ଧାଡ଼ିକିଆ ଖବର, ତାରିଖ ୨୧.୦୪.୨୪ (ରବିବାର)

୧-ଭୁବନେଶ୍ୱର:୪୫ ଡିଗ୍ରୀ ଟପିଲା ତାତି, ୧୩ଟି ସହରରେ ତାପମାତ୍ରା ୪୩ ଡ଼ିଗ୍ରୀରୁ ଅଧିକ।

୨-କାଳବୈଶାଖୀ ଓ ବଜ୍ରପାତ ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ।

୩-ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି, ନବୀନ ପଟ୍ଟନାୟକଙ୍କ ସମେତ ତାଲିକାରେ ୪୦ଜଣଙ୍କ ନାଁ।

୪-ହରଭଙ୍ଗା:ଚଳିତ ଶିକ୍ଷାବର୍ଷରୁ ଲୁଣିବାହାଲ ସ୍ଥିତ କିସରେ ହେବ ପାଠପଢ଼ା।

୫-ଭୁବନେଶ୍ୱର:୩ ଲୋକସଭା ଓ ୧୬ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା।ନିମାପଡ଼ାରୁ ଲଢ଼ିବେ ସୁରଙ୍କ ବଡ଼ ପୁଅ।

୬-ବିଜେଡ଼ି ବିଧାୟକ ପ୍ରାର୍ଥୀ ତାଲିକାରେ ମହିଳାଙ୍କୁ ସ୍ଥାନ, ଷଷ୍ଠ ଥରକୁ ମିଶାଇ ମୋଟ ୩୨ ଜଣ ମହିଳାଙ୍କୁ ମିଳିଛି ଟିକେଟ।

୭-ଚାଲିଛି ନିର୍ବାଚନୀ ପ୍ରଚାର ଗୀତ, କଣ୍ଠଶିଳ୍ପୀଙ୍କୁ ନାହିଁ ଫୁରସତ୍।ଗିତ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି ।

୮-ନୂଆପଡାରେ ପୁଣି ବାଘ ଆତଙ୍କ, ବଳଦକୁ ମାରି ଖାଇଲା କଲରାପତରିଆ।

୯-AC ହେଲମେଟ ପିନ୍ଧିବେ ରାଜଧାନୀ ଟ୍ରାଫିକ ପୋଲିସ,ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ଦ୍ୱାରା ପ୍ରଦାନ କରାଯାଇଛି ଏହି AC ହେଲମେଟ୍‌।

୧୦-ରାଜ୍ୟରେ ହୁତ ହୁତ ଜଳୁଛି ଜଙ୍ଗଲ। ଶିମିଳିପାଳ ଅଭୟାରଣ୍ୟର ୧୩ଟି ଜଙ୍ଗଲରେ ବି ନିଆଁ ଲାଗିଛି।

୧୧-ବୈ।ଦ୍ଧ: ମହାନଦୀ ବ୍ରିଜ ଉପରେ ଦମ୍ପତିଙ୍କୁ ଧକ୍କା ଦେଲା ଆମ୍ବୁଲାନ୍ସ, ସ୍ବାମୀ- ସ୍ତ୍ରୀ ମୃତ,ବର୍ତିଲେ ୨ ଶିଶୁ।

୧୨-କେନ୍ଦୁଝରଗଡ଼଼:ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ ଛାତ୍ରାବାସରେ ଜଣ୍ଡିସ୍‌‌ ଆତଙ୍କ,ପ୍ରାୟ ୨୮ଜଣ ଛାତ୍ର ଆକ୍ରାନ୍ତ।

୧୩-କେନ୍ଦୁଝରଗଡ:ଦଳରେ ଯୋଗ ନ ଦେଇ ଟିକେଟ ହାତେଇଲେ ସନାତନ।

୧୪-ଝାରସୁଗୁଡ଼ା ଲଖନପୁର ମହାନଦୀରେ ଡଙ୍ଗା ବୁଡି ଘଟଣା: ମୃତ୍ୟୁ ସଂଖ୍ୟା ୮।

୧୫-ବିଜେଡିର ବିଧାନସଭା ଷଷ୍ଠ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ; ବଡଚଣାରୁ ପ୍ରାର୍ଥୀ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।

୧୬-କୋରାପୁଟ:ସହରରେ ବୁଲୁଛି ଭାଲୁ, ଜଙ୍ଗଲରେ ନିଆଁ ଲାଗୁଥିବାରୁ ଭାଲୁ ସହର ମୁହାଁ।

୧୭-ଥିଲେ ସରପଞ୍ଚ ହେଲେ ବିଧାୟିକା ପ୍ରାର୍ଥୀ: ରେମୁଣାରୁ ବିଜେଡି ଟିକେଟ ପାଇବା ପରେ କାନ୍ଦି ପକାଇଲେ ବିଦ୍ୟାସ୍ମିତା ମହାଳିକ।

୧୮-ନୂଆଦିଲ୍ଲୀ: ନୃତ୍ୟାଙ୍ଗନା ସୋନାଲ ଙ୍କୁ ଜୟଦେବ ସମ୍ମାନ ,କୂମକୂମଙ୍କୁ ମିଳିଲା ସଞ୍ଚାରୀ ସମ୍ମାନ।

୧୯-IPL:ଟ୍ରେଭିସ୍ ହେଡ୍‌ଙ୍କ ପରେ ନଟରାଜନଙ୍କ ଘାତକ ବୋଲିଂ, ଦିଲ୍ଲୀକୁ ତାରି ଘରେ ମାତ୍ ଦେଲା ହାଇଦ୍ରାବାଦ।

୨୦-ନୂଆ ଦିଲ୍ଲୀ:ଭିନେଶ ଫୋଗଟ୍‌ଙ୍କ ବଡ଼ ସଫଳତା, ପ୍ୟାରିସ ଅଲମ୍ପିକ୍ ପାଇଁ କଲେ ଯୋଗ୍ୟତା ଅର୍ଜନ।

୨୧-ନୁଆ ଦିଲ୍ଲୀ: ବିଦେଶୀ ମୁଦ୍ରା ଭଣ୍ଡାରରୁ ୫୪୦ କୋଟି ଡ଼ଲାର ବିକ୍ରି କଲା RBI।

Related posts