ଉତ୍କଳ କଳା ଓ ସାଂସ୍କୃତିକ ପ୍ରତିଷ୍ଠାନ ତରଫରୁ ରାଜ୍ଯସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ର ସାଂସ୍କୃତିକ ଅଙ୍ଗ ହେଉଛି ଉତ୍କଳ କଳା ଓ ସାଂସ୍କୃତିକ ପ୍ରତିଷ୍ଠାନ। ଏହି ପ୍ରତିଷ୍ଠାନ ତରଫରୁ ଓଡିଶାର ୩୦ ଟି ଜିଲ୍ଲା ରେ ରାଜ୍ଯ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଜିଲ୍ଲା ଶାଖା ତରଫରୁ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଏହି ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ କନିଷ୍ଠ ବର୍ଗ ଓ ୬ଷ୍ଠ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବରିଷ୍ଠ ବର୍ଗ ଦୁଇ ଭାଗରେ ବିଭକ୍ତ କରାଯାଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ଯାଳୟରୁ କନିଷ୍ଠ ବର୍ଗରେ ୧୦୨ ଜଣ ଓ ବରିଷ୍ଠ ବର୍ଗ ରେ ୧୦୮ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ଉପସଭାପତି ବିଜୟ କୁମାର ରଥ, ସଂପାଦକ ଶ୍ରୀଧର ସାହୁ, ଯୁଗ୍ମ ସଂପାଦକ ଡକ୍ଟର ସନ୍ତୋଷ କୁମାର ସାହୁ, ପ୍ରତିଯୋଗିତାର ସଂଯୋଜକ ନିରଂଜନ ନାୟକ, ସଦସ୍ଯା ନିଳିମା ନନ୍ଦ, ସଦସ୍ଯ ପ୍ରଦୀପ କୁମାର ହାତୀ, ପ୍ରଫୁଲ୍ଲ କୁମାର ନାୟକ ଓ ପ୍ରଦୀପ କୁମାର ସାହୁ ପ୍ରତିଯୋଗିତାରେ ଶ୍ରେଣୀ ଗୃହ ନୀରିକ୍ଷକ ଭାବେ କାର୍ଯ୍ୟକ୍ରମ ସଂଚାଳନ କରିଥିଲା ବେଳେ ବିଦ୍ଯାଳୟ ର ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ। ସୂଚନା ଥାଉକି ଉକ୍ତ ପ୍ରତିଯୋଗିତା ର ଫଳାଫଳ ଆଗାମୀ ନଭେମ୍ବର ୨୫ ତାରିଖରେ ସଂସଦର ଓ୍ବେବସାଇଟରେ ପ୍ରକାଶ ପାଇବାକୁ ଥିବା ବେଳେ ୨୦୨୩ ଜାନୁଆରୀ ୧୨ ତାରିଖ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ସମାରୋହରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସଂସଦର ସଂପାଦକ ଶ୍ରୀଯୁକ୍ତ ସାହୁ ସୂଚନା ଦେଇଛନ୍ତି।

Related posts