ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଶିଶୁ ଦିବସ ଓ ଶିଶୁ ବାଟିକାର ଶିଶୁ ଶିବିର ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ପୂର୍ବତନ ପରିଚାଳନା ସମିତି ସଭାପତି ସର୍ବେଶ୍ୱର ପଟନାୟକ, ବର୍ତ୍ତମାନର ସଭାପତି କେଶବ ଚନ୍ଦ୍ର ରାଉତରାୟ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କବି ଗୋଦାବରୀଶ ମିଶ୍ର, ପୂର୍ବତନ ସଂକୁଳ ପ୍ରମୂଖ ତଥା ରଣପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ରଙ୍ଗନାଥ ବେହେରା ଯୋଗଦେଇ ଶିଶୁମାନଙ୍କୁ ଶିଶୁଦିବସର ମହତ୍ୱ ନେହେରୁଙ୍କ ଜୀବନୀ ଓ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ। ଉକ୍ତ ଉତ୍ସଵରେ ପ୍ରାୟ ୯୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ଏହି ଅବସରରେ ଶ୍ରୀଯୁକ୍ତ ପଟ୍ଟନାୟକ ବିଦ୍ୟାଳୟ ପାଠାଗାରକୁ କିଛି ପୁସ୍ତକ ସମର୍ପଣ କରିଥିଲେ। ଏହାପରେ ଶିଶୁବାଟିକା ବିଭାଗର ଶିଶୁ ଶିବିର ଅନୁଷ୍ଠିତ ହୋଇଥିଲା। ପରିଚାଳନା ସମିତିର ସଦସ୍ୟା ସସ୍ମିତା ନାୟକ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ଶିଶୁ ବାଟିକା ପ୍ରମୁଖ ଭାଗ୍ୟଲତା ସାହୁ ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସ୍ୱାଗତ ଭାଷଣ ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ପ୍ରଦାନ କରିଥିଲେ। ଶିଶୁମାନେ ବିଦ୍ୟାଳୟରେ ସିବିରାର୍ଥୀ ହୋଇ ଦୀର୍ଘ ୭ଘଣ୍ଟା ରହି ବଲାଙ୍ଗୀ ବନ୍ଧ ଉଦ୍ୟାନ, ରେଳ ଷ୍ଟେସନ, ଦମକଳ କେନ୍ଦ୍ର, ପରିଭ୍ରମଣ କରିଥିଲେ। ଭୋଜନ, ବିଶ୍ରାମ, ଭ୍ରମଣ ପରେ ଶିଶୁମାନଙ୍କର ରଙ୍ଗମଞ୍ଚ କାର୍ଯ୍ୟକ୍ରମ ହୋଇଥିଲା। ପରିଚାଳନା ସମିତି ର ସଦସ୍ୟା ଜ୍ୟୋତ୍ସ୍ନାରାଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବୀକାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ଅତି ସୁନ୍ଦର ଭାବେ ସମ୍ପାଦିତ ହୋଇଥିଲା।

