ନୟାଗଡ଼,(ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିଜୁ ମହତାବ ଅନୁଷ୍ଠାନ ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଯାଇଛି। ଶିଶୁଙ୍କୁ ଉଚିତ ସମ୍ମାନ ଦେବା, ଭଲ ପାଇବା ଓ ଶିଶୁଙ୍କର ଭବିଷ୍ୟତ ଶକ୍ତି କରିବା ଉଦ୍ଦେଶ୍ୟରେ ଏହି ଉତ୍ସବ ପାଳନ କରାଯାଇଛି । ପ୍ରତ୍ୟେକ ଶିଶୁଙ୍କୁ ପ୍ରେରଣା ଦେବା ଲକ୍ଷ୍ୟରେ ଆଜି ବାମନ ଅବକାଶ ହାଇସ୍କୁଲ ଠାରେ ଶିଶୁ ଦିବସ ୨୦୨୨ ପାଳନ କରାଯାଇଥିଲା । ଏଥିରେ ସମାଜସେବୀ ଭାଗିରଥି ବାଇଙ୍କ ସଭାପତିତ୍ବରେ ଏକ ସଭା ଆୟୋଜନ କରାଯାଇଥିଲା ଏଥିରେ ମୁଖ୍ୟ
ଅତିଥିଭାବେ ସାଓରମଲ୍ଲ ଅଗ୍ରୱାଲ, ସମ୍ମାନିତ ଅତିଥିଭାବେ ଅଶୋକ କୁମାର
ନାୟକ, ସମିତି ସଭ୍ୟା ଗୋଲାପ ସେଠୀ, ଶ୍ରବଣ କୁମାର ରାମ ଯୋଗଦେଇଥିଲେ । ଏଥିରେ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଚ୍ଚିତା ନନ୍ଦ ସାଥୁଆ, କୃପାସିନ୍ଧୁ ପ୍ରଧାନ,
କ୍ରିଷ୍ଣା କୁମାର ଅଗ୍ରୱାଲ, ଦିଲ୍ଲୀପ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ, ଶ୍ୟାମ
ପାତ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ଇଟାମାଟିର ବହୁ ସମାଜସେବୀ, ବୁଦ୍ଧିଜୀବୀ ଓ ଶିକ୍ଷକ ଯୋଗଦେଇଥିଲେ ।
ଇଟାମାଟିରେ ‘ବିଜୁ ମହତାବ’ ଅନୁଷ୍ଠାନ ପକ୍ଷରୁ ଶିଶୁ ଦିବସ ପାଳିତ
