ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ ବିଜେପି ନେତା

ନୟାଗଡ଼,(ନୟାଗଡ଼ ଦର୍ପଣ): ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ତଥା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ସନ୍ୟାସୀ ପ୍ରଧାନ, ବିଜେପି ନେତା ଦନାର୍ଦ୍ଦନ ଦଳବେହେରା, ତ୍ରିନାଥ ବିଶ୍ବାଳ, ଭାଗବତ ସେଠି ଓ ସ୍ମିତା ସିଂ। ମୁଖ୍ୟମନ୍ତ୍ରୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ସମସ୍ତ ନେତୃବୃନ୍ଦ । ସାରା ବିଶ୍ବରେ ନବୀନ ପଟ୍ଟନାୟକଙ୍କର ଖ୍ୟାତି ରହିଛି ବୋଲି ପ୍ରକାଶ କରିଥିଲେ ସନ୍ୟାସୀ ପ୍ରଧାନ । ଏହି ମିଶ୍ରଣ ପର୍ବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ପୁରୀ ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Related posts