ଆପଣଙ୍କ ଶରୀରରେ ଠିକ ଭାବେ କାମ କରୁଛି କି ନାଇଁ କରୋନା ଟିକା: ଲକ୍ଷଣରୁ ଜାଣନ୍ତୁ

କରୋନା ଭାଇରସ ସଂକ୍ରମଣରୁ ମୁକ୍ତି ପାଇବାର ସବୁଠୁ ପ୍ରଭାବଶାଳୀ ଉପାୟ ହେଉଛି ଟିକା। ମାତ୍ର କିଛି ଲୋକ ଏହାର ସାଇଡ୍ ଇଫେକ୍ଟ ଯୋଗୁ ଭୟ କରୁଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଭ୍ୟାକ୍ସିନର ସାଇଡ୍ ଇଫେକ୍ଟକୁ ଡରିବାର ଆବଶ୍ୟକତା ନାହିଁ। ଏହି ସବୁ ସାଇଡ୍ ଇଫେକ୍ଟ ହିଁ ସୂଚନା ଦିଏ ଯେ ଟିକା ଆପଣଙ୍କ ଶରୀରରେ କାମ ଦେଉଛି।

କିଛି ଲୋକଙ୍କ ଶରୀରରେ ଟିକା ନେବା ପରେ ଜ୍ୱର, ଥଣ୍ଡା, ମୁଣ୍ଡ ବିନ୍ଧା ଆଦି ଲକ୍ଷଣ ପ୍ରକାଶ ପାଉଛି। ଏହାର ଅର୍ଥ ହେଉଛି ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ଖୁବ୍ ଦ୍ରୁତ ଗତିରେ କାମ କରୁଛି। ଯାହା କି ଏକ ଭଲ ଲକ୍ଷଣ ବୋଲି ଆମେରିକାର ମହାମାରୀ ଏକ୍ସପର୍ଟ କହିଛନ୍ତି। କିଛି ଲୋକଙ୍କ ଶରୀରରେ ପ୍ରଥମ ଡୋଜ୍ ପରେ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଆଉ କିଛିଙ୍କ ଠାରେ ଦ୍ଵିତୀୟ ଡୋଜ୍ ପରେ ଜ୍ୱର ଆଦି ଲକ୍ଷଣ ଦେଖା ଦେଉଛି।

ସେହିପରି ଆଉ କିଛି ଲୋକଙ୍କ ଶରୀରରେ ଟିକା ନେଇଥିବା ଜାଗାରେ ନାଲି ନାଲି ଦାଗ ହେବା ଓ କୁଣ୍ଡାଇ ହେବା ଆଦି ହେଉଛି। ତେବେ ଏହା ସାଧାରଣ ବୋଲି କହିଛନ୍ତି ବିଶେଷଜ୍ଞ। ଯଦି ଆପଣଙ୍କୁ ବି ଟିକା ନେବା ପରେ ଜ୍ୱର ଆସୁଛି କିମ୍ବା ଥକା ଲାଗୁଛି, ତେବେ ପ୍ରଚୁର ପରିମାଣରେ ତରଳ ପଦାର୍ଥ ଖାଆନ୍ତୁ ଓ ଆରାମ କରନ୍ତୁ। ଯଦି ଟିକା ନେବା ପରେ ହାତ ଫୁଲୁଛି ତେବେ ବରଫର ପଟି ବାନ୍ଧନ୍ତୁ। ଏହା ସାମାନ୍ୟ ପ୍ରତିକ୍ରିୟା। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। କରୋନା ନିୟମ ପାଳନ କରନ୍ତୁ।

Related posts