ଖଣ୍ଡପଡ଼ା SDPOଙ୍କ କାର୍ଯ୍ୟକଳାପକୁ ନେଇ ନୟାଗଡ SP ଅଫିସ ସମ୍ମୁଖରେ ପ୍ରତିବାଦ ସଭା ଓ ଗଣଧାରଣା

ନୟାଗଡ଼,(ନୟାଗଡ଼ ଦର୍ପଣ): ଦେଶ ସ୍ବାଧୀନତାର ପ୍ରାୟ 78 ବର୍ଷ ପରେ ବି ଦେଶରେ ସମ୍ବିଧାନ କାର୍ଯ୍ୟକାରୀ ବଳବତ ଥିବା ସ୍ଥଳେ ଅନୁସୂଚିତଜାତି / ଜନଜାତି ବର୍ଗ ମାନଂକ ଉପରେ ଜାତିଗତ ନିର୍ଯାତନା ମାମଲା NCRB ତଥ୍ୟ ଅନୁସାରେ ଆମ ରାଜ୍ୟରେ 143%ବୃଦ୍ଧି ପାଇଛି। ନୟାଗଡ ଜିଲ୍ଲାର ବିଭିନ୍ନ ଥାନା ଫତେଗଡ଼, ଖଣ୍ଡପଡା, ରଣପୁର, ଦଶପଲ୍ଲା, ଇଟାମାଟି, ଶରଣକୁଳ, ପ୍ରଭୃତିଥାନା ଅନୁସୂଚିତଜାତି ନିର୍ଯାତନା ପ୍ରବଣ ଅଂଚଳ ଭାବେ ପରିଗଣିତ ହେଉଛି। SCST ଅତ୍ୟାଚାର ମାମଲାରେ ସଠିକ ଭାବେ ତଦନ୍ତ ନ ହେବା ଏବଂ ସଠିକ ସମୟରେ ଚାର୍ଜସିଟ ଦାଖଲ ନ ହେବା ଏବଂ 95%ମାମଲା ଗିରଫ ନ ହେବା ମାମଲା ବୃଦ୍ଧି ର ଅନ୍ୟତମ କାରଣ ଅଟେ।

ଘଟଣାକ୍ରମେ: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ କଇଁଥ ପୋଖରୀ ଗ୍ରାମର ଅନୁସୂଚିତଜାତି ବର୍ଗ ୫ଟି ପରିବାରଙ୍କୁ ଗ୍ରାମର ସବର୍ଣ୍ଣ ମାନେ ୩ବର୍ଷ ହେବ ସାମାଜିକ ବାସନ୍ଦ ରଖିବା ଏବଂ ଗତ 31/8/2025 ରିଖ ଦିନ ଗ୍ରାମର ସବର୍ଣ୍ଣ ବର୍ଗର ସିଲୁ ଡାଳୁଅ ଜଣେ ଅନୁସୂଚିତଜାତି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଏବଂ ତାଙ୍କ ସ୍ବାମୀ ବିରୋଧ କରିବାରୁ ସିଲୁ ଡ଼ାଳୁଅ ଓ ମିଲୁ ଡ଼ାଳୁଅ ଦୁଇ ଭାଇ ମିଶିକି ହତ୍ୟା ଉଦେଶ୍ୟରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିବା ମୁଣ୍ଡରେ ୭ଟି ଷ୍ଟିଚ ପଡିବା ଏବଂ ବେକ ହାଡ଼ ଭାଙ୍ଗିବା ଘଟଣାରେ ଫତେଗଡ଼ ଥାନାରେ ଲିଖତ ଅଭିଯୋଗ ପରେ -284/2025ରେ ମାମଲା ରୁଜୁ ହେଲା କିନ୍ତୁ ୧୦୯ ଧାରା ଲଗାଗଲା ନାହିଁ। ଏପରିକି ଭାପୁର ମେଡିକାଲରେ ଚିକିତ୍ସା କରିବା ପରେ ଗୁରୁତର ହେବାରୁ ନୟାଗଡ ମେଡିକାଲ, ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଏବଂ ଶେଷରେ ଏକ ପ୍ରାଇଭେଟ ମେଡିକାଲରେ ବେକ ଅପେରସନ ହେଲା ଏଇ ଗମ୍ଭୀର ମାମଲାକୁ ତଦନ୍ତକାରି ଅଧିକାରୀ ତଥା -ଏସଡିପିଓ ଖଣ୍ଡପଡା ଅତି ହାଲୁକା ଭାବେ ନେବା ସହିତ ଆଜି ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କଲେ ନାହିଁ ବରଂ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାରେ ବ୍ୟସ୍ତ ରହିବା କିପରି ଅଭିଯୁକ୍ତ ମାନେ ଜାମିନ ପାଇବେ ତାର ବନ୍ଦୋବସ୍ତ କରିବା ଏବଂ ମାମଲା ଉଠେଇ ନେବାର ପୀଡିତା ପରିବାରଙ୍କୁ ଧମକ ଦେବା ଏବଂ ନହେଲେ ଜେଲ ପଠେଇ ଦେବାର ଧମକଦେବାର ଏକ ଭିଡ଼ିଓ ଜାତୀୟ ଦଳିତ ଆଦିବାସୀ ମହାସଙ୍ଘ ହତରେ ଲାଗିଛି।

ଏପରିକି ଗ୍ରାମର ସବର୍ଣ୍ଣ ଲୋକମାନେ ପୁନଶ୍ଚ ଗତ ସେପ୍ଟେମ୍ବର ୨ତାରିଖରେ ବିପ୍ରବର ମଲ୍ଲିକଙ୍କ ଘର ଭିତରେ ମିଲୁ ଡ଼ାଳୁଅ ନେତୃତ୍ୱରେ ପଶିକି ଭଙ୍ଗାରୁଜା କରିବା ଏପରିକି ଲକ୍ଷାଧିକ ଟଙ୍କା ଜିନିଷ ପତ୍ର ନଷ୍ଟ କରିବା ଆକ୍ରମଣ କରିବା ଘଟଣାକୁ ନେଇ ଆଜି ପର୍ଯ୍ୟନ୍ତ ମାମଲା ରୁଜୁ ହେଲାନାହିଁ। ଏପରିକି ରାଜ୍ୟ ମାନବାଧିକାର କମିଶନ ପୀଡିତା ପରିବାରଙ୍କୁ ସୁରକ୍ଷା ଦେବାର ନିର୍ଦେଶ ଥାଇ ସୁଦ୍ଧା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ।

ଜାତୀୟ ଦଳିତ ଆଦିବାସୀ ମହାସଙ୍ଘ ତରଫରୁ ଖଣ୍ଡପଡା ପୋଲିସର ଏହି ଅମାନବୀୟ କାର୍ଯ୍ୟକୁ ଦୃଢ ନିନ୍ଦା କରିବା ସହ

1)- ଫତେଗଡ଼ ଥାନା କେସ ନମ୍ବର 284/2025 ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଅବିଳମ୍ବେ ଗିରଫ କରାଯାଉ।

2)- ଜାଣିଶୁଣି ମାମଲାକୁ ଚାପିବା ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥ‌ିବା ମାମଲାର ତଦନ୍ତ କାରି ଅଧିକାରୀ ତଥା ଖଣ୍ଡପଡା ସଦର ଉପଖଣ୍ଡ ପୋଲିସ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହିତ ScSt act ଧାରା ୪ଆଧାରରେ ମାମଲା ରୁଜୁସହିତ ଗିରଫ କରାଯାଉ।

3)-ଫତେଗଡ଼ ଥାନା କେସ ନମ୍ବର-284/2025 ମାମଲାର ଚାର୍ଜସିଟ 30 ଦିନ ମଧ୍ୟରେ ଦାଖଲ କରାଯାଉ ଏବଂ ପୀଡିତା ପରିବାରଙ୍କୁ ସୁରକ୍ଷା ଯୋଗେଇ ଦିଆଯାଉ।

4)ଅନୁସୂଚିତ ଜାତି ବର୍ଗ ବିପ୍ର ମଲ୍ଲିକଙ୍କ ଘରେ ପଶି ଆକ୍ରମଣ କରିବା ଏବଂ ଜିନିଷ ପତ୍ର ନଷ୍ଟ କରିବା ଏବଂ ଜାତିଗତ ଅତ୍ୟାଚାର ଘଟଣାରେ ମାମଲା ରୁଜୁ ସହିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ।

ଏହି ପ୍ରତିବାଦ ଯାତ୍ରା ଏବଂ ଗଣଧାରଣା କାର୍ଯ୍ୟକ୍ରମ ରେ ଜାତୀୟ ଦଳିତ ଆଦିବାସୀ ମହାସଙ୍ଘର ରାଜ୍ୟ ସଭାପତି ଲିଟୁ ଦାସ, ଭୀମ୍ ଆର୍ମି ରାଜ୍ୟ
ସଂଯୋଜକ ନିହାର ସାମଲ, ଆର ପିଆଈ ରାଜ୍ୟ ସଭାପତି ଶେଖ ଅବଦୁଲ ୱାଲି, ଆମ୍ବେଦକର ସମାଜ ସେବି ମହାସଙ୍ଘ ସଭାପତି ବୀରେନ୍ଦ୍ର ନାୟକ, ଆମ୍ବେଦକର ସେବକ ସଙ୍ଘ ସଭାପତି ଦୈତାରୀ ନାୟକ, ଜାତୀୟ ଦଳିତ ଆଦିବାସୀ ମହାସଙ୍ଘ ରାଜ୍ୟ ସମ୍ପାଦକ ଜଗନ୍ନାଥ ଭୋଇ, ମହିଳା ସମ୍ପାଦିକା ଟିକିନା ପରିଡା, ରାଜ୍ୟ ଯୁଗ୍ମ ସମ୍ପାଦକ ବୈଠକ ମାଝୀ, ଛାତ୍ର ନେତା ଦୀପକ ସାମଲ, ଖୋର୍ଦ୍ଧା ସଭାପତି ଅଶୋକ ଭୋଇ,କଟକ ସଭାପତି ପ୍ରକାଶ ଭୋଇ, ଜୟଦେବ ସଭାପତି ବିଜୟ ଭୋଇ, ବାଙ୍କୀ ସଭାପତି ବ୍ରଜ ନାୟକ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

Related posts