ ସୂର୍ଯ୍ୟମଣିଙ୍କ ବଂଶଧରମାନେ ଏହି ନାମକରଣ କରିଥିଲେ ।

Related posts