ଓଡ଼ଗାଁ: କରୋନା କବଳରୁ ବିଶ୍ଵବାସୀ ରକ୍ଷା ପାଇବା ପାଇଁ ଏବଂ ଓଡ଼ଗାଁ ବ୍ଳକର କିଛି ଶିକ୍ଷକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ଆଶୁ ଆରୋଗ୍ୟ ଲାଭ ନିମିତ୍ତ ଆଜି ଓଡ଼ଗାଁ ବ୍ଳକର ବିଭିନ୍ନ ସଂଘର କର୍ମକର୍ତ୍ତା ତଥା ନୟାଗଡ଼ ଜିଲ୍ଲାର ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଶ୍ରୀ ଭକ୍ତ ରଞ୍ଜନ ମିଶ୍ର, ସମନ୍ୱୟ ସଂଘର ଆବାହକ ମନୋଜ କୁମାର ନାୟକ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ନରେଶ ପାଣିଗ୍ରାହୀ, ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ସଚ୍ଚିଦାନନ୍ଦ ଦାସ, ସହ ସମ୍ପାଦକ ରଞ୍ଜନ କୁମାର ଦାଶ, ଶିକ୍ଷକ ମୋହନ ସାହୁ, ରବୀନ୍ଦ୍ର କୁମାର ଘଡେଇ, ନାରାୟଣ ଡାକୁଆ, ସୁରେନ୍ଦ୍ର ନାଥ ଷଡଙ୍ଗୀ, ଗୋପାଳ ମାଝୀ, ରାଜ ସିଁ ବେହେରା, ବସନ୍ତ କୁମାର ବିଶୋଇ, ମହାଦେବ ମାଝି, ପବିତ୍ର ମୋହନ ସାହୁ, କିଶୋର କୁମାର ଦୋରା, ଚିତ୍ତରଞ୍ଜନ ମିଶ୍ର, ଜୟକୃଷ୍ଣ ପ୍ରଧାନ, ଲଳିତ ମୋହନ ମିଶ୍ର, ଦୀନବନ୍ଧୁ ସାହୁ ପ୍ରମୁଖ ଶିକ୍ଷକ ମାନେ ଓଡ଼ଗାଁ ଶ୍ରୀ ଶ୍ରୀ ରଘୁନାଥ ଏବଂ ଶରଣକୁଳ ଲଡ଼ୁବାବାଙ୍କ ନିକଟରେ ଦୀପଦାନ କରିଥିଲେ। ପୂର୍ବ ସୂଚନା ଅନୁସାରେ ବ୍ଳକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ସକାଳ ୮ଘଟିକା ସମୟରେ ନିଜ ନିଜ ଘରେ ଠାକୁରଙ୍କ ନିକଟରେ ସମାଜର ମଙ୍ଗଳ ନିମନ୍ତେ ଦୀପ ପ୍ରଜ୍ବଳନ କରିଥିଲେ।
କରୋନା କବଳରୁ ରକ୍ଷା ନିମନ୍ତେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦୀପଦାନ
