ଦଶପଲ୍ଲା ଏନ୍ଏସି କାଉନସିଲର ମାନଙ୍କ ଧାରଣା

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ୧୩ ଦଫା ଦାବି ନେଇ ଦଶପଲ୍ଲା ଏନ୍ଏସି କାଉନସିଲର ମାନଙ୍କର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା। ଦାବି ଗୁଡିକ ମଧ୍ୟରେ

୧- ୱାର୍ଡ ନଂ ୫, ୬ ଓ ୧୦ ନମ୍ବରରେ ନିର୍ମାଣ ହୋଇଥିବା ଦୋକାନ ଘର ଗୁଡିକୁ ଯୁଦ୍ଧ କାଳିନ ଭିତ୍ତିରେ ବଣ୍ଟନ।

୨- ଯୋଗାଣ ବିଭାଗ ଦ୍ୱାରା ହୋଇଥିବା ସମସ୍ତ ହିତା ଧିକାରୀ ମାନଙ୍କୁ ରାସନ କାର୍ଡ ପ୍ରଦାନ।

୩-୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷର ଆକ୍ସନ ପ୍ଲାନରେ ସ୍ଥାନିତ ହୋଇଥିବା ସମସ୍ତ କାର୍ଯ୍ୟକୁ ଟେଣ୍ଡର କରାଯାଇ କାର୍ଯ୍ୟାଦେଶ ପ୍ରଦାନ।

୪- ୱାର୍ଡ଼ ନ-୬ରେ ଥିବା ସ୍ମାର୍ଟ ପାର୍କକୁ ପୂର୍ଣାଙ୍ଗ କରାଯାଉ, ୱାର୍ଡ ନଂ – ୯ରେ ଥିବା ଆଦର୍ଶ ଶ୍ମଶାନ କାର୍ଯ୍ୟକ୍ଷମ କରାଯାଉ।

୫- ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ସଭା ଗୃହକୁ କାର୍ୟ୍ଯକ୍ଷମ କରାଯାଉ

୬- ଏନଏସି ପ୍ପରବେଶ ଥରେ ସ୍ୱାଗତମ ଗେଟ ନିର୍ମାଣ।

୭-ପ୍ରତି ମାସର ଆୟ ବ୍ୟୟର ହିସାବ ମିଟିଙ୍ଗରେ ଉପସ୍ଥାପନ।

୮- ପରିଷଦ ମଧ୍ୟରେ ସ୍ୱତନ୍ତ୍ର ଆମିଷ ବଜାର ପ୍ରତିଷ୍ଠା

୯- ସର୍ବପୁରାତନ ନାରାୟଣ ଗଞ୍ଜ ହାଟର ସୀମା ନିର୍ଦ୍ଧାରଣ କରି ଏକ ଆଦର୍ଶ ହାଟ ରୂପେ ରୂପାୟନ।

୧୦- ଏନଏସିରେ ବାୟମେଟ୍ରିକ୍ର ବ୍ୟବହାର ବାଧ୍ୟତାମୂଳକ କରାଯାଉ।

୧୧- ଏନଏସି ରେ କନିଷ୍ଠ ଯନ୍ତ୍ରୀ ଓ ପୌର ଯନ୍ତ୍ରୀଙ୍କୁ ନିୟମିତ କରିବା।

୧୨- ଏନଏସି ମଧ୍ୟରେ ଥିବା ସମସ୍ତ ମୂଲ୍ୟବାନ ସରକାରୀ ଜାଗା ଗୁଡିକୁ ଚିହ୍ନଟ କରାଯାଇ ଉର୍ନତି ମୂଳକ କାର୍ଯ୍ୟରେ ବ୍ୟବହାର କରିବା।

୧୩- ସାତପାଟଣା ରାସ୍ତାର ଉର୍ନତି କରଣ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଦାବି କରାଯାଇଛି।

ଏହି ଦାବି ଗୁଡିକୁ ନେଇ କାଉନସିଲର ମାନଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ  ହୋଇ ଆସୁଥିଲେ ମଧ୍ୟ ଏନଏସି କତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦେବାରୁ ଆନ୍ଦୋଳନ କାରିମାନେ ଏମିତି ଧାରଣା ଆପଣାଇଥିବା ଜଣାପଡିଛି।

Related posts