ନୟାଗଡ଼, (ନୟାଗଡ଼ ଦର୍ପଣ): ୨୦୨୬ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍)ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ନୟାଗଡ଼ ଜିଲ୍ଲା ଖଣ୍ଡୁଗାଁ ଗ୍ରାମର ଝିଅ ସ୍ୱୟଂପ୍ରଜ୍ଞା ସାହୁ। ଏହି ପରୀକ୍ଷାରେ ସେ ୫୯୯ ମାର୍କ ସହ ସର୍ବ ଭାରତୀୟ ରାଙ୍କ ୧୦୪୧୬ ରେ ଏହି କୃତିତ୍ୱ ହାସଲ କରିଛନ୍ତି। ସ୍ୱୟଂପ୍ରଜ୍ଞା +୨ ପାସ୍ ପରେ ପ୍ରଥମ ପ୍ରୟାସ ରେ ଏହି ସଫଳତା ହାସଲ କରିଛନ୍ତି।ଏଥିପାଇଁ ଫିଜିକ୍ସୱାଲା (PW) କେନ୍ଦ୍ରୀୟ ମୁଖ୍ୟ କାର୍ଯ୍ୟାଳୟ ତରଫରୁ ନୂଆଦିଲ୍ଲୀ ଠାରେ ଗତ ଜୁଲାଇ ୧୮ତାରିଖରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ରେ ତାଙ୍କୁ ଟପ୍ପର ୨୦୨୬ ଟ୍ରଫି ସହ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ସ୍ୱୟଂପ୍ରଜ୍ଞା ନୟାଗଡ଼ ମହର୍ଷି ବିଦ୍ୟାମନ୍ଦିର ରୁ ୯୭ଶତକଡା ନମ୍ବର ସହ ମାଟ୍ରିକ ପାସ୍ ପରେ ଭୁବନେଶ୍ୱର ଫିଜିକ୍ସୱାଲା ଠାରେ+୨ କୋଚିଂ କରୁଥିଲେ । ସେ ହେଉଛନ୍ତି ଖଣ୍ଡୁଗାଁ ଗ୍ରାମ ନିବାସୀ ତଥା ନୂଆଗାଁ ବ୍ଲକ ଅନ୍ତର୍ଗତ ମଧୁବନ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସତ୍ୟନାରାୟଣ ସାହୁ ଏବଂ ନବଘନପୁର ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁଙ୍କ କନ୍ୟା। ତାଙ୍କର ଏହି ସଫଳତାରେ ଅଞ୍ଚଳବାସୀ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।
ନିଟରେ ଉତ୍ତୀର୍ଣ୍ଣ ହୋଇ ନୂଆଦିଲ୍ଲୀରେ ସମ୍ବର୍ଦ୍ଧିତ ହେଲେ ନୟାଗଡର ଝିଅ ସ୍ୱୟଂପ୍ରଜ୍ଞା
