ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଆଲୋକର ପର୍ବ ଦୀପାବଳୀକୁ କିଛି ଭିର୍ଣ୍ଣ ଢଙ୍ଗରେ ପାଳନ କରିବା ପାଇଁ ବାର୍ତ୍ତା ଦେଲେ ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ। ଭାରତ ସରକାରଙ୍କ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ବିଭାଗ ଓ ଓଡିଶା ସରକାରଙ୍କ ପରିବେଶ ଶିକ୍ଷା ଓ ଜଙ୍ଗଲ ତଥା ଜଳବାୟୁ ପରିବର୍ତ୍ତନ ବିଭାଗ ସୂଚନା କ୍ରମେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ, ଶିକ୍ଷକ ପ୍ରକୃତି ବନ୍ଧୁ ସନ୍ତୋଷ କୁମାର ସାହୁ ଛାତ୍ରଛାତ୍ରୀନେଇ ପ୍ରଥମେ ମାଟିରେ 50 ରୁ ଅଧିକ ଦ୍ବୀପ ତିଆରିକରି ଥିଲେ। ତାପରେ ଦ୍ବୀପଗୁଡିକୁ ଖରାରେ ଶୁଖାଯାଇଥିଲା। ଏହା ସହିତ ଶିକ୍ଷୟିତ୍ରୀ ଅବନ୍ତୀ ବେହେରା, ବିଜୟଲକ୍ଷ୍ମୀ ଦଳେଇ, ଶିକ୍ଷକ ସନ୍ତୋଷ ନାହାକ, ରାଧାଗୋବିନ୍ଦ ନାୟକ, ସୂଯ୍ୟମଣି ନାୟକ ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଶପଥ ପାଠ କରାଇଥିଲେ। ଶେଷରେ ଶ୍ରୀ…
Read MoreDay: October 18, 2025
ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପରିଚାଳନା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗଦେଇ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଥିଲେ। ଜିଲ୍ଲାର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା ପାରିତ କରାଯାଇଥିବା ବେଳେ ତତ୍ ସଙ୍ଗେ ସଙ୍ଗେ ପୂର୍ବବର୍ଷ ଏବଂ ଚଳିତ ବର୍ଷର ବ୍ୟୟ ଅନୁମୋଦନ କରାଯାଇଥିଲା । ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ଯୋଗ ଦେଇଥିଲେ । ଏହାକୁ ପରିଚାଳନା କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ସୁଶାନ୍ତ କୁମାର ଦାସ । ଡିପିଏମ ପ୍ରକାଶ ଚନ୍ଦ୍ର ବାନାର୍ଜି ବୈଠକ ପରିଚାଳନାରେ ସହଯୋଗ କରିଥିଲେ । ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ଲାଇନ…
Read Moreଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନର ଶୁଭାରମ୍ଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦର ସୃଜନ ସମ୍ମିଳନୀ କକ୍ଷରେ “ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ” ଏକ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ସୁଶାନ୍ତ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଶାନ୍ତ କୁମାର ଦାସ ସ୍ୱାଗତ ଭାଷଣ ରଖିଥିଲେ। ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ଆଜି ନୟାଗଡ଼ ଜିଲ୍ଲାରେ ଶୁଭାରମ୍ଭ ହୋଇଛି । ଏହି ଅଭିଯାନ ଅକ୍ଟୋବର ୧୦ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୯ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଗ୍ରାମାଞ୍ଚଳରେ ଏହି କାର୍ଯ୍ୟକ୍ରମର ସଚେତନତା କାର୍ଯ୍ୟକ୍ରମ କରାଯିବ। ଏହି ଅଭିଯାନର କ୍ଷତିକାରକ…
Read Moreଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଉଦଯାପିତ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ସିଭିଲ ସୋସାଇଟି ଆନୁକୂଲ୍ୟରେ ସାତ ଦିନ ଧରି ସ୍ଥାନୀୟ ନୀଳମାଧଵ କଲ୍ୟାଣ ମଣ୍ଡପ ଠାରେ ଚାଲିଥିବା ଆନ୍ତର୍ଜାତ ବରିଷ୍ଠ ନାଗରିକ ଦିବସ ଶାନ୍ତି ଶୃଙ୍ଖଳାର ସହ ଉଦଯାପିତ ହୋଇଯାଇଛି। ଏହି ଅବସରରେ ସିଭିଲ ସୋସାଇଟିର ଚେୟାରମ୍ୟାନ ଗୋଦାବରୀ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଗାମୀ ଦିନରେ ସିଭିଲ ସୋସାଇଟି ପକ୍ଷରୁ ଯୁବ, ଛାତ୍ର, ବରିଷ୍ଠ ନାଗରିକମାନଙ୍କ ସ୍ୱାର୍ଥର ସୁରକ୍ଷା ନିମନ୍ତେ ନିଆ ଯିବାକୁ ଥିବା କାର୍ଯ୍ୟକ୍ରମର ଅବତାରଣା କରିଥିଲେ। ଏହି ଅବସରରେ ସିଭିଲ ସୋସାଇଟି ପକ୍ଷରୁ ଏଠାକାର ପୌରପରିଷଦର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କୁ ନୟାଗଡ ସହରାଞ୍ଚଳରେ ସ୍ୱଛତା ପାଇଁ ନେଇଥିବା ପଦକ୍ଷେପ ନିମନ୍ତେ ଫୁଲକୁଣ୍ଡ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମୁଖ୍ୟ ଅତିଥି ପୌରପାଳିକା ଅଧ୍ୟକ୍ଷା ନିରୁପମା ଖଟେଇ ସଫଳତାର ସହ ସାତ ଦିନ ଧରି ଏହି…
Read Moreଖଣ୍ଡପଡ଼ା SDPOଙ୍କ କାର୍ଯ୍ୟକଳାପକୁ ନେଇ ନୟାଗଡ SP ଅଫିସ ସମ୍ମୁଖରେ ପ୍ରତିବାଦ ସଭା ଓ ଗଣଧାରଣା
ନୟାଗଡ଼,(ନୟାଗଡ଼ ଦର୍ପଣ): ଦେଶ ସ୍ବାଧୀନତାର ପ୍ରାୟ 78 ବର୍ଷ ପରେ ବି ଦେଶରେ ସମ୍ବିଧାନ କାର୍ଯ୍ୟକାରୀ ବଳବତ ଥିବା ସ୍ଥଳେ ଅନୁସୂଚିତଜାତି / ଜନଜାତି ବର୍ଗ ମାନଂକ ଉପରେ ଜାତିଗତ ନିର୍ଯାତନା ମାମଲା NCRB ତଥ୍ୟ ଅନୁସାରେ ଆମ ରାଜ୍ୟରେ 143%ବୃଦ୍ଧି ପାଇଛି। ନୟାଗଡ ଜିଲ୍ଲାର ବିଭିନ୍ନ ଥାନା ଫତେଗଡ଼, ଖଣ୍ଡପଡା, ରଣପୁର, ଦଶପଲ୍ଲା, ଇଟାମାଟି, ଶରଣକୁଳ, ପ୍ରଭୃତିଥାନା ଅନୁସୂଚିତଜାତି ନିର୍ଯାତନା ପ୍ରବଣ ଅଂଚଳ ଭାବେ ପରିଗଣିତ ହେଉଛି। SCST ଅତ୍ୟାଚାର ମାମଲାରେ ସଠିକ ଭାବେ ତଦନ୍ତ ନ ହେବା ଏବଂ ସଠିକ ସମୟରେ ଚାର୍ଜସିଟ ଦାଖଲ ନ ହେବା ଏବଂ 95%ମାମଲା ଗିରଫ ନ ହେବା ମାମଲା ବୃଦ୍ଧି ର ଅନ୍ୟତମ କାରଣ ଅଟେ। ଘଟଣାକ୍ରମେ: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ କଇଁଥ ପୋଖରୀ ଗ୍ରାମର ଅନୁସୂଚିତଜାତି ବର୍ଗ ୫ଟି ପରିବାରଙ୍କୁ ଗ୍ରାମର ସବର୍ଣ୍ଣ…
Read Moreଦଶପଲ୍ଲା ଏନ୍ଏସି କାଉନସିଲର ମାନଙ୍କ ଧାରଣା
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ୧୩ ଦଫା ଦାବି ନେଇ ଦଶପଲ୍ଲା ଏନ୍ଏସି କାଉନସିଲର ମାନଙ୍କର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା। ଦାବି ଗୁଡିକ ମଧ୍ୟରେ ୧- ୱାର୍ଡ ନଂ ୫, ୬ ଓ ୧୦ ନମ୍ବରରେ ନିର୍ମାଣ ହୋଇଥିବା ଦୋକାନ ଘର ଗୁଡିକୁ ଯୁଦ୍ଧ କାଳିନ ଭିତ୍ତିରେ ବଣ୍ଟନ। ୨- ଯୋଗାଣ ବିଭାଗ ଦ୍ୱାରା ହୋଇଥିବା ସମସ୍ତ ହିତା ଧିକାରୀ ମାନଙ୍କୁ ରାସନ କାର୍ଡ ପ୍ରଦାନ। ୩-୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷର ଆକ୍ସନ ପ୍ଲାନରେ ସ୍ଥାନିତ ହୋଇଥିବା ସମସ୍ତ କାର୍ଯ୍ୟକୁ ଟେଣ୍ଡର କରାଯାଇ କାର୍ଯ୍ୟାଦେଶ ପ୍ରଦାନ। ୪- ୱାର୍ଡ଼ ନ-୬ରେ ଥିବା ସ୍ମାର୍ଟ ପାର୍କକୁ ପୂର୍ଣାଙ୍ଗ କରାଯାଉ, ୱାର୍ଡ ନଂ – ୯ରେ ଥିବା ଆଦର୍ଶ ଶ୍ମଶାନ କାର୍ଯ୍ୟକ୍ଷମ କରାଯାଉ। ୫- ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ସଭା ଗୃହକୁ କାର୍ୟ୍ଯକ୍ଷମ କରାଯାଉ…
Read Moreଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ, ଅଲ ଓଡ଼ିଶା ଚେସ ଆସୋସିଏସନ ତଥା କେସି କ୍ଲବର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କେସି କ୍ଲବଠାରେ ଉଦଘାଟିତ ହୋଇଯାଇଛି। ପୂର୍ବତନ କନ୍ଧମାଳ ସାଂସଦ ତଥା ନୟାଗଡ଼ର ବିଶିଷ୍ଟ ନାରୀନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ବିଧିବଦ୍ଧ ଭାବେ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ମୁଖ୍ୟଅତିଥି ଏବଂ ମ୍ୟାଚ ପରିଚାଳନା କରିବା ପାଇଁ ଆର୍ବିଟର ଭାବେ ଯୋଗଦାନ ଅଭିଷେକ ଆଚାର୍ଯ୍ୟଙ୍କୁ ଉପଢୌକନ ଏବଂ ଟ୍ରଫି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆୟୋଜିତ ଉଦଘାଟନୀ ସଭାରେ ଆସୋସିଏସନ ସଭାପତି ଭାଗିରଥି ଦାସ ପୌରୋହିତ୍ୟ କରିଥିବା ବେଳେ ସମ୍ପାଦକ ଲକ୍ଷ୍ମୀଧର ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ସମ୍ପାଦକୀୟ ଅଭିଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ସାମ୍ବାଦିକ…
Read More