ଅମ୍ଳାନ ସ୍ୱାକ୍ଷର

ହରିଶ ପ୍ରଧାନ(ଗୀତିକଳ୍ପ) ଓଡ଼ିଆ ସାହିତ୍ୟ ଜଗତରେ ଜଣେ ଜଣାଶୁଣା ଲେଖକ ଓ କବି । ଛନ୍ଦ ଲାବଣ୍ୟ ସହ ପ୍ରାକୃତିକ ଓ ନୈସର୍ଗିକ ଶୋଭାରାଜି, ମାନବୀୟ ସମ୍ବେଦନ,
ଦାର୍ଶନିକ ଦୃଷ୍ଟିଭଙ୍ଗୀ ତଥା ପ୍ରୀତିମୟତା ତାଙ୍କ ରଚନାର ବୈଶିଷ୍ଟ୍ୟ । ନିଜର ସୃଜନଶୀଳତା ପାଇଁ ଓଡ଼ିଶା ସରକାରଙ୍କଦ୍ୱାରା ମନୋନୀତ ହୋଇ ମହାମହିମ ରାଜ୍ୟପାଳଙ୍କ ଦ୍ୱାରା
ପୁରସ୍କୃତ ଓ ପ୍ରତିଭା ସମ୍ମାନରେ ସମ୍ମାନୀତ ହେବା ସହ ଅନେକ ସାରସ୍ୱତ ଅନୁଷ୍ଠାନରୁ ବହୁ ଉପାଧିରେ ସେ ବିଭୂଷିତ । ଓଡ଼ିଶାର ସମସ୍ତ ଲବ୍ଧପ୍ରତିଷ୍ଠିତ କଣ୍ଠଶିଳ୍ପୀମାନଙ୍କ କଣ୍ଠରେ
ହରିଶ ପ୍ରଧାନ (ଗୀତିକଳ୍ପ)ଙ୍କ ଗୀତ ସବୁ କ୍ୟାସେଟ୍‌, ଦୂରଦର୍ଶନ ଓ ଆକାଶବାଣୀରେ ପ୍ରସାରିତ ହୋଇ ଯଥେଷ୍ଟ ଆଦୃତି ଲାଭ କରି ।ରିଛି । ତାଙ୍କଦ୍ୱାରା ରଚିତ ‘ନୟାଗଡ଼
ପୁରାଣ’, ‘ନୟାଗଡ଼ ଜ୍ଞାନ’, ‘ଜଗାର କରୁଣା’ ଓ ‘ଭୂତ ସହିତ ରାତିଏ’ ଆଦି ପୁସ୍ତକ ବେଶ୍ ଆଦୃତ ହୋଇପାରିଛି ପାଠକମାନଙ୍କ ମଧ୍ୟରେ । ସେ ମଧ୍ୟ ଖବରକାଗଜ
‘ନୟାଗଡ଼ ଦର୍ପଣ’ ଓ ମାସିକ ସାହିତ୍ୟ ପତ୍ରିକା ‘ପରିଭାଷାର ପ୍ରତିବିମ୍ବ’ ପ୍ରତିଷ୍ଠା କରି ଓଡ଼ିଆ ପାଠକ ମହଲରେ ଉଚ୍ଚ ପ୍ରଶଂସିତ ।
ଓଡ଼ିଆ ସାରସ୍ୱତ ଜଗତର ଜଣେ ମହାନ୍ ସ୍ଥ ତି ତଥା ବିଶିଷ୍ଟ ନାଟ୍ୟକାର ଅଧ୍ୟାପକ ରାମଚନ୍ଦ୍ର ମିଶ୍ରଙ୍କ କୃତି ଉପରେ ଆଧାରିତ ଏହି ପୁସ୍ତକ- ନାଟ୍ୟଜଗତର ବାଦ୍‌ଶାହା
ଅଧ୍ୟାପକ ରାମଚନ୍ଦ୍ର ମିଶ୍ରଙ୍କ ଜୀବନ ଲି ିକା ‘ଅମ୍ଳାନ ସ୍ୱାକ୍ଷର’ ପାଠକମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ଆଶା କରାଯାଏ ।
ଦର୍ପଣ ପବ୍ଲିକେଶନ

Related posts